ISSN (Print) - 0012-9976 | ISSN (Online) - 2349-8846

ମିଶ୍ରଣର ପାଗଳାମୀ ବାହାରେ

ଭାରତୀୟ ବ୍ୟାଙ୍କ କ୍ଷେତ୍ରରେ ଯାହା କ୍ଷୁଦ୍ର ତାହା କ’ଣ ତଥାପି ସୁନ୍ଦର?

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ଦେଢ଼ ଦଶନ୍ଧି  ଭିତରେ ଭାରତର ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ମିଶ୍ରଣ ପର୍ବ ଆମେ ଦେଖି ଆସିଛେ କିନ୍ତୁ ନିକଟରେ ଯେଉଁଭଳି ଦୃତ ମିଶ୍ରଣ ପ୍ରକ୍ରିୟା   ଚାଲିଛି ନିର୍ଦ୍ଦିଷ୍ଟ ଭାବେ ୨୦୧୯ ମସିହାର ଏପ୍ରିଲ ଓ ଅଗଷ୍ଟ ମାସ ମଧ୍ୟରେ ତାହାର କୌଣସି ଦୃଷ୍ଟାନ୍ତ ଅତୀତରୁ ମିଳିବ ନାହିଁ । ୨୦୧୯ ଏପ୍ରିଲ ମାସରେ ବିଜୟ ବ୍ୟାଙ୍କ ଓ ଦିନା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ସହ ଫଳପ୍ରଦ ଭାବେ ମିଶ୍ରଣ ହେବା ପରେ ଅର୍ଥମନ୍ତ୍ରୀ ଆଉ ୪ଟି ବ୍ୟାଙ୍କ ମିଶ୍ରଣ କଥା ଘୋଷଣା କରିଛନ୍ତି : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଏବଂ ୟୁନାଇଟେଡ଼୍ ବ୍ୟାଙ୍କ ଅଫ ଇଣ୍ଡିଆର ମିଶ୍ରଣ, ସିଣ୍ଡିକେଟ ବ୍ୟାଙ୍କ ସହ କନାରା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ସହ ୟୁନିୟନ ବ୍ୟାଙ୍କ ଇଣ୍ଡିଆ ଏବଂ ଆହ୍ଲାବାଦ ବ୍ୟାଙ୍କ ସହ ଇଣ୍ଡିଆନ୍ ବ୍ୟାଙ୍କର ମିଶ୍ରଣ । ଏହି ମିଶ୍ରଣ ପ୍ରକ୍ରିୟା ଯୋଗୁଁ ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ ସଂଖ୍ୟା ଯାହା ଅଛି ତାହା ପ୍ରାୟ ଅଧା ହୋଇଯିବ ଏବଂ ମିଶ୍ରଣ ହୋଇଥିବା ବ୍ୟାଙ୍କ ଗୁଡ଼ିକର ହାରାହାରି ଆକାରଟି ବଢ଼ିଯିବ । ଦୃଷ୍ଟାନ୍ତସ୍ୱରୂପ ମିଶ୍ରଣ ହୋଇଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆକାରଟି ଦେଢ଼ଗୁଣା ବଢ଼ିଯିବ ଏବଂ ଉଭୟ କାନାରା ବ୍ୟାଙ୍କ ଓ ୟୁନିୟନ୍ ବ୍ୟାଙ୍କର ଆକାର ଏବେ ଯାହା ଅଛି ତାହାର ଦୁଇଗୁଣା ହେଇଯିବ । କିନ୍ତୁ ଏଭଳି ମିଶ୍ରଣ ଜନିତ କଳେବର ବୃଦ୍ଧି ଦ୍ୱାରା ଭାରତୀୟ ରାଷ୍ଟ୍ରାୟତ ବ୍ୟାଙ୍କରେ ଚାଲିଥିବା ଦୋଦୁଲ୍ୟମାନ ଦକ୍ଷତାର ଉନ୍ନିତ ଅଣାଯାଇ ପାରିବ କି?

ପ୍ରଥମେ ତଥ୍ୟ ଭିତ୍ତିକ ପ୍ରମାଣଗୁଡ଼ିକ ଅସୁସ୍ଥ ଜଣାପଡ଼ୁଛି ଯଦ୍ୱାରା କି ବ୍ୟାଙ୍କର ଆକାର ଏବଂ ଦକ୍ଷତା ଭିତରେ ନିର୍ଦ୍ଦିଷ୍ଟ ସମ୍ପର୍କ ଅଛି ବୋଲି କୁହାଯାଇ ପାରିବ, ବିଶେଷ କରି ଯେତେବେଳେ ୧୦ ବିଲିୟନ୍ ଆମେରିକୀୟ ଡଲାରର ସର୍ବନିମ୍ନ ସୀମା ବାହାରେ କାମ କରିବାକୁ ହୁଏ ଯାହାକି ବଡ଼ ଧରଣର ଏକ ବ୍ୟାଙ୍କ କାରବାର ପାଇଁ ନିହାତି ଜରୁରୀ । ବଡ଼ ଆକାରଟି ଭଲ ପ୍ରଦର୍ଶନ ପାଇଁ ଜରୁରୀ ନୁହଁ, ଯାହାର ପ୍ରମାଣ ଭାରତର କେତୋଟି ରାଷ୍ଟ୍ରାୟତ ବ୍ୟାଙ୍କ ପ୍ରଦର୍ଶନ କରିଛନ୍ତି ଯେଉଁମାନେ ଆକାରରେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକଠାରୁ ଆଗରେ ରହିଛନ୍ତି । କିନ୍ତୁ ଯେତେବେଳେ ସେମାନଙ୍କର ସମ୍ପତ୍ତିର ବଜାର ମୂଲ୍ୟ ସହ ଏହି ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକର ସମ୍ପତ୍ତିକୁ  ତୁଳନା କରାଯାଏ ସେମାନେ ହଡ଼ବଡ଼ିଆ ସ୍ଥିତିରେ ପଡ଼ନ୍ତି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଥିପାଇଁ ଏକ ଭଲ ଉଦାହରଣ ହିସାବରେ ନିଆଯାଇପାରେ ଯାହାର ସ୍ଥିତିକୁ ଏହି ସରକାରଙ୍କର ପ୍ରଥମ ପାଳିରେ ଯଥା ୨୦୧୭ ମସିହାରେ ସୁଦୃଢ଼ କରାଯାଇଥିଲା । ୫୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ଏବଂ ବଜାରରେ ୨୨ ପ୍ରତିଶତ ଅଂଶଧନ ରହିଥିବା ସତ୍ୱେ ଷ୍ଟେଟବ୍ୟାଙ୍କର ଖାତା ମୂଲ୍ୟଟି ଘରୋଇ ଏଚ.ଡ଼ି.ଏଫ୍.ସି ବ୍ୟାଙ୍କ ତୁଳନାରେ ତିନିଭାଗରୁ ଏକଭାଗ, ଯେତେବେଳେ କି ଏହି ଘରୋଇ ବ୍ୟାଙ୍କର ବ୍ୟବସାୟ ଏବଂ ବଜାର ଭାଗ ଷ୍ଟେଟ ବ୍ୟାଙ୍କର ତିନିଭାଗରୁ ଭାଗେ ବା ତାଠୁ ବି କମ୍ ।

କିନ୍ତୁ ‘ଦକ୍ଷତା’ ର ବାଖ୍ୟା ଯଦି କାର୍ଯ୍ୟକ୍ରମ ରହିବାର ପ୍ରସ୍ତୁତିରେ କେବଳ ସୀମିତ ରହେ ତେବେ ବିଭିନ୍ନ କାରଣ ଯୋଗୁଁ  ମିଶ୍ରଣ ପ୍ରକ୍ରିୟାଟି ତାହା ସୁନିଶ୍ଚିତ କରିପାରେ । ପ୍ରଥମେ କମ ସଂଖ୍ୟକ ବ୍ୟାଙ୍କ ରହିବା ଯୋଗୁଁ ବ୍ୟାଙ୍କ ମାନଙ୍କ ଦ୍ୱାରା ନିଷ୍ପତ୍ତି ନେବା ପ୍ରକ୍ରିୟା ଦୃଢ଼ ହୋଇପାରେ ଫଳରେ ବିବିଧ ରାଷ୍ଟ୍ରାୟତ ବ୍ୟାଙ୍କଙ୍କର ସର୍ବୋଚ୍ଚ ଅଧିକାର ନିଯୁକ୍ତି ଦେବାରେ ଅର୍ଥ ମନ୍ତ୍ରଣାଳୟ  ଉପରେ ଯେଉଁ ଚାପ ରହିଥାଏ ତାହା ହ୍ରାସ ପାଇବ । ସେହିଭଳି ଏନ ପି ଏ ବା ଅନାଦେୟ ଋଣ ଯୋଗୁଁ ଯେଉଁ ପରିସ୍ଥିତି ଉପୁଜିଥାଏ ବ୍ୟାଙ୍କ କ୍ଷେତ୍ରରେ ସେହିଭଳି ସବୁ ସମସ୍ୟାଗୁଡ଼ିକ ହ୍ରାସ କରିବା ପାଇଁ ଯେଉଁ ବିକ୍ଷିପ୍ତ ବ୍ୟାଙ୍କମାନଙ୍କ ଭିତରେ ସଂଯୋଜନାରେ ବିଫଳତା ଦେଖାଯାଇଥାଏ ତାକୁ ମଧ୍ୟ ଅତିକ୍ରମ କରିହେବ । କିନ୍ତୁ ଏଭଳି କାର୍ଯ୍ୟକାରୀ ଦକ୍ଷତା ଖର୍ଚ୍ଚ ହ୍ରାସ କରିବାରେ କ’ଣ ସତରେ ସହାୟକ ହେବ ସେଥିରେ ସନ୍ଦେହ ରହୁଛି । ବିଶେଷ କରି ଯେତେବେଳ ବ୍ୟାଙ୍କଞ୍ଚଗୁଡ଼ିକର ମିଶ୍ରଣ ପ୍ରକ୍ରିୟାରେ କୌଣସି କର୍ମଚାରୀଙ୍କୁ ବାରଖାସ୍ଥ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି ସେତେବେଳେ ଏଭଳି ସନ୍ଦେହ ଉପୁଜିଛି । ଏକଥା ସ୍ପଷ୍ଟ ଜଣାପଡ଼ୁ ନାହିଁ  ଯେ କିଭଳି ଖର୍ଚ୍ଚର ଅର୍ଥନୀତିଟି ଫଳପ୍ରଦ ହେବ ଯଦି କର୍ମଚାରୀମାନଙ୍କୁ ରଖାଯାଏ ଏବଂ ପୁନଃନିଯୁକ୍ତି ଦିଆଯାଏ। ବ୍ୟାଙ୍କ କ୍ଷେତ୍ରରେ ଦକ୍ଷତା କହିଲେ ନିଜର ସମ୍ବଳକୁ ରାଜସ୍ୱରେ ରୂପାନ୍ତରିତ କରିବାରେ ବ୍ୟାଙ୍କର ଯେଉଁ କ୍ଷମତା ଥାଏ ତାକୁ ହିଁ ବୁଝାଇଥାଏ । ଏହିଭଳି ଏକ ଢ଼ାଞ୍ଚାରେ ଜଣେ ସ୍ମରଣ କରିବା କଥା ଯେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକର ଦକ୍ଷତାହୀନତା ସହ ସେମାନଙ୍କର ଅର୍ଥ ଋଣ ଦେବାର ରଣ କୌଶଳ ଏବଂ ଅଭ୍ୟାସ ଗୁଡ଼ିକ ସହ ସମ୍ପର୍କିତ ଥାଏ । ବିଶେଷକରି ଯେତେବେଳେ ସେମାନେ ନିଜ ଆକାର ତୁଳନାରେ କର୍ପୋରେଟ ମାନଙ୍କୁ ଅଧିକ ଋଣ ଦେଇଥାନ୍ତି ।

ମିଶ୍ରଣ ଯୋଗୁଁ ନୂତନ କଳେବର ନେଇଥିବା ବ୍ୟାଙ୍କ ଗୁଡ଼ିକ ଅଧିକ ଅର୍ଥ ଲଗାଣର ସାମର୍ଥ ପାଇବା ବେଳେ ଏବଂ କର୍ପୋରେଟମାନଙ୍କ ତୁଳନାରେ ସେମାନଙ୍କର ମୂଲଚାଲ କରିବାର ଅବସ୍ଥା ଓ ମୂଲ୍ୟ ନିର୍ଦ୍ଧାରଣର କ୍ଷମତା କ୍ଷେତ୍ରରେ ଉନ୍ନତି ଆଣିବା ବେଳେ ଆମେ ଏହି ଆଶଙ୍କାକୁ ଏଡ଼େଇ ଦେଇ ପାରିବା ନାହିଁ ଯେ, ଯାହା ମାତ୍ର କେତୋଟି ବଡ଼ ବ୍ୟାଙ୍କ ରହିବା ଯୋଗୁଁ ବ୍ୟାଙ୍କିଙ୍କ ବ୍ୟବସ୍ଥାରେ ଯେଉଁ ବିପତ୍ତି ଆସିବ । ଐତିହାସିକ ଦୃଷ୍ଟିରୁ ଦେଖିଲେ ଭାରତର ରାଷ୍ଟ୍ରାୟତ ବ୍ୟାଙ୍କମାନେ ବଡ଼ ବ୍ୟବସାୟ ଏବଂ କମ୍ପାନୀ ମାନଙ୍କୁ ଋଣ ଦେବା କ୍ଷେତ୍ରରେ ପକ୍ଷପାତିତା ପ୍ରଦର୍ଶିତ କରିଆସିଛନ୍ତି । ମିଶ୍ରଣ ପରେ ଏଭଳି ମାନସିକତା ରହିବନାହିଁ ବୋଲି କହି ହେଉନାହିଁ । ଅନ୍ୟପଟେ ଏଭଳି ମାନସିକତା ଅଧିକ ସୁଦୃଢ଼ ହୋଇପାରେ ଯେତେବେଳେ ମିଶ୍ରିତ ବ୍ୟାଙ୍କଗୁଡ଼ିକ ନିଜର ଆନୁମାନିକ ମୂଲ୍ୟ ନିର୍ଦ୍ଧାରଣର କ୍ଷମତାଟିକୁ ଉପଯୋଗ କରି ସେମାନଙ୍କର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ପାଇଁ ଅଧିକ ଋଣ କର୍ପୋରେଟ ମାନଙ୍କୁ ଦେବାପାଇଁ ଆଗ୍ରହ ଦେଖାନ୍ତି । କିନ୍ତୁ ଏହା ଏକ ବିପଦପୂର୍ଣ୍ଣ ପ୍ରସ୍ଥାବନା ଯଦି ଆମେ ଏଦେଶରେ ବିଗିଡ଼ି ଚାଲିଥିବା କର୍ପୋରେଟ କ୍ଷେତ୍ରରେ ଆର୍ଥିକ ସ୍ୱାସ୍ଥ୍ୟଟିକୁ ଦେଖିବା ଯାହାକି ଆଗାମୀ ଦିନରେ ଅଧିକ ଖରାପ ହେବାର ସ୍ଥିତି ଉପୁଜିିଛି ଏବଂ ଯଦ୍ୱାରାକି ଦେଶରେ ପୈଠ ନ ହେଇ ପାରିଥିବା ଋଣକୁ ନେଇ ଅଧିକ ସଂକଟ ଉପୁଜିବାର ସମ୍ଭାବନା ରହିଛିା ସୁତରାଂ ଉଚ୍ଚ ଧରଣର ପରିଚାଳନାଗତ ଦକ୍ଷତା ଏବଂ ମିଶ୍ରଣ ହୋଇଥିବା ବ୍ୟାଙ୍କ ଗୁଡ଼ିକର ସୁସ୍ଥ ଅର୍ଥନୈତିକ ସ୍ଥିତି ନ ରହିବା ଯୋଗୁ ମିଶ୍ରଣର ସଫଳତାକୁ ନେଇ ସ୍ପଷ୍ଟ ଦୃଶ୍ୟପଟ ମିଳିବାର ସମ୍ଭାବନା କ୍ଷୀଣ ।

 କିନ୍ତୁ ବ୍ୟାଙ୍କ କ୍ଷେତ୍ରରେ ସ୍ଥିତିକୁ ପୁରା ବଦଳେଇ ଦେବାର ଦୃଷ୍ଟିଭଙ୍ଗୀରେ କ’ଣ ସରକାର ଏହି ମିଶ୍ରଣ ପୂର୍ବରୁ ‘ସଫଳତା’ ପାଇବା ପାଇଁ ଆଗ୍ରହୀ ଅଛନ୍ତି କି? ନା ଏହି ‘ସଫଳତା’ କେବଳ ‘ସଂସ୍କାରର ତମାସା’ ସୃଷ୍ଟି କରିବାରେ ସୀମିତ ରହିବ ଯେତେବେଳେ  କି ସଂସ୍କାରର ମୂଳ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଉଦ୍ୟମ ହେବ ନାହିଁ । ସାଧାରଣତଃ ଗୋଟିଏ ସନ୍ଦେହ ରହିଯାଇଛି ଯେ ମିଶ୍ରଣକୁ ନେଇ ଉପଯୁକ୍ତ ଭାବେ ଚିନ୍ତା କରାଯାଇନାହିଁ । ନାଁ ସମୟସୀମା ନିର୍ଦ୍ଧାରଣରେ ନାଁ ଭାବନାରେ । ସଫଳ ହେବାକୁ ନେଇ ଯେତେ ସବୁ ପ୍ରଶ୍ନ ରହିଛି ତା ଭିତରେ ମୌଳିକ ପ୍ରଶ୍ନ ଟି ହେଉଛି : ଆମର ବଡ଼ ବଡ଼ ବ୍ୟାଙ୍କର ଆବଶ୍ୟକତା କ’ଣ ଅଛି । ଯେତେବେଳେ କି ଅପେକ୍ଷାକୃତ କ୍ଷୁଦ୍ର ଆକାରର ବ୍ୟାଙ୍କଗୁଡ଼ିକୁ ଆମେ ଦକ୍ଷତାର ସହ ପରିଚାଳନା କରିପାରୁ ନାହାଁନ୍ତି ? ଏଠି ସ୍ମରଣ କରାଯାଇପାରେ ଯେ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକର ପରିଚାଳନା ବୋର୍ଡ଼ମାନଙ୍କର ନାକ ତଳେ ଏହି ଅନାଦେଇ ଋଣ ସଙ୍କଟଟି ବହୁଗୁଣିତ ହେଇ ବଢ଼ିଚାଲିଥିଲା । ଯଦି ପରିଚାଳନା କତ୍ତୃକ୍ଷମାନେ ଯାହା ସମ୍ପତ୍ତି ଅଛି ତାହାର ବର୍ତ୍ତମାନ ସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ବିଫଳ ହୋଇଛନ୍ତି ତେବେ ସେମାନେ କିଭଳି ଏମିତି ପ୍ରସ୍ତାବ ରଖିଛନ୍ତି ଯେ, ଗୋଟିଏ ଅଧିକ ବଡ଼, ଅଧିକ ଜଟିଳ ବ୍ୟାଙ୍କ ମାଧ୍ୟମରେ ସଫଳତା ପାଇପାରିବେ?

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top