ISSN (Print) - 0012-9976 | ISSN (Online) - 2349-8846

ଭିଡ଼ ହିଂସା ସମସ୍ୟାର ରୋଗ ନିରୂପଣରେ ତ୍ରୁଟି

ଏକ ଅନୁପଯୁକ୍ତ ଭାବେ ପ୍ରସ୍ତୁତ ପୋଲିସବାହିନୀ ଯିଏକି ରାଜନୈତିକ କାର୍ଯ୍ୟନିବାହୀଙ୍କ ପାଖରେ ସମର୍ପିତ, ଅପରାଧର ଅନୁସନ୍ଧାନ ଏବଂ ଦୋଷୀଙ୍କୁ ଦଣ୍ଡବିଧାନ ନିଶ୍ଚିତ କରାଇବା କ୍ଷେତ୍ରରେ ବିଫଳ ହେଉଛି।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏପ୍ରିଲ ୫, ୨୦୧୭ଦିନ ସ୍ପଷ୍ଟ ଦିବାଲୋକରେ ୨୦୦ଲୋକଙ୍କର ଏକ ଭିଡ଼ ପେହେଲୁ ଖାଁ’ଙ୍କୁ ଆକ୍ରମଣ କରିଥିଲା ଏବଂ ପରେ କ୍ଷତବିକ୍ଷତ ପେହେଲୁଙ୍କର ମୃତ୍ୟୁ ଘଟିଥିଲା ।

      ଜୁଲାଇ ୧୭, ୨୦୧୮ଦିନ ତହସିନ୍ ପୁନାୱାଲା ଏକ ଆବେଦନ ଦାଖଲ କରିଥିଲେ ଯେଉଁଥିରେ ଦେଶବ୍ୟାପୀ ଚାଲିଥିବା ଭିଡ଼ ହିଂସାଗୁଡ଼ିକର ବଢ଼ିଚାଲିଥିବା ଉଦାହରଣଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା ଏବଂ ଆବେଦନ କରାଯାଇଥିଲେ ବି ଆଇନ ଅନୁସାରେ ଭିଡ଼ ହିଂସା ଜନିତ ଘଟଣାଗୁଡ଼ିକର ହ୍ରାସ ଘଟାଇବା ଏବଂ ଏଭଳି ଘଟଣା ଘଟାଉଥିବା ଲୋକମାନଙ୍କୁ ଦଣ୍ଡବିଧାନ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟସରକାରମାନଙ୍କ ଉଦ୍ଦେଶ୍ୟରେ ଉପଯୁକ୍ତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉ ।

ଅଗଷ୍ଟ ୬, ୨୦୧୯ଦିନ ରାଜସ୍ଥାନ ବିଧାନସଭାରେ ଏକ ଚିଠା ଆଗତ ହୋଇଥିଲା ଯାହାର ନାଁ’ ଥିଲା ରାଜସ୍ଥାନ ଭିଡ଼ ହିଂସା ସୁରକ୍ଷା ଚିଠା ୨୦୧୯ । ଏଥିରେ ଭିଡ଼ ହିଂସାରେ ଦୋଷୀ ସାବ୍ୟସ୍ତ ଲୋକମାନଙ୍କୁ ଏବଂ ଅନ୍ୟାନ୍ୟ ସମ୍ପର୍କିତ ମାମଲାଗୁଡ଼ିକରେ ଯେଭଳି କଠିନ ଦଣ୍ଡବିଧାନ କରାଯାଏ ସେଥିପାଇଁ ପ୍ରସ୍ତାବ ରଖାଯାଇଥିଲା ।

ଅଗଷ୍ଟ ୧୪, ୨୦୧୯ଦିନ ପେହେଲୁ ଖାଁ’ଙ୍କୁ ଭିଡ଼ ହିଂସାର ଶିକାର କରାଇଥିବା ୬ଜଣ ଅଭିଯୁକ୍ତଙ୍କୁ ଅଲୱାରର ଅତିରିକ୍ତ ଦୋହରାଜର୍ଜ ନିର୍ଦ୍ଦୋଷରେ ଖଲାସ କରିଦେଲେ ।

      ଗତ ଦୁଇବର୍ଷ ଧରି ଚାଲିଥିବା ଏହିଭଳି ଘଟଣାକ୍ରମ କାହିଁକି ଅନ୍ୟାୟପୂର୍ଣ୍ଣ ତାହାର କାରଣ ରହିଛି ; ଅପରାଧୀ ଆଇନଗୁଡ଼ିକ ପିଛିଲାଦିନରୁ ସକ୍ରିୟ ନୁହେଁ ଏବଂ ସୁପ୍ରିମକୋର୍ଟ ପୋଲିସ ବାହିନୀକୁ ପ୍ରକୃତରେ କେବେ ଚଳାଇପାରିବ ନାହିଁ । ଏହି ଉପସ୍ଥାପିତ ଘଟଣାଗୁଡ଼ିକ ଆମ ସମସ୍ୟାକୁ ନେଇ ଯେଉଁ ସଠିକ ରୋଗ ନିରୂପଣ କରାନଯାଇପାରିବା ଯୋଗୁଁ ବିପଦଟି ସୃଷ୍ଟି ହୋଇଛି ସେଥିପ୍ରତି ଧ୍ୟାନ ଆକର୍ଷଣ କରୁଛି ଏବଂ ଯେଉଁଭଳି ଭାବେ ଭୁଲ୍ ନିରୂପଣଗୁଡ଼ିକୁ ଆଧାର କରି ସମାଧାନର ରାସ୍ତା ବାହାର କରାଯାଉଛି ସେ ସବୁକୁ ସାମ୍ନାକୁ ଆଣୁଛି ।

      ପ୍ରଥମ ଭୁଲ୍ ନିରୂପଣଟି ଉଚ୍ଚତମ ନ୍ୟାୟାଳୟ ନିଜେ କରିଥିଲେ, ପୁନାୱାଲାଙ୍କର ରିଟ୍ ପିଟିସନ୍ର ଶୁଣାଣୀ ବେଳେ ଯେଉଁଭଳି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲେ । ଯେଭଳି ଆମ ସମ୍ପାଦକୀୟରେ ଜୁଲାଇ ୨୧, ୨୦୧୮ଦିନ ଆମେ ଉଲ୍ଲେଖ କରିଥିଲୁ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ଏହାକୁ ଏକ ସୁଦ୍ଧ ଆଇନ ଶୃଙ୍ଖଳା ସମସ୍ୟା ହିସାବରେ ଦେଖିବାପାଇଁ ପସନ୍ଦ କରିଛି ଯାହାର ବିଚାର ଏଭଳି ହତ୍ୟାର ପଛରେ ଥିବା ରାଜନୈତିକ ଅଭିଳାଷକୁ ହିସାବକୁ ନେଉନାହିଁ । ଫଳସ୍ୱରୂପ ମୁସଲମାନ, ଦଳିତ ଓ ଆଦିବାସୀମାନଙ୍କ ଉପରେ ଭିଡ଼ ହିଂସା ଅବିରତ ଚାଲିଛି କିନ୍ତୁ ଯେଉଁମାନେ ଏଭଳି ହିଂସାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏକ ବହୁଧା ବିଭକ୍ତ ଏବଂ ବିଷାକ୍ତ ରାଜନୈତିକ ପରିବେଶରେ ଏକ କଠିନ ବ୍ୟାପାର ରୂପେ ସାବ୍ୟସ୍ତ ହେଉଛି ।

ଦ୍ୱିତୀୟ ଭୁଲ୍ ନିରୂପଣଟି କଂଗ୍ରେସ ନେତୃତ୍ୱରେ ଚାଲିଥିବା ସରକାର କରିଥିଲେ, ଯେତେବେଳେ ଏଭଳି ଏକ ସମସ୍ୟାର ସମାଧାନ ପାଇଁ ସେମାନେ ଆଇନରେ ପରିବର୍ତ୍ତନ ଆଣିବାକୁ ପ୍ରାଧାନ୍ୟ ଦେଇଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ ନିୟନ୍ତ୍ରଣ ଆଣିବାର ବିଫଳତା ଯୋଗୁଁ ଭିଡ଼ ହିଂସା ଘଟୁଛି । ଏଭଳି ଏକ ମନୋ ବୃତ୍ତି ଏହି କଥାଟିକୁ ଭୁଲିଯାଉଛି ଯେ ଭିଡ଼ ହିଂସା ଭାରତୀୟ ପିଙ୍ଗଳ କୋଡ଼ ୧୮୬୦ ଅନ୍ତର୍ଗତ ବିଭିନ୍ନ ପ୍ର।ବନ୍ଧଗୁଡ଼ିକ ଦ୍ୱାରା ଏକ ଦଣ୍ଡନୀୟ ଅପରାଧ ହିସାବରେ ଆଗରୁ ହିଁ ରହିଆସିଛି ଓ ଏଥିରେ ମୃତ୍ୟୁଦଣ୍ଡ ଦେବାଯାଏଁ ମଧ୍ୟ ପ୍ର।ବନ୍ଧ ରହିଛି ।

ଏଠି ପୁଣିଥରେ ଉଲ୍ଲେଖ କରିବା ଜରୁରୀ ଯେ ଭିଡ଼ ହିଂସା ଏକ ପକ୍ଷପାତ ଭିତ୍ତିକ ଦୃଷ୍ଟିଭଙ୍ଗୀ ଦ୍ୱାରା ହୋଇଥାଏ ଯେଉଁଠି ନିଷ୍ପେଷିତ ଗୋଷ୍ଠୀମାନଙ୍କ ଉପରେ ପତିଆରା ସାବ୍ୟସ୍ତ କରିବା ପାଇଁ ଏଭଳି ହିଂସା ଆଚରଣ କରାଯାଇଥାଏ । ଏଠି ଏହିକଥା ମଧ୍ୟ ପୁନର୍ବାର କହିବା ଉଚିତ ହେବ ଯେ ଅପରାଧୀକ ବିଚାର ବ୍ୟବସ୍ଥାରେ କିଛି ଗୋଟିଏ ତାଳି ପକା କାମ କରି ତାହାର ନିରାକରଣ କରାଯାଇପାରିବ ନାହିଁ ଯେତେବେଳେ କି ବ୍ୟବସ୍ଥାର ଅବଶିଷ୍ଟ ଅଂଶ କାର୍ଯ୍ୟ କରୁ ନଥିବ ।

କିନ୍ତୁ ଅପରାଧିକ ବିଚାର ବ୍ୟବସ୍ଥାରେ କ’ଣ ସବୁ ନିର୍ଦ୍ଦିଷ୍ଟ ଦିଗଗୁଡ଼ିକ ରହିଛି ଯାହାକୁ ସଜାଡ଼ିବାକୁ ପଡ଼ିବ?

ଏ ବାବଦରେ ଆମେ କହିବା ଯେ ୬ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ଅଦାଲତ ଯେଉଁ ଆଦେଶଟି ଦେଲେ ତାହା ଆମର ଆଖି ଖୋଲିଦେଉଛି । ଦୋଷମୁକ୍ତ କରି ଦିଆଯାଇଥିବା ଆଦେଶଟି ମୁଖ୍ୟତଃ ମାମଲାଟିର ଅନୁସନ୍ଧାନ ଏବଂ ପ୍ରମାଣ ଯୋଗାଡ଼କରିବା କ୍ଷେତ୍ରରେ ଭୟଙ୍କର ବିଫଳତା ଯୋଗୁଁ ଘଟିଥିଲା ଯାହାର ଆରମ୍ଭ ପ୍ରଥମରୁ ହିଁ ପେହେଲୁ ଖାଁ’ଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରି କରାଯାଇଥିଲା । ମୃତ୍ୟୁ ପ୍ରମାଣପତ୍ର ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରସ୍ପର ବିରୋଧୀ ଥିଲା ଏବଂ ମାମଲା ପରିଚାଳନା କରୁଥିବା ସରକାରୀ ସଂସ୍ଥା ପେହେଲୁ ଖାଁ’ଙ୍କର ମୃତ୍ୟୁକୁ ନେଇ ଏକ ସମନ୍ୱିତ ମାମଲା ଉପସ୍ଥାପନ କରିବା ପାଇଁ ଘଟଣାଗୁଡ଼ିକୁ ଏକାଠି ଉପସ୍ଥାପନ କରିପାରି ନଥିଲେ ।

ଏହି ମାମଲାଟି ଅଧିକ ଜଟିଳ ହୋଇଯାଇଥିଲା ପ୍ରଥମେ ଯେତେବେଳେ ଚରମ ଅବହେଳା କରି ପ୍ରଥମ ଅନୁସନ୍ଧାନକାରୀ ଅଫିସର ରମେଶ ସିନସିନୱାର୍ ପେହେଲୁ ଖାଁ’ଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ନେଇଥିଲେ । ସେ ଜମାନବନ୍ଦୀର ତଥ୍ୟଗତ ମୂଲ୍ୟଟିକୁ ନିଶ୍ଚିତ କରାଇ ନଥିଲେ (ଏଭଳି ଜମାନବନ୍ଦୀ ଦେବାପାଇଁ ସେ ଠିକ୍ ସ୍ଥିତିରେ ଅଛନ୍ତି କି ନାହିଁ ନିରୂପିତ କରି) ଏବଂ ସେ କୌଣସି ଉଦ୍ୟମ ବି କରିନଥିଲେ ଯେ ଜମାନବନ୍ଦୀରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଙ୍କୁ ଖାଁ’ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସାମ୍ନାକୁ ଆଣିବା ପାଇଁ । ପୋଲିସର ଅନୁସନ୍ଧାନ ଘଟଣାଟିକୁ ଅନବରତ ଭାବେ ଗୋଳିଆ କରିଚାଲିଥିଲା । ଅଭିଯୁକ୍ତମାନଙ୍କୁ ଏହି ମାମଲାଟିରୁ ଅନୁଚିତ ଆଧାରଗୁଡ଼ିକ ଭିତ୍ତିରେ ବାଦ୍ ଦିଆଯାଇଥିଲା ।

ଯେହେତୁ ଆକ୍ରମଣର ଦୃଶ୍ୟ ଭିଡ଼ିଓ ମାଧ୍ୟମରେ ତୋଳାଯାଇଥିଲା ଓ ବ୍ୟାପକ ଭାବେ ପ୍ରସାର କରାଯାଇଥିଲା ଆଶା କରାଯାଉଥିଲା ଯେ ଏହି ଭିଡ଼ିଓଟି ମାମଲା ପରିଚାଳନା କ୍ଷେତ୍ରରେ ଏକ ସୂତ୍ର ଭଳି କାମ କରିବ । ତଥାପି ଯାହା ଅଦାଲତର ଆଦେଶରୁ ଜଣାପଡ଼ୁଛି ଏହି ମାମଲାର ବୈଦ୍ୟୁତିକ ତଥ୍ୟଟିକୁ ଠିକ୍ ଭାବେ ଉପସ୍ଥାପନ କରାଯାଇ ନଥିଲା । ଏହି ଭିଡ଼ିଓଟି କେମିତି ପ୍ରସ୍ତୁତ ହୋଇଛି ତାହାର ପ୍ରମାଣ ତିଆରି କରିବା ପାଇଁ କୌଣସି ଉଦ୍ୟମ ହୋଇ ନଥିଲା, ଯେମିତିକି ଭିଡ଼ିଓଟି କେଉଁଠୁ ଆସିଥିଲା ଏବଂ କେଉଁ ବୈଦ୍ୟୁତିକ ସରଞ୍ଜାମ ମାଧ୍ୟମରେ ତାହା ଉତ୍ତୋଳନ କରାଯାଇଥିଲା । ଭିଡ଼ିଓଗୁଡ଼ିକୁ ନେଇ ଯେଉଁ ପରସ୍ପର ବିରୋଧୀ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କଲାଭଳି ବୟାନ ସବୁ ବିବିଧ ସାକ୍ଷୀମାନଙ୍କ ପାଖରୁ ଆସିଥିଲା ତାହା ଅଦାଲତକୁ ଏଭଳି ଏକ ନିର୍ଣ୍ଣୟ ନେବାପାଇଁ ବାଧ୍ୟ କରିଥିଲା ଯେ ଭିଡ଼ିଓଟି ସନ୍ଦେହଜନକ ଏବଂ ସେହି ଭିଡ଼ିଓଟିକୁ ଆଧାର କରି ଯେଉଁ ସ୍କ୍ରିନ୍ ସର୍ଟ ନିଆଯାଇଥିଲା ସେ ସବୁ ଆଇନ ଦୃଷ୍ଟିରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଗ୍ରହଣୀୟ ନୁହେଁ ।

କଂଗ୍ରେସ ସରକାର ପୁଣିଥରେ ଅନୁସନ୍ଧାନ ଆରମ୍ଭ କରିବା ପାଇଁ ଆଦେଶ ଦେଇଛନ୍ତି ବିଶେଷକରି ଯେଉଁଭଳି ଏହି ମାମଲାଟିର ଅନୁସନ୍ଧାନ ହୋଇଥିଲା ତାହାରି ଉପରେ । ଆମେ ଏହାକୁ ସ୍ୱାଗତ କରିବା କିନ୍ତୁ ଏକ ବୃହତ ପ୍ରସଙ୍ଗର ଏହା ସମାଧାନ ହୋଇପାରିବ ନାହିଁ । ବୃହତର ପ୍ରସଙ୍ଗ ହେଉଛି ଯେ ପୋଲିସ ଏବଂ ମାମଲା ପରିଚାଳନା ବ୍ୟବସ୍ଥାରେ ଯଥେଷ୍ଟ କର୍ମଚାରୀଙ୍କର ଅଭାବ ଏବଂ ସେମାନଙ୍କ ପାଖରେ ମଧ୍ୟ ମାମଲା ପରିଚାଳନା ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ ଓ ସେମାନେ ସମ୍ପୂର୍ଣ୍ଣ ଭାବେ ଏକ ରାଜନୈତିକ ଶ୍ରେଣୀ ପାଖରେ ନତମସ୍ତକ । ଯାହାଫଳରେ ମାମଲାଗୁଡ଼ିକର ଉପଯୁକ୍ତ ଅନୁସନ୍ଧାନ ହୋଇପାରୁ ନାହିଁ ଅବା ଅପରାଧୀମାନଙ୍କୁ ଦଣ୍ଡିତ କରାଯାଇ ପାରୁନାହିଁ ।

ଏସବୁ କହିଲା ବେଳେ ଏହାର ଏଭଳି ଅର୍ଥ ନହେଉ ଯେ ଭିଡ଼ ହିଂସା ସମସ୍ୟାର ସମାଧାନ ପାଇଁ କୌଣସି ତତକାଳୀକ ପଦକ୍ଷେପର ଆବଶ୍ୟକତା ନାହିଁ । ‘ଗୋ ସୁରକ୍ଷା’ ସଙ୍ଗଠନଗୁଡ଼ିକୁ ଚିହ୍ନଟ କରି ଓ ଦଣ୍ଡବିଧାନ କରି ଏକ ଭଲ ଆରମ୍ଭଟିଏ କରାଯାଇପାରେ । ଗୋ-ହତ୍ୟା ନିରୋଧ ଆଇନଟି ଯାହା ଏହି ପ୍ରସଙ୍ଗରେ ହିନ୍ଦୁତ୍ୱ ଦୃଷ୍ଟିକୋଣଟିକୁ ପରୋକ୍ଷଭାବେ ପୁନଃପ୍ରତିଷ୍ଠିତ କରାଇଥାଏ ତାହା ଉପରେ ପୁଣିଥରେ ଚିନ୍ତା କରିବା ଆଉ ଏକ ଭଲ ପଦକ୍ଷେପ ମଧ୍ୟ ହୋଇପାରେ । ଏଭଳି ଉଦ୍ୟମ ଦ୍ୱାରା ରାଜନୈତିକ ପୁଞ୍ଜିରୁ କିଛି ଖର୍ଚ୍ଚ ହୋଇପାରେ ଏବଂ ଏହା ରାଜ୍ୟସ୍ତରରେ ସମ୍ଭବ ମଧ୍ୟ । ଭିଡ଼ ହିଂସା ଉପରେ ଏଭଳି ଏକ କାମ ଆରମ୍ଭ କରିବା ପାଇଁ ରାଜସ୍ଥାନର କଂଗ୍ରେସ ସରକାରଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ସମୟ ।

 

 

 

 

 

 

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top