ISSN (Print) - 0012-9976 | ISSN (Online) - 2349-8846

ଗଣତନ୍ତ୍ରର କ୍ଷୁଦ୍ର ସ୍ୱରଗୁଡ଼ିକ

.

ଗଣତନ୍ତ୍ରରେ କ୍ଷୁଦ୍ର ସ୍ୱରର ସପକ୍ଷରେ କରାଯାଉଥିବା ଯୁକ୍ତି ତିନୋଟି କାରଣ ଯୋଗୁଁ ଠିକ୍ ଭାବେ ସ୍ଥାନିତ ନହୋଇଥାଇପାରେ । ପ୍ରଥମଟି ହେଉଛି ଯେ ଅନେକେ ଆଧୁନିକ ଗଣତନ୍ତ୍ରର ଢାଞ୍ଚାଟି ଭିତରେ କ୍ଷୁଦ୍ର ସ୍ୱରଟି ମେଳ ଖାଉନି ବୋଲି ଯୁକ୍ତି ରଖିପାରନ୍ତି । ଏହା ଏଇଥିପାଇଁ କି ଯେ, ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଗଣତନ୍ତ୍ର ଅଭିବ୍ୟକ୍ତି ପାଇଁ ସମସ୍ତଙ୍କୁ ସମାନ କ୍ଷେତ୍ର ଯୋଗାଇଥାଏ ଯେଉଁଠି କିଛି ଭେଦଭାବ ନଥାଏ । ଏହି ଦୃଷ୍ଟିରୁ ହିଁ ଆମେ ସମ୍ବିଧାନରେ ଖୋଦିତ ହୋଇଥିବା ମୁକ୍ତ ଅଭିବ୍ୟକ୍ତିର ବିଚାରଟିକୁ ଦେଖିଥାନ୍ତି । ଦ୍ୱିତୀୟଟି ହେଉଛି ଯେ, ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଭାରତର ପ୍ରତ୍ୟେକଟି ନାଗରିକଙ୍କ କଥା ରାଷ୍ଟ୍ର କହେ ବୋଲି ଧରିନିଆଯାଇଥାଏ । ରାଷ୍ଟ୍ର ହେଉଛି ଭାରତର ପ୍ରତି ନାଗରିକଙ୍କର ଏକ ସାମୂହିକ ସ୍ୱର । ଏହା ହେଉଛି ଯଦି ସାମ୍ବିଧାନିକ ସ୍ଥିତି ତା’ହେଲେ ଗଣତନ୍ତ୍ରର ସାଧାରଣ ଜୀବନରେ କାହିଁକି ଆମକୁ ଛୋଟ ବା ବଡ଼ ସ୍ୱରର ପ୍ରଶ୍ନ ଉଠାଇବାକୁ ପଡ଼ିଥାଏ? ଦ୍ୱିତୀୟ ପ୍ରଶ୍ନ ସହିତ ଯୋଡ଼ି ହୋଇ ରହିଛି ଆଉ ଗୋଟିଏ କଥା ଯେ, ପ୍ରତିଟି ସ୍ୱରର ଏକ ସାମୂହିକ ଅଭିବ୍ୟକ୍ତି ହିସାବରେ ଶାସକ ଦଳଟିକୁ ନିଆଯାଇଥାଏ । ଏଥିରେ ଯେଉଁମାନେ ଦଳଟିକୁ ଭୋଟ ନଦେଇଥାନ୍ତି ତାଙ୍କୁ ବି ସାମିଲ କରାଯାଇଥାଏ । ଶେଷରେ ଯେତେବେଳେ ବିରୋଧୀ ଦଳମାନେ ଏବଂ ସାମାଜିକ ଆନ୍ଦୋଳନଗୁଡ଼ିକ ନିଜକୁ କ୍ଷୁଦ୍ର ସ୍ୱର ବୋଲି ଦାବି କରିଥାନ୍ତି, ତେବେ ତାହା ବିରୋଧର ସ୍ୱର ଠାରୁ ସ୍ୱାଧୀନ ଏଭଳି ଏକ କଥାକୁ ସମାପ୍ତ କରିଦେଇଥାଏ । ତଥାପି ଆମେ ଯୁକ୍ତି କରିପାରିବା ଯେ, ଭାରତୀୟ ଗଣତନ୍ତ୍ରରେ ଏହିସବୁ ସ୍ୱରମାନଙ୍କର ପ୍ରତିଧ୍ୱନି ଦେଖିବାକୁ ମିଳିଥାଏ କଥିତ ରୂପରେ ହେଉ ଅବା ନିର୍ବାକ୍ ଢାଞ୍ଚାରେ ହେଉ ।

ପ୍ରତିଟି ମଣିଷକୁ ସମାନ ସ୍ୱର ଦେବାପାଇଁ ସକ୍ଷମ କରିବା କ୍ଷେତ୍ରରେ ଯଦିଓ ଗଣତନ୍ତ୍ର ଏକ ପ୍ରତିଶ୍ରୁତି ବହନ କରିଥାଏ, ନିଷ୍ପେଷିତଙ୍କ ସ୍ୱରଟି ଗଣତନ୍ତ୍ରର ଜୀବନରେ ଏକ ଆବଶ୍ୟକୀୟ ଅଭିବ୍ୟକ୍ତି ହିସାବରେ ଦେଖାଦେଇଥାଏ । ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ଶ୍ରମଜୀବୀମାନଙ୍କର ସ୍ୱର କ୍ଷୁଦ୍ର । ଆମେ ଅଧିକାଂଶ ସମୟରେ ଏହି ଲୋକମାନଙ୍କର ଏକା ସ୍ୱରକୁ ଶୁଣିଆସିଛୁ ଯେତେବେଳେ ସେମାନେ ନ୍ୟାୟ ପାଇଁ ସମାନତା ପାଇଁ ଏବଂ ସମ୍ମାନ ପାଇଁ ବିଭିନ୍ନ ସମୟରେ ଥିବା ସରକାରଙ୍କ ପାଖରେ ଆର୍ତ୍ତନାଦ କରିଥାନ୍ତି । ଏହି ସ୍ୱରଗୁଡ଼ିକର ତୀବ୍ରତା ଏବଂ ତୁହାକୁ ତୁହା ହେଉଥିବା ଅଭିବ୍ୟକ୍ତି ଯୋଗୁଁ ସଂକୀର୍ଣ୍ଣ ବୋଲି ବିଚାର କରାଯାଇଥାଏ; ଯାହାକି ନିରନ୍ତର ଭାବେ ଅରୁଚିକର ସତେଯେମିତି ଏହି ସ୍ୱରଗୁଡ଼ିକ ଯୁକ୍ତି ଉପରେ ଆଧାରିତ ନୁହେଁ । କିନ୍ତୁ ଏହା ମଧ୍ୟ ବିଚାରକୁ ନେବାକଥା ଯେ, ଏହି ବର୍ଣ୍ଣିତ ‘ସଂକୀର୍ଣ୍ଣତାବାଦ’ର ପ୍ରକୃତରେ ଏକ ଆଭ୍ୟନ୍ତରୀଣ ଯୁକ୍ତି ଅଛି ଯେହେତୁ ଏହା ସଂଖ୍ୟାଗରିଷ୍ଠଙ୍କର ବିଫଳତାରୁ ଜନ୍ମ ନେଉଛି ଏବଂ ସମସ୍ତଙ୍କର ସ୍ୱର ହିସାବରେ ଉଚ୍ଚାରଣ କରାଯାଉଥିବା ସରକାରଟି ସେମାନଙ୍କୁ ଯଥେଷ୍ଟ ଭାବେ ଶୁଣିବାର ଏକ ଆବଶ୍ୟକତା ରହିଛି ।

ଆମକୁ ସମ୍ବେଦନଶୀଳତାର ସହିତ ଏହି କଥାଟିକୁ ବିଚାର କରିବାକୁ ହେବ ଯେ, ଏମାନେ ଗଣତନ୍ତ୍ରକୁ ପଥଚ୍ୟୁତ କରନ୍ତି ନାହିଁ ବରଂ ସେମାନେ ନିଜର କ୍ଷୋଭକୁ ପରିପ୍ରକାଶ କରିବା ପାଇଁ ଚାହାନ୍ତି । ପ୍ରକୃତରେ ସେମାନେ ନିଜର ସଂଘର୍ଷମୟ ସ୍ଥିତି ପ୍ରତି ଗଣତନ୍ତ୍ର ଯେମିତି ସମ୍ବେଦନଶୀଳ ରହିବ ସେଥିପାଇଁ ଉଦ୍ୟମ କରିଥାନ୍ତି । ସେମାନଙ୍କୁ ଗଣତନ୍ତ୍ର ବା ସରକାରଙ୍କ ପ୍ରତି ଏକ ବିପଦ ହିସାବରେ ବିଚାର କରିବା ଅନ୍ୟାୟ ହେବ । ସେମାନେ ଯେଉଁ ସ୍ୱର ଉତ୍ତୋଳନ କରିଥାନ୍ତି ତାହା ଜୀବନର ତଥ୍ୟ ଉପରେ ଆଧାରିତ ହୋଇଥାଏ ଯେଉଁଥିରେ ହିଂସାର ଶିକାର ହେବା, ବଞ୍ôଚତ ହେବା ବା ଜାତିବାଦର ଶିକାର ହେବାର କଥାଟି ଅନ୍ତର୍ନିହିତ ଥାଏ । ଏହି ସ୍ୱରଗୁଡ଼ିକ ଏଭଳି ପ୍ରଶ୍ନ ଉତ୍ଥାପନ କରିଥାନ୍ତି ଯେ, ସେମାନେ ହିଁ କେବଳ କାହିଁକି ସ୍ୱାସ୍ଥ୍ୟ, ସହରାଞ୍ଚଳ ଯୋଜନା ଏବଂ ବଜାରର ବିଫଳତାର ଶିକାର ହେବେ! ଏଭଳି ସ୍ୱରଗୁଡ଼ିକୁ ନିଜର ଯନ୍ତ୍ରଣା ଏବଂ ଯାତନାକୁ ସଂଖ୍ୟାଗରିଷ୍ଠ ସମୁଦାୟ ବା ସରକାରଙ୍କର ନୈତିକ ବିଚାର ପାଇଁ ଉପସ୍ଥାପିତ ହୋଇଥାଏ । ସ୍ୱରଗୁଡ଼ିକ ଏଭଳି ଏକ ଧାରଣା ଉପରେ ଉପସ୍ଥାପିତ ହୋଇଥାଏ ଯେ, ପ୍ରତ୍ୟେକ ମଣିଷ ଭିତରେ ମାନବିକତା ପାଇଁ ଯେମିତି ସ୍ଥାନଟିଏ ଥାଏ ।

ସେହିଭଳି କ୍ଷୁଦ୍ର ସ୍ୱରଗୁଡ଼ିକ ଯୁକ୍ତିଯୁକ୍ତ ଜଣାପଡ଼ନ୍ତି ଏମିତିକି ଯେତେବେଳେ ସେମାନଙ୍କର ଅଭିବ୍ୟକ୍ତିଟି ‘କର୍କଶ’ ମଧ୍ୟ ଥାଏ, ବିଶେଷକରି ଯେତେବେଳେ ରାଷ୍ଟ୍ର ସେମାନଙ୍କର ସ୍ୱରକୁ ଶକ୍ତି ଯୋଗାଇବା ଆଳରେ କିଛି ଆଭ୍ୟନ୍ତରୀଣ ସଂସ୍କାର ଆଣିବାପାଇଁ ଚେଷ୍ଟା କରିଥାଏ । ବେଳେବେଳେ ରାଷ୍ଟ୍ର ସଂରକ୍ଷଣ କୋଟା ଦାବି କରି ଉଠୁଥିବା ଅପେକ୍ଷାକୃତ ବଳିଷ୍ଠ ସ୍ୱରଗୁଡ଼ିକୁ ପ୍ରାଥମିକତା ଦେଇଥାଏ । ବଳିଷ୍ଠ ସହଯୋଗକୁ ଆଧାର କରି ରାଷ୍ଟ୍ର ନୈତିକ କାରଣ ଯୋଗୁଁ ଯେଉଁ ସ୍ୱରଗୁଡ଼ିକ ଦୁର୍ବଳ ହୋଇଛନ୍ତି ଅବା ଦୁର୍ବଳ ହୋଇଚାଲିଛନ୍ତି ତାକୁ ସମର୍ଥନ କରିବାର ଦାୟିତ୍ୱ ନେବା ଆବଶ୍ୟକ । ଏମିତିକି ମୁଖ୍ୟ ବିରୋଧୀ ଶକ୍ତିଗୁଡ଼ିକ ଏବଂ ସେମାନଙ୍କର ବିଭିନ୍ନ ଅଂଶଗୁଡ଼ିକ କ୍ଷୁଦ୍ର ସ୍ୱରଗୁଡ଼ିକୁ ଶୁଣିବା ପାଇଁ ସକ୍ଷମ ହୋଇ ନଥାନ୍ତି । ଏହି ଛୋଟ କ୍ଷୁଦ୍ର ସ୍ୱରଗୁଡ଼ିକ ଯେଉଁ ଜନପ୍ରସଙ୍ଗଗୁଡ଼ିକ ଉଠାଇଛନ୍ତି ସେମାନଙ୍କ ସହ ସମର୍ଥନରେ ଏକାଠି ଛିଡ଼ାହେବା ପାଇଁ ଏହି ଦଳଗୁଡ଼ିକର ବିଫଳତା ସ୍ପଷ୍ଟ ଜଣାପଡ଼ୁଛି । ଏହି ଦଳଗୁଡ଼ିକ ଅଧିକରୁ ଅଧିକ ଶାସକ ଦଳର ବିକଳ୍ପ ହିସାବରେ ନିଜକୁ ଉପସ୍ଥାପିତ କରିବାରେ ଧ୍ୟାନ ଦେଉଛନ୍ତି, କିନ୍ତୁ କ୍ଷୁଦ୍ର ସ୍ୱରଗୁଡ଼ିକୁ ବଳିଷ୍ଠ କରିବା ପାଇଁ ଏକ ବିକଳ୍ପ ରାଜନୀତିର ମୌଳିକ ଆବଶ୍ୟକତାକୁ ଏମାନେ ଗୁରୁତ୍ୱ ଦେଉନାହାନ୍ତି । ବିକଳ୍ପ ରାଜନୀତିର ସଂଜ୍ଞା ଏଭଳି କଥା ଉପରେ ନିରୁପିତ ହେବା କଥା ଯେଉଁ କଥାଗୁଡ଼ିକ କ୍ଷୁଦ୍ର ସ୍ୱରଗୁଡ଼ିକୁ ଶକ୍ତି ଯୋଗାଇପାରିବ । ଏହି ଶକ୍ତିଗୁଡ଼ିକ କେତେବେଳେ କେମିତି ବା କେବଳ ଉଚ୍ଚାରଣ ପାଇଁ ନୁହେଁ ବରଂ ସବୁବେଳେ ଯେମିତି ସେମାନଙ୍କ ସହ ଛିଡ଼ା ହୋଇପାରୁଥିବ ଏବଂ ସେମାନଙ୍କର ସ୍ୱରକୁ ଅଧିକ ମାର୍ଜିତ କରିବାପାଇଁ ଯେମିତି ନିଷ୍ଠାପର ଉଦ୍ୟମ କରିବେ ଯେମିତିକି ସେଥିପାଇଁ ବୃହତ୍ତର ସମାଜର ସମର୍ଥନ ମଧ୍ୟ ରହିବ ।

ନିଜର ଅବସ୍ଥାଗୁଡ଼ିକ ଅଧିକରୁ ଅଧିକ ଖରାପ ହୋଇଯାଉଥିବା ବେଳେ ସେଥିରୁ କିଛି ତୁରନ୍ତ ନିସ୍ତାର ପାଇଁ ଯେଉଁ ନିଷ୍ପେଷିତମାନଙ୍କର ନୀତିଦିନିଆ ସଂଘର୍ଷ ଚାଲିଛି ବିକଳ୍ପ ରାଜନୀତି ସେ ସବୁ ଉପରେ ପ୍ରଭାବ ପକାଇବ । ସେଇଥିପାଇଁ ସେମାନଙ୍କୁ ଅଧିକରୁ ଅଧିକ ସେହି ଜନପ୍ରତିନିଧିମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ଯେଉଁମାନେ କ୍ଷୁଦ୍ର ସ୍ୱରଗୁଡ଼ିକ ଏବଂ ସକ୍ରିୟ ତଥା ଦାୟିତ୍ୱବାନ ରାଷ୍ଟ୍ର ମଧ୍ୟରେ ନିଷ୍ଠାର ସହ କାମ କରୁଥିବେ । ଗୋଟିଏ ଦଳରୁ ଅନ୍ୟ ଦଳକୁ ଦଳ ପରିବର୍ତ୍ତନ କରୁଥିବା ଲୋକମାନଙ୍କ ଉପରେ ସେମାନେ ନିର୍ଭର କରିବା କଥା ନୁହେଁ । ଉଦାହରଣ ସ୍ୱରୂପ ବିଧାନସଭାର ସଦସ୍ୟମାନଙ୍କର ପଟ୍ଟପରିବର୍ତ୍ତନ ସେମାନଙ୍କ ପାଇଁ କୌଣସି ପରିଣାମ ଆଣିବ ନାହିଁ । ଭୋଟ ବାକ୍ସ ମାଧ୍ୟମରେ ଅଭିବ୍ୟକ୍ତ ହେଉଥିବା ସେମାନଙ୍କର ରାଜନୈତିକ ସ୍ୱର କେବଳ ଏକ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ କିନ୍ତୁ ଏହାର ପରିଣାମ ଉପରେ ତାହାର କୌଣସି ନିୟନ୍ତ୍ରଣ ନଥାଏ । ଭୋଟ୍ ମାଧ୍ୟମରେ ଧନୀମାନଙ୍କୁ ସୃଷ୍ଟି କରାଯାଇଥାଏ ଯେଉଁମାନଙ୍କର କୌଣସି ସାମାଜିକ ତଥା ଲିଙ୍ଗଗତ ଭିନ୍ନତା ନଥାଏ । ରାଜନୀତିର ଏକ ବିକଳ୍ପ ଢାଞ୍ଚା କ୍ଷୁଦ୍ର ସ୍ୱରଗୁଡ଼ିକ ପାଇଁ ଦଳବଦଳକୁ ମୂଲ୍ୟହୀନ କରାଇବ ଯାହା ଘଟଣାକ୍ରମେ ସାମୂହିକ ଗଣତାନ୍ତ୍ରିକ ସ୍ୱରରେ ନିଜକୁ ସମ୍ମିଳିତ କରାଇବ ।

                                                                                                                               

Back to Top