ISSN (Print) - 0012-9976 | ISSN (Online) - 2349-8846

ମୃତ ନଦୀର ଜୀବନଗାଥା

ଗଙ୍ଗାର ଆହ୍ୱାନ ଶୁଣିବା ପାଇଁ ଉଭୟ ରାଜନୈତିକ ତଥା ନୈତିକ ଦାୟିତ୍ୱର ଆବଶ୍ୟକତା ରହିଛି ।

ନଦୀହେବାକୁ ହେଲେ ପ୍ରବାହିତ ହେବାକୁ ପଡିବ । କାରଣ ନଦୀରେ ଜଳ ପ୍ରବାହିତ  ହେଲେ ହିଁ ତାହା ବ୍ୟବହାରରେ ଲାଗିଥାଏ ଯାହାର ଅର୍ଥ ହେଉଛି ଏହାକୁ ନଷ୍ଟ ହେବାରୁ ସୁରକ୍ଷିତ ରଖା ଯାଇପାରିଥାଏ । କିନ୍ତୁ  ସମ୍ପ୍ରତି ଏହି ‘ବ୍ୟବହାର’ କଥାଟି ଏପରି ଅବସ୍ଥାରେ ପହଞ୍ôଚ ସାରିଲାଣି ଯେ ଏବେ କେଉଁ ନଦୀ ବଞ୍ôଚଛି ତାକୁ ନେଇ ସହଜରେ ନିଷ୍ୱତ୍ତି କରିବା ସମ୍ଭବ ହେଉନାହିଁ । ବାସ୍ତବ କଥା ହେଉଛି ଏବେ ଜୀବନ୍ତ ନଦୀ ପାଇବା କଷ୍ଟକର କାରଣ ଏହାର ଜଳପ୍ରବାହକୁ ବିଭିନ୍ନ କେନାଲ ମାଧ୍ୟମରେ ବିଭିନ୍ନ ସ୍ଥାନର ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡିକ ସହ ଯୋଡି ଦିଆଯାଉଛି ଯେଉଁଥିରେ ଏହି ବଦ୍ୟୁତ କେନ୍ଦ୍ରମାନଙ୍କରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ବିଷାକ୍ତ ଦ୍ରବ୍ୟ ସବୁକୁ ଛଡା ଯାଉଛି । ଯାହାକି ନଦୀରେ ମିଶୁଛି । ନଳାଗୁଡିକୁ ନଦୀମାନଙ୍କ ସହିତ ଇଣ୍ଟରଲିଂକିଙ୍ଗ କରିବାକୁ ପାଣିପାଇପ ପରି ବ୍ୟବହାର କରାଯାଉଛି । ଆଉ ଏ ସବୁ କଥା ନଦୀର ପୂଜା କରାଯିବା, ଏହାର ସ୍ରୋତକୁ ରୋକି ଏହାକୁ ପୁର୍ନଜୀବିତ  କରାଯିବା ନାଆଁରେ କରାଯାଉଛି । ବିକାଶ ନାମରେ ନଦୀର ପ୍ରବାହକୁ ବନ୍ଦ କରି ଦିଆଯାଉଛି । ଗୋଟିଏ ପ୍ରାଣୀ ବା ମଣିଷ ଯେତେବେଳେ ସମ୍ପୂର୍ଣର୍ ଭାବରେ ଲାଇଫ ସେଭିଙ୍ଗ ସପୋର୍ଟ ବ୍ୟବସ୍ଥା ଭରଷାରେ ଥାଏ ସେତେବେଳେ ତାକୁ ବଞ୍ôଚଛି ବୋଲି କୁହାଯିବା କଷ୍ଟକର ହୋଇଥାଏ ।  ସେହିପରି ଗୋଟିଏ ନଦୀକୁ ବଞ୍ôଚଛି ବୋଲି କହିବା କଷ୍ଟକର ହୋଇଯାଏ ଯେତେବେଳେ ଏହାର ଜଳପ୍ରବାହକୁ ଏପରି କରିଦିଆଯାଏ ଯେ ଏହାର ଜଳର ପ୍ରାକୃତିକତାକୁ ନେଇ ସନ୍ଦେହ ସୃଷ୍ଟି ହୁଏ ଏବଂ ଯେତେବେଳେ ନଦୀ ଏହାର ନିଜସ୍ୱ ଭୌଗଳିକ ଓ ପାରିସ୍ଥିତିକ ଗୁଣ ଟିକକ ହରାଇ ବସେ । ନଦୀକୁ ସେତେବେଳେ ବଞ୍ôଚଛି ବୋଲି କହିବା କଷ୍ଟକର ହୋଇ ଯାଏ ଯେତେବେଳେ ଏହା କେବଳ ଖଣ୍ଡବିଖଣ୍ଡିତ ହୋଇ ବଞ୍ôଚ ରହିଥାଏ ଓ ଏହା ଏକ ପାରିସ୍ଥିତିକିଗତ ଏକତା ହରାଇ ବସିଥାଏ ତଥା ନିଜକୁ ପୁନର୍ଜୀବିତ କରିବାର ସମସ୍ତ ଶକ୍ତି ଏହା ପାଖରେ ଆଉ ନଥାଏ ।

ଯେତେବେଳେ ଅନ୍ୟ ସବୁ ନଦୀଗୁଡିକ ସମାନ ବିପଦ ଭିତର ଦେଇ ଗତି କରୁଛନ୍ତି ସେତେବେଳେ ଗଙ୍ଗା ନଦୀର ଅବସ୍ଥା ସରକାରଙ୍କ ହସ୍ତକ୍ଷେପ ସତ୍ତେ୍ୱ ଓ ଯୋଗୁ ଅଧିକ ସାଂଘାତିକ ହୋଇ ପଡିଛି । ଗଙ୍ଗାର ଡାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ନିର୍ବାଚନ ଲଢିବାକୁ ବାହାରି ପଡିଥିଲେ । ହିନ୍ଦୁତ୍ୱ ଆଧାରରେ ଗଙ୍ଗାତ୍ୱକୁ କେବଳ ଭାବପ୍ରବଣତା ଉଦ୍ରେକ କରିବା ପାଇଁ ବ୍ୟବହାର କରାଗଲା କିନ୍ତୁ ଗଙ୍ଗାକୁ ବଞ୍ଚାଇବାପାଇଁ ବାସ୍ତବ ଦୃଷ୍ଟିରୁ ଏହା ସହିତ ଯୋଡି ହେବା କଥାଟି କେଉଁଠି ହଜିଗଲା । ପରିବେଶ ଇଁଜିନିୟରରୁ ସାଧୁ ପାଲଟି ଯାଇଥିବା ଜି ଡି ଅଗ୍ରୱାଲ ୧୧୨ ଦିନ ପର୍ଯ୍ୟନ୍ତ ଅନଶନ କରି ଶେଷରେ ପ୍ରାଣତ୍ୟାଗ କଲେ । ସେ ଏଇଥିପାଇଁ ଅନଶନ କରୁଥିଲେ ଯେ ତାଙ୍କୁ ଲାଗୁଥିଲା ଯେ ସେପରି କଲେ ସେ ପ୍ରଧାନମନ୍ତ୍ରୀଙ୍କ କାନରେ ଗଙ୍ଗାର ଡାକକୁ ପକାଇ ପାରିବେ । ଅଗ୍ରୱାଲଙ୍କ ଦାବୀ ପୁରା ଉତ୍ତରାଖଣ୍ଡର ଏକ ନିରନ୍ତର ଦାବୀ ଭାବେ ଦେଖିôବାକୁ ମିଳିଥାଏ । କାରଣ ଆଖିବୁଜା ବାଲୁକା ଉତ୍ତୋଳନ ଓ ତାପଜ ବିଜୁଳୀ କେନ୍ଦ୍ରରୁ ବାହାରୁଥିବା ପାଉଁଶ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପାଇଁ ଅଧିକାଂଶ ସ୍ଥାନରେ ଗଙ୍ଗାର ଜଳପ୍ରବାହ ଏକ ପତଳା ଧାରଟିଏ ହୋଇ ରହିଗଲାଣି । ହିମାଳୟ ସ୍ଥିତ ଗଙ୍ଗାର ଚିରସ୍ରୋତା ହେବାର ସୂତ୍ରଟି ମଧ୍ୟ ଧୀରେ ଧୀରେ ସୁଖି ସୂଖି ଯିବାରେ ଲାଗିଛି ।

Dear Reader,

To continue reading, become a subscriber.

Explore our attractive subscription offers.

Click here

Back to Top