ISSN (Print) - 0012-9976 | ISSN (Online) - 2349-8846

କୃଷକ ଏବଂ ସେମାନଙ୍କର ରାଷ୍ଟ୍ର

କୋଟି କୋଟି କୃଷକ ଏକ ସହୃଦୟ ରାଷ୍ଟ୍ର ଆବଶ୍ୟକ କରନ୍ତି; ସେମାନେ ପଳାଇ ନ ଯିବାକୁ ନିଷ୍ପତି କରିଛନ୍ତି ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ କିଛି ମାସ ହେବ ପ୍ରାୟ ୨୦୦ କୃଷକ-ସଙ୍ଗଠନମାନଙ୍କୁ ନେଇ ଗଠିତ ସର୍ବ ଭାରତ କିଶାନ ସଙ୍ଘର୍ଷ ସମନ୍ୱୟ କମିଟି (ଏ.ଆଇ.କେ.ଏସ୍‌.ସି.ସି) ଦିଲ୍ଲୀ ଚାଲ ପାଇଁ କୃଷକମାନଙ୍କୁ ସଙ୍ଗଠିତ କରି ଆସୁଛି । ସେମାନେ ନଭେମ୍ବର ୨୯ ଓ ୩୦ରେ ରାଜଧାନୀରେ ପହଞ୍ଚିବା ପାଇଁ ଯୋଜନା ରଖିଛନ୍ତି । ଦେଶର କୃଷି ସଙ୍କଟ ଉପରେ ଆଲୋଚନା ପାଇଁ ସଂସଦର ଏକ ବିଶେଷ ଅଧିବେଶନ ପାଇଁ ଦାବୀ ହେଉଛି ଏ.ଆଇ.କେ.ଏସ୍‌.ସି.ସି.ର ମୁଖ୍ୟ କାର୍ଯ୍ୟକ୍ରମ । କୃଷକମାନେ ଚାହାନ୍ତି ଏହି ସଂସଦର ଅଧିବେଶନକୁ ସ୍ୱାମୀନାଥନ୍ କମିଶନଙ୍କର ସୁପାରିଶ, ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍.ଏସ୍.ପି)ର କାର୍ଯ୍ୟକାରୀତା ଓ ପରିଚାଳନା ନୀତି, ସମସ୍ୟା ଜଡିତ ଶସ୍ୟ-ବୀମାର ଘରୋଇକରଣ, ମରୁଡିଗ୍ରସ୍ତ ଅଞ୍ଚଳର ବିଭାଗୀକରଣ କରିବାରେ ସରକାରଙ୍କର ଭୂଲ ନୀତି, ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା କୃଷକମାନଙ୍କ ପ୍ରତି ବ୍ୟାଙ୍କମାନଙ୍କର ଭେଦଭାବପୂର୍ଣ୍ଣ ଦୃଷ୍ଟିଭଙ୍ଗୀକୁ ନେଇ ଆଲୋଚନା ପାଇଁ ଉତ୍ସର୍ଗ କରାଯାଉ । କୃଷକମାନଙ୍କର ଅଭିଜ୍ଞତା ଦର୍ଶାଉଛି ଯେ କେତେକ ବ୍ୟାଙ୍କ ଋଣ ଆଦାୟରେ କଠିନ ଏବଂ ଅପମାନଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେତେକ ବ୍ୟାଙ୍କ ହଜାର ହଜାର କୋଟି ଟଙ୍କା ଋଣ ନେଇ ସୁଝୁ ନଥିବା କେତେକ ବ୍ୟକ୍ତିମାନଙ୍କ ପ୍ରତି ବଦାନ୍ୟତା ଦେଖାଇଥାନ୍ତି । ଅନେକ କୃଷକ ବ୍ୟାଙ୍କମାନଙ୍କ ଭେଦଭାବପୂର୍ଣ୍ଣ ଅଚରଣର ଶୀକାର ହୋଇଥାନ୍ତି ।

କୃଷକଙ୍କ ସ୍ୱାର୍ଥରେ ସର୍ବନିମ୍ନ ସହାୟକ ମୂଲ୍ୟର ଉପଯୋଗୀତା ନେଇ ସେମାନେ ଭରସା କରି ପାରୁ ନାହାନ୍ତି । ଦୀର୍ଘ ଦିନ ଧରି ସେମାନେ ପ୍ରଶ୍ନ କରୁଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ କେତେ ବାଟ ପର୍ଯ୍ୟନ୍ତ ସେମାନଙ୍କୁ ବଜାରର ଝୁଙ୍କରୁ ରକ୍ଷା କରି ପାରିବ, ଯାହାକି ଘରୋଇ ସଂସ୍ଥାମାନଙ୍କ ଦ୍ୱାରା ନିୟନ୍ତ୍ରିତ, ଯାହାର ଏକ ମାତ୍ର ଲକ୍ଷ୍ୟ ହେଉଛି ଅଧିକ ଲାଭ । ସେହିଭଳି ସେମାନେ ଏହା ବିଶ୍ୱସ କରିବା ପାଇଁ ଯଥେଷ୍ଟ କାରଣ ଅଛି ଯେ ଅର୍ଥକାରୀ ଫସଲ ଉପରେ କର୍ପୋରେଟ ବୀମା କମ୍ପାନୀମାନଙ୍କର ବଢୁଥିବା ଦୃଢ ନିୟନ୍ତ୍ରଣ କୃଷକଙ୍କ ପ୍ରତିବଦଳରେ କମ୍ପାନୀମାନଙ୍କୁ ହିଁ ଲାଭ ଦେବେ । ରିମୋଟ ସେନ୍ସିଂ ପଦ୍ଧତିର ସଠିକତା ଉପରେ ସେମାନଙ୍କର ସନ୍ଦେହ ରହିଛି । ସେମାନଙ୍କ ଅନୁଯାଇ ଏହା ଜଳ ଆଧାର ସମ୍ପକରେ ସଠିକ୍ ଚିତ୍ର ଦିଏ ନାହିଁ । ଏହି ସମସ୍ତ ଦିଗ କୃଷି ସଙ୍କଟ ଆଡକୁ ନେଇ ଯାଇଛି, ଯାହା ତିନି ଲକ୍ଷରୁ ଅଧିକ କୃଷକଙ୍କର ଦଃଖଦ ଆତ୍ମହତ୍ୟାର ଭୟଙ୍କର ପରିସ୍ଥିତିରେ ପ୍ରତିଫଳିତ ହେଉଛି ।

ଏହି ଭିତ୍ତିଭୂମି ଉପରେ କୃଷକମାନଙ୍କର ସମାବେଶ କୃଷି ସଙ୍କଟକୁ ଜନଗଣଙ୍କର ଦୃଷ୍ଟିକୁ ଆଣିବାକୁ ଚାହୁଁଛି । ସମାବେଶର ଲକ୍ଷ୍ୟ ହେଉଛି ସରକାରଙ୍କୁ ଗଣତାନ୍ତ୍ରିକ ଆଲୋଚନା କରିବା ପାଇଁ ବାଧ୍ୟ କରିବା, ଯିଏକି ଏହି ସଙ୍କଟକୁ ସମାଧାନ କରିବା ପାଇଁ ଆଗ୍ରହୀ ଥିବା ଭଳି ଦେଖା ଯାଉ ନାହିଁ । ଏହା ଯୁକ୍ତି କରାଯାଉଛି ଯେ କୃଷକଙ୍କର ସମସ୍ୟା ହୁଏତ "କ୍ଷଣସ୍ଥାୟୀ" କିମ୍ବା ଭାରତୀୟ ଅର୍ଥନୀତିର ସରକାରୀ ହିସାବରେ ସଂପୂର୍ଣ୍ଣ ଅବହେଳିତ । ଉଭୟ କ୍ରମବଦ୍ଧିଷ୍ଣୁ ଓ ବ୍ୟୟସାପେକ୍ଷ ଗଣମାଧ୍ୟମର ବିଜ୍ଞାପନରେ ସରକାରଙ୍କର ମନୋହର ପ୍ରଚାର କୃଷକଙ୍କର ଦୁଃଖଦ ଆତ୍ମହତ୍ୟାର ବାସ୍ତବତା ପ୍ରତି କେବଳ ବିଦ୍ରୁପ ସାଦୃଶ ।

ସରକାର କାହିଁକି ଏହି ବିଷୟରେ ସଂସଦରେ ଆଲୋଚନା କରିବା ପାଇଁ ରାଜି ନୁହଁନ୍ତି, ଏହାର କାରଣ ଜାଣିବା କଷ୍ଟକର ନୁହେଁ । ଏହା ସରକାରଙ୍କୁ ସଙ୍କଟର ପରିଚାଳନା କରିବାରେ ବିଫଳତାକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିବ । ବାସ୍ତବରେ, ସରକାର ଭୟ କରନ୍ତି ଯେ କର୍ପୋରେଟ ସ୍ୱାର୍ଥରେ କୃଷି ସଙ୍କଟକୁ ଅବହେଳା କରିବା ସହ ଏହାକୁ ବଢାଇବା ପାଇଁ ସରକାର ଦୋଷୀ ସାବ୍ୟସ୍ତ ହୋଇଯିବେ ।

ଏହି ସମାବେଶ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ଏହା ଶରଦ ଯୋସୀଙ୍କ କ୍ଷେତକାରୀ ସଙ୍ଗଠନ ନେତୃତ୍ୱଧୀନ କୃଷକ ସମାବେଶ ଠାରୁ ସମ୍ପୂର୍ଣ୍ଣ ଅଲଗା । କ୍ଷେତକାରୀ ସଙ୍ଗଠନ  ଭରତ ବନାମ ଇଣ୍ଡିଆ ଭିତ୍ତିରେ କୃଷକମାନଙ୍କୁ ସଙ୍ଗଠିତ କରୁଥିଲା । ଯୋସୀ ଉପଭୋଗବାଦୀ ସହରୀ ମଧ୍ୟବିତ୍ତମାନଙ୍କୁ ସମାଲୋଚନା କରୁଥିଲେ, ଯେଉଁମାନଙ୍କର ଜୀବନଶୈଳୀ, ତାଙ୍କ ଯୁକ୍ତିରେ, ଗ୍ରାମୀଣ ଭାରତର ଶ୍ରମଜୀବି ଓ କୃଷକ ଶ୍ରେଣୀର ସ୍ୱାର୍ଥର ବିନିମୟରେ ଗଢିଉଠିଛି । ଏ.ଆଇ.କେ.ଏସ୍‌.ସି.ସି. ଦ୍ୱାରା ସଙ୍ଗଠିତ କୃଷକ ସମାବେଶ ଏହି ସିଧାସଳଖ ବିରେଧକୁ ଡେଁଇ ଆଗକୁ ଯାଇପାରିଛି ଏବଂ ସହରୀ ମଧ୍ୟବିତ୍ତଙ୍କ ସମର୍ଥନ ହାସଲ କରିପାରିଛି । ଏହି ଆନ୍ଦୋଳନ ପାଇଁ ସମର୍ଥନ ପ୍ରକୃତିଗତ ଭାବେ ବହୁ ଶ୍ରେଣୀରୁ ମିଳୁଛି । ଏହାର ସମର୍ଥକମାନେ ଛାତ୍ର, କଳାକାର, ଚଳଚିତ୍ର ନିର୍ମାତା, କମ୍ପ୍ୟୁଟର ପ୍ରଫେସ୍‌ନାଲ, ବ୍ୟାଙ୍କ କର୍ମଚାରୀ ଭଳି ବିବିଧ ଶ୍ରେଣୀରୁ ଆସୁଛନ୍ତି । ଏହି ବହୁ ଶ୍ରେଣୀ ସମର୍ଥନ ୨୦୧୮ ମାର୍ଚ୍ଚରେ ନାସିକରୁ ମୁମ୍ବାଇର ଐତିହାସିକ ଓ ସଫଳ କୃଷକ ପଦଯାତ୍ରାରେ ପ୍ରମାଣିତ ହୋଇଛି ।

ଦ୍ୱିତୀୟରେ, ସଂସଦର ଏକ ବିଶେଷ ଅଧିବେଶନ ପାଇଁ ସରକାରଙ୍କୁ ବାଧ୍ୟ କରିବାର କୃଷକମାନଙ୍କର ପ୍ରଚେଷ୍ଟା ମଧ୍ୟ ଅତି ଯୁକ୍ତିସଙ୍ଗତ । ସେମାନେ ମଧ୍ୟ ସରକାରଙ୍କୁ ତାଙ୍କର ଯୁକ୍ତି ଠିକ୍ କି ଭୂଲ ପ୍ରମାଣିତ କରିବା ପାଇଁ ପୂର୍ଣ୍ଣ ସୁଯୋଗ ଦେଉଛନ୍ତି । ତୃତୀୟରେ, କୃଷକମାନଙ୍କ ଉପରେ ଜାଣିଶୁଣି ଲଦି ଦିଆଯାଇଥିବା ସଙ୍କଟର ପଛରେ ଥିବା କାରଣ ଜଣାଇବାରେ ଆନ୍ଦୋଳନ ଆଗୁଆ ଭୂମିକା ଗ୍ରହଣ କରିଛି ।

ଶେଷରେ କୃଷକମାନେ ସରକାର ଓ ଦେଶର ଜନଗଣଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ କେବଳ ସାଂକେତିକ ଭାବେ ଦେଶ ସେମାନଙ୍କର ହୋଇ ରହିଛି, କିନ୍ତୁ ବସ୍ତୁଗତ ଭାବେ ଦେଶ କର୍ପୋରେଟ ସ୍ୱାର୍ଥ ପାଇଁ ହୋଇଯାଇଛି । ଜମି, ଜଳ, ଜଙ୍ଗଲ ଓ ଖଣିଜ ସମ୍ପଦ ଭଳି କୃଷି ସମ୍ପଦର କ୍ରମବଦ୍ଧିଷ୍ଣୁ ଘରୋଇକରଣ ଏହାକୁ ପ୍ରମାଣିତ କରୁଛି । ସରକାରୀ ସାହାର୍ଯ୍ୟପ୍ରାପ୍ତ ଘରୋଇ କମ୍ପାନୀମାନେ ପୁଞ୍ଜିନିବେଶ, ମଞ୍ଜି, ସାର ଓ ବଜାର ଭଳି ପରିବେଶକୁ ନିୟନ୍ତ୍ରିଣ କରି କୃଷି ଉପରେ ସେମାନଙ୍କର କବଜାକୁ ଦୃଢୀଭୂତ କରୁଛନ୍ତି । ଏହି ଯାତ୍ରା ଶାସକ ଶ୍ରେଣୀକୁ ଜଣାଇ ଦେବାକୁ ଚାହେଁ ଯେ କୃଷକର ମଧ୍ୟ ଗୁରୁତ୍ୱ ରହିଛି । ସେମାନେ ସମାନ ଭାବେ ଗୁରୁତ୍ୱ ଦେବାକୁ ଚାହାନ୍ତି, ଯେପରି ଅଧିକ ସୁନିଶ୍ଚିତତା ସହ ନିଜର ଜୀବନକୁ ରୂପ ଦେବା ସହ ଏହା ଦେଶର ସମ୍ମାନକୁ ବୃଦ୍ଧି କରିବ, ଯେଉଁଠି କୃଷକମାନେ ଜୀବନ ହାରିବା ପାଇଁ ବାଧ୍ୟ ହେଉ ନ ଥିବେ । ସଂସଦର ଏକ ବିଶେଷ ଅଧିବେଶନ ପାଇଁ ସେମାନଙ୍କର ଦାବୀ କୃଷି ସଙ୍କଟ ପାଇଁ ଦାୟୀତ୍ୱ ନେବାରେ ବିଫଳ ସରକାର ପ୍ରତି ପ୍ରସ୍ତାବ ଭଳି ଏବଂ ଯଦି ସଂସଦରେ ବିତର୍କ ହୁଏ, ସରକାରଙ୍କ ଉପରେ ନିଦ୍ଧିଷ୍ଟ ଦାୟୀତ୍ୱ ରହିବ ।

Back to Top