ISSN (Print) - 0012-9976 | ISSN (Online) - 2349-8846

ସରକାର ବନାମ ଭାରତର ରିଜର୍ଭ ବ୍ୟାଙ୍କ

ଅନୁଭାଗ ୭ର ଉପଯୋଗ ପାଇଁ ସରକାରଙ୍କର ଭାବନା ସୂଚାଇ ଦେଉଛି ଯେ ରାଜନୈତିକ ସଂସ୍ଥାକୁ ନେଇ ନବ-ଉଦାରବାଦୀ ଶିବିର ବିଭାଜିତ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି କାର୍ଯ୍ୟକାରୀ ସ୍ୱାୟତତ୍ତାକୁ ନେଇ ଭାରତର ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କ ଭିତରେ ଯେଉଁ ବଳ କସାକସି ଚାଲିଛି ତାହା ଆମ ଦେଶରେ ଏକ ଅସ୍ୱାଭାବିକ ଘଟଣା ନୁହେଁ । କିନ୍ତୁ ଏହି ଝଗଡ଼ାଟି ଅଦ୍ଭୁତପୂର୍ବ ରୂପ ନେଇଥିଲା ଯେତେବେଳେ ଭାରତୀୟ ରିଜର୍ଭବ୍ୟାଙ୍କ ନିୟମ – ୧୯୩୪ର ଅନୁଭାଗ ୭କୁ ଏନ୍.ଡି.ଏ. ସରକାର ଉପଯୋଗ କରିବା ଚିନ୍ତା କରୁଛନ୍ତି ବୋଲି ଖବର ସବୁ ପ୍ରଘଟ ହେଲା । ଏଥିରେ ସରକାର କିଛି ପ୍ରସଙ୍ଗରେ ଯେମିତିକି ଜାତୀୟ ବ୍ୟାଙ୍କିଙ୍ଗ୍ ଅର୍ଥଲଗାଣ ନିଗମକୁ ନଗଦ ଯୋଗାଇବା ତଥା ଅର୍ଥ ଲଗାଣ ଉପରେ ତ୍ୱରିତ ପଦକ୍ଷେପ Prompt Corrective Actions (PAC)   ନେବା ପାଇଁ ୧୧ଟି ଦୁର୍ବଳ ରାଷ୍ଟ୍ରାୟତ ବ୍ୟାଙ୍କ ଭିତରୁ ମାତ୍ର ତିନୋଟି ବ୍ୟାଙ୍କ କ୍ଷେତ୍ରରେ କୋହଳ କରାଇବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ପାଖରେ ମହଜୁଦ୍ ଥିବା ଧନର ଆକଳନ ତଥା ବଳକା ଧନକୁ ସରକାରଙ୍କୁ ହସ୍ତାନ୍ତର କରିବାପାଇଁ ସୂତ୍ର ବାହାରକରିବାର ବାଟ ଖୋଜୁଛନ୍ତି । ଯଦିଓ ଅର୍ଥ ମନ୍ତ୍ରଣାଳୟର ବକ୍ତବ୍ୟରେ ଅନୁଭାଗ ୭ କଥା ଉଲ୍ଲେଖ କରାଯାଇ ନାହିଁ, ତେବେ ଏଭଳି ସବୁ ପ୍ରସଙ୍ଗ ଉପରେ ସରକାରଙ୍କ ଆଭିମୁଖ୍ୟ ରିଜର୍ଭବ୍ୟାଙ୍କ ସ୍ୱାୟତ୍ତତା ତଥା ଏହାର ଗଭର୍ଣ୍ଣରଙ୍କର କ୍ଷମତାରେ ହସ୍ତକ୍ଷେପ କଲାଭଳି ମନେକରି ରିଜର୍ଭ ବ୍ୟାଙ୍କ ଭିତରେ ହୋ ହାଲ୍ଲା ଚାଲିଛି ।

ତା’ହେଲେ ଏହି ୭ମ ଅନୁଭାଗକୁ ନେଇ ଝାମେଲା କାହିଁକି? ଏହି ଅନୁଭାଗଟିକୁ ଧରି ଜନସ୍ୱାର୍ଥ ସମ୍ବନ୍ଧିତ ପ୍ରସଙ୍ଗରେ କେନ୍ଦ୍ର ସରକାର ସମୟ ସମୟରେ ଭାରତର ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ (ଏହାର ଗଭର୍ଣ୍ଣରଙ୍କ ସହ ପରାମର୍ଶ କରି) ଦେବାର କ୍ଷମତା ରହିଥିବାରୁ, ଛିଟା ଲାଗିଥିବା ବ୍ୟାଙ୍କ ସଂସ୍ଥାମାନଙ୍କର କ୍ଷମତାକୁ ନେଇ ଉଦ୍ବେଗ ମଧ୍ୟ ବଢ଼ିଚାଲିଛି । ବ୍ୟାଙ୍କ କ୍ଷେତ୍ରରେ ସଙ୍କଟକୁ ଦେଖିଲେ ଏଭଳି ଉଦ୍ବେଗ ଠିକ୍ ମନେହେଉଛି କାରଣ ରାଷ୍ଟ୍ରର ଅବାଞ୍ôଛତ ଅନୁପ୍ରବେଶ ଯୋଗୁଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ସମ୍ପତ୍ତିର ସ୍ଥିତି ପ୍ରଭାବିତ ହୋଇଛି: ଭିତ୍ତିଭୂମିରେ ଅର୍ଥଲଗାଣ ପାଇଁ ବାଛବିଚାର ନକରି ଋଣ ଦେବାପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିହେଉ ବା ବ୍ୟବସାୟୀକ ସଂସ୍ଥା ତଥା କର୍ପୋରେଟ ସଂସ୍ଥାମାନଙ୍କୁ ଖରାପ ଋଣ ଦେଇ ହେଉ ଯାହାକି ପରିଶୋଧ ନହୋଇପାରି ବ୍ୟାଙ୍କମାନଙ୍କରୁ ଅସୁଲ ନହୋଇ ସ୍ଥାଣୁ ହୋଇ ରହିଥିବା ସମ୍ପତ୍ତିର ୪ଭାଗରୁ ୩ଭାଗ ଯାହାକୁ ଏନ୍.ପି.ଏ. ବା Non-Performing Assets କୁହାଯାଏ । କିନ୍ତୁ ଏପରି କରିବା ପାଇଁ ୭ମ ଅନୁଭାଗର ଆବଶ୍ୟକତା ନାହିଁ । ବ୍ୟାଙ୍କର ଅଂଶୀଦାରମାନଙ୍କ ଅଧିକାରକୁ ବ୍ୟବହାର କରି ବରିଷ୍ଠ ବ୍ୟାଙ୍କ ଅଫିସରମାନଙ୍କର ରାଜନୈତିକ ନିଯୁକ୍ତିକୁ ପ୍ରୋତ୍ସାହିତ କରି କେନ୍ଦ୍ର ସରକାର ସେମାନଙ୍କ ସାହାଯ୍ୟରେ ରିଜର୍ଭ ବ୍ୟାଙ୍କର ନିୟାମକ ଢାଞ୍ଚାଟିକୁ ପ୍ରତିକୂଳ ଦିଗରେ ବା ବିପରିତ ଦିଗରେ ନେଇପାରନ୍ତି । ଜନଗଣଙ୍କ ଅର୍ଥର ବ୍ୟାପକତାକୁ ପରିଚାଳନା କରି ଭୀଷଣ ସମାଲୋଚନାର ଶରବ୍ୟ ହୋଇ ନିଜର ମୁହଁ ବଞ୍ଚାଇବା ପାଇଁ ବର୍ତ୍ତମାନର ସରକାର ଯୋଜନାର ପ୍ରୟାସଟିଏ କରୁଛନ୍ତି, ଯେହେତୁ ଆଗକୁ ୨୦୧୯ ସାଧାରଣ ନିର୍ବାଚନ ଆସୁଛି । ୭ମ ଅନୁଭାଗକୁ ଉପଯୋଗ କରିବା ଅନେକ କାରଣ ଯୋଗୁଁ ନିଜକୁ ବଞ୍ଚାଇବା ପାଇଁ ଏକ ଅନୁଗ୍ରହ । ରିଜର୍ଭ ବ୍ୟାଙ୍କ ଉପରେ ଦୋଷ ଦେଇ ସରକାର ନିଜେ ସ୍ୱଚ୍ଛ ଅଛନ୍ତି ପ୍ରମାଣପତ୍ରଟିଏ ପାଇଯିବେ ଏବଂ ଏପରି କରି ନିଜର ନିୟନ୍ତ୍ରଣ କରିବାର ନିତିଗୁଡ଼ିକୁ କୋହଳ କରିବା ପାଇଁ ଏହି କେନ୍ଦ୍ରୀୟ ବ୍ୟାଙ୍କ ଉପରେ ରାଜନୈତିକ ଚାପ ପକାଇବେ ଯାହା ସରକାରଙ୍କ ରାଜନୈତିକ ଗ୍ରାହକ ବର୍ଗଙ୍କୁ ସୁହାଇବ ଏବଂ ଏଭଳି ଚାପ ସୃଷ୍ଟି କରି ସରକାରଙ୍କୁ ହସ୍ତାନ୍ତର କରାଯାଇପାରିବା ଭଳି ଥିବା ଧନର ବାହାରେ ମଧ୍ୟ ତାଙ୍କର ଲୋକଦେଖାଣିଆ ନାରାବାଜୀକୁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଥିବା ସଂରକ୍ଷିତ ଧନକୁ ମଧ୍ୟ ଚୋରାଇ ନେଇହେବ ।

କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କର ‘ସ୍ୱାୟତତ୍ତା’କୁ ନେଇ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କ ଏଭଳି ପାଗଳ ପ୍ରତିକ୍ରିୟା କାହିଁକି ଯେତେବେଳେ କି ତୁହାକୁ ତୁହା ପ୍ରମାଣିତ ହୋଇଚାଲିଛି ଯେ ଏଭଳି ଏକ ‘ସ୍ୱାୟତତ୍ତା’ ନାଁ’କୁ ମାତ୍ର ଅଛି । ବିମୁଦ୍ରୀକରଣର ଭଳି ବହୁଳଭାବେ ବ୍ୟବହୃତ ଉଦାହରଣ କଥା ଛାଡ଼ିଦିଅନ୍ତୁ, ଯେଉଁଠି ସ୍ମରଣ କରିହେବ କେମିତି ସରକାରଙ୍କ ଚାପ ଆଗରେ ରିଜର୍ଭ ବ୍ୟାଙ୍କ ମୁଣ୍ଡ ନୁଆଇଥିଲା ଏବଂ ୨୦୧୪ ରୁ ୨୦୧୬ ଆର୍ଥିକ ବର୍ଷରେ ନିଜର ଆୟକୁ ‘ବଳକା’ ନାଁରେ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥିଲା । ଏଥିପାଇଁ ଏହି ବର୍ଷଗୁଡ଼ିକରେ ନିଜର ଆପାତକାଳୀନ ତଥା ସମ୍ପତ୍ତି ଉନ୍ନୟନ ପାଣ୍ଠିକୁ କୌଣସି ଅର୍ଥ ହସ୍ତାନ୍ତର କରାଯାଇ ନଥିଲା ଏବଂ ପୁନଶ୍ଚ ଆର୍ଥିକବର୍ଷ ୨୦୧୮ରେ ରିଜର୍ଭ ବ୍ୟାଙ୍କ କିପରି ଘୁରି ଚାଲିଥିବା ନିଜର ଆର୍ଥିକ ପୁଞ୍ଜିର ସ୍ତରଗୁଡ଼ିକର ସମାଧାନ ପାଇଁ (ଯାହାକି ଏକ ଅସ୍ତିର ବଜାର ସ୍ଥିତି ଯୋଗୁଁ ଉତ୍ପନ୍ନ ହେଇଥିଲା) ଏକ ଚମକେଇଲା ଭଳି ବଳକା ବିତରଣ ନୀତି ଆପଣେଇଥିଲେ ଯଦ୍ୱାରା ୨୦୧୭ବର୍ଷରେ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିବା ବଳକା ମାତ୍ରାଧିକ ବୃଦ୍ଧି ହୋଇ ଶତକଡ଼ା ୬୩ଭାଗରେ ପହଞ୍ôଚଥିଲା । ସମ୍ପ୍ରତି ଦେଖାଯାଇଥିବା ବ୍ୟାଙ୍କ ସଙ୍କଟଟି ଅନେକ କାଳରୁ ଦ୍ରୃତ ଗତିରେ ବଢ଼ିଚାଲିଥିବା ଏବଂ ସମସ୍ୟା ବୋଲି ସାମ୍ନାକୁ ଆସିଥିବା ଅକାଟ୍ୟ ସତ୍ୟ ସହିତ ଏହି ସବୁ ଦୃଷ୍ଟାନ୍ତଗୁଡ଼ିକ ଏକଥାକୁ ବିଶ୍ୱସନୀୟ କରୁନାହିଁ ଯେ ପ୍ରମୁଖ ବ୍ୟାଙ୍କିଙ୍ଗ୍ ନୀତିଗୁଡ଼ିକ ଏବଂ ତାହାର ପରିଣାମକୁ ନେଇ କ୍ଷମତାଶୀନ ସରକାର ଓ ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ ଭିତରେ କିଛି ସଲାସୁତୁରା କଥା ନଥିଲା । ବାସ୍ତବରେ ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪ର ଅନୁଭାଗ ୮(୪) ଅନୁସାରେ ରିଜର୍ଭ ବ୍ୟାଙ୍କର ସର୍ବୋଚ୍ଚ କର୍ତ୍ତୃପକ୍ଷ ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡାଇରେକ୍ଟରସର ସଦସ୍ୟମାନେ ରାଜନୈତିକ ଭାବେ ନିଯୁକ୍ତି ବା ମନୋନୀତ ହେଇଥାନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଗଭର୍ଣ୍ଣର, ଡେପୁଟି ଗଭର୍ଣ୍ଣରମାନେ ଯେଉଁମାନଙ୍କ ନିଯୁକ୍ତିକାଳ, ଦରଖାସ୍ତ ଏବଂ ପୁନଃ ନିଯୁକ୍ତି ପାଇବା କେନ୍ଦ୍ର ସରକାରଙ୍କ ଇଚ୍ଛା ଉପରେ ନିର୍ଭର କରେ ।

କେନ୍ଦ୍ରୀୟ ବ୍ୟାଙ୍କର ଶାସନ ଢାଞ୍ଚା ଭିତରେ ଯେଉଁ ରାଜନୀତି ଭର୍ତ୍ତି କରାଯାଇଛି ତାହା ଅର୍ଥନୈତିକ ଦକ୍ଷତା ଅପେକ୍ଷା ରାଜନୈତିକ ଲୋକପ୍ରିୟତାକୁ ବୈଧତା ଦୃଷ୍ଟିରୁ ଆପଣେଇବା ପାଇଁ ବ୍ୟାଙ୍କକୁ ବାଧ୍ୟ କରୁଛି ଯାହା ଫଳରେ ବ୍ୟାଙ୍କର ‘ସ୍ୱାୟତତ୍ତା’ ଏକ ମାୟା ଭଳି ଲାଗୁଛି । ନବ ଉଦାରବାଦ ବ୍ୟବସ୍ଥାରେ ବ୍ୟାଙ୍କ ବ୍ୟବସ୍ଥା ଗୁଡ଼ିକ ସରକାର ଏବଂ ରାଜନୈତିକ ଦୃଷ୍ଟିରୁ ନିର୍ଣ୍ଣାୟକ ମନେକରାଯାଉଥିବା ଘରୋଇ ଚରିତ୍ରମାନଙ୍କ ମଧ୍ୟରେ ଚାଲୁଥିବା ଏକ ଚତୁର ଭାଗୀଦାରିତାର ପ୍ରତିନିଧି ସ୍ୱରୂପ କାମ କରିଥାନ୍ତି । ରାଜନୈତିକ ଦଳମାନଙ୍କୁ ବୃହତ୍ ଆକାରର ଦାନ ଦେଇ ବଡ଼ ବଡ଼ ବ୍ୟବସାୟୀ ସଂସ୍ଥା ତଥା କମ୍ପାନୀମାନେ ବ୍ୟାଙ୍କମାନଙ୍କର ଋଣ ପୈଠ ନକରିବା ସତ୍ତେ୍ୱ ନିଜର ରାଜନୈତିକ ମୂଲ୍ୟ ବଢ଼ାଇଥାନ୍ତି । ଯଦି ବ୍ୟାଙ୍କର କେବେ କ୍ଷତି ହୁଏ, କ୍ଷତିଟିକୁ ସମସ୍ତଙ୍କ ଭିତରେ ବାଣ୍ଟିବା ପାଇଁ ଭୋଟ ବ୍ୟାଙ୍କ ରୂପେ ଦଣ୍ଡାୟମାନ ବ୍ୟାଙ୍କରେ ଟଙ୍କା ରଖୁଥିବା ଲୋକମାନଙ୍କର ରାଜନୈତିକ ସହଯୋଗ ସରକାରଙ୍କ ପାଇଁ ଜରୁରୀ । ଭୋଟ ବ୍ୟାଙ୍କ ପାଖରେ ନିଜର ମହତ ଉଦ୍ଦେଶ୍ୟ ଅଛି ସାବ୍ୟସ୍ତ କରିବା ପାଇଁ ଏ ବାବଦରେ ସରକାର ଆଇନ ପ୍ରଣୟନ କରନ୍ତି । ଏକାବେଳେ ଆଇନଟିକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ରୁଲ୍ ତିଆରି ହୁଏ ତାକୁ ଏମିତି ମୋଡ଼ା ଯାଇଥାଏ  ଯେ ତାହା ଯେମିତି ସେମାନଙ୍କୁ ଦାନ ଦେଉଥିବା ଲୋକଙ୍କର ସ୍ୱାର୍ଥର ସୁରକ୍ଷା କରିବ । ଏଠି ଜଣେ ସ୍ୱାଧୀନ ନିୟନ୍ତ୍ରକ ବା କେନ୍ଦ୍ରୀୟ ବ୍ୟାଙ୍କକୁ କେବଳ ରାଷ୍ଟ୍ରର ରାଜନୈତିକ ଅଙ୍ଗର ନିଷ୍ପତ୍ତି ପଛରେ ମୋହର ମାରିବା ପାଇଁ ଏକ ବୈଧାନିକ ଆବଶ୍ୟକତା ହିସାବରେ ବ୍ୟବହାର କରାଯାଇଥାଏ ।

କିନ୍ତୁ ବିଶ୍ୱର ଆର୍ଥିକ ପୁଞ୍ଜି ବଜାରର ନିୟନ୍ତ୍ରଣର ପରିବର୍ତ୍ତନଶୀଳ ଦୃଶ୍ୟପଟ୍ଟରେ ଯେତେବେଳେ ଭାରତର ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜର ପର୍ଯ୍ୟବେକ୍ଷକ ଭାବମୂର୍ତ୍ତିକୁ ପୁନଃ ସଂସ୍ଥାପିତ କରିବା ପାଇଁ ଚାପରେ ଅଛି ଯାହା କ୍ରମାଗତ ହ୍ରାସ, ଆମର ଦୁର୍ବଳ ସ୍ଥିତି ଏବଂ ଅର୍ଥ ବିନିଯୋଗକାରୀଙ୍କ ଦୁର୍ବଳ ଭାବାବେଗ ଯୋଗୁଁ ଉପୁଜିଛି : ଯଦିଓ ଆୟ ସମ୍ପର୍କିତ ସନ୍ତୁଳନର ସ୍ଥିରତାର ବୃଦ୍ଧି ଘଟିବା ଏବଂ ଅର୍ଥଲଗାଣରେ ଉଚ୍ଛ୍ୱାଳ ସ୍ଥିତି ଫେରିବା ସମ୍ପର୍କିତ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ ସରକାରଙ୍କ ନିର୍ବାଚନୀ ରଣନୀତି ସହ ସଂଘର୍ଷଜନକ ସ୍ଥିତିରେ ପହଞ୍ôଚପାରେ । ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ପଦାଧିକାରୀଙ୍କ ମଧ୍ୟରେ ବାଦୁଆ ଫୋପଡ଼ା ଫୋପଡ଼ିରୁ ସେମାନଙ୍କ ନିଜ ନିଜ ପକ୍ଷର ସ୍ୱାର୍ଥଟି ବାରି ହୋଇଯାଉଛି ଯେତେବେଳେ ଅର୍ଥମନ୍ତ୍ରୀ ଅରୁଣ୍ ଜେଟଲୀ ‘ଜନସ୍ୱାର୍ଥ’ କଥା କହୁଛନ୍ତି, ରିଜର୍ଭ ବ୍ୟାଙ୍କ  ଡ଼େପୁଟି ଗଭର୍ଣ୍ଣର ଭିରଲ ଆଚାର୍ଯ୍ୟ, ରିଜର୍ଭ ବ୍ୟାଙ୍କର କାର୍ଯ୍ୟକାରିତାରେ ଆର୍ଥିକ ବଜାରର ଆକ୍ରୋଶ କଥା କହୁଛନ୍ତି । ଯେତେବେଳେ ନିଜର ସୁରକ୍ଷା ପାଇଁ ସରକାର ରିଜର୍ଭ ବ୍ୟାଙ୍କକୁ ନିନ୍ଦିତ ରକିବାର ରାସ୍ତା ଆପଣେଇଛନ୍ତି, ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ସ୍ୱାୟତତ୍ତାର ପତା ଖେଳି, ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଘଟିଚାଲିଥିବା ଅପରାଧଗୁଡ଼ିକରୁ ନିଜ ହାତଟିକୁ ସଫା ରଖିବା ପାଇଁ ଉଦ୍ୟମ କରୁଛନ୍ତି ।

Back to Top