ISSN (Print) - 0012-9976 | ISSN (Online) - 2349-8846

ନକ୍ସଲଙ୍କ ନାମକରଣର ରାଜନୀତି

ବୁଦ୍ଧିଜୀବୀ / ନୈତିକତା ଦୃଷ୍ଟିରୁ ସେତିକି ଅପମାନଜନକ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଦେଶର କେତେଜଣ ଆଗଧାଡିର ସମାଜସେବୀଙ୍କୁ ଗିରଫ କରିବା ଓ ଦୁଇଜଣ ଦଳିତ ବୁଦ୍ଧିଜୀବୀଙ୍କ ଘର ଉପରେ ଚଢଉ ବା ଛାପାମାରି କରିବାର ସାମ୍ପ୍ରତିକ ଉଦ୍ୟମକୁ ଗଣତନ୍ତ୍ରର ସୁରକ୍ଷାକାରୀଙ୍କ ପକ୍ଷରୁ ଗଣତନ୍ତ୍ରରେ ଭିନ୍ନମତ ପ୍ରଦାନ କରିବାର ଉଦ୍ୟମର କଣ୍ଠରୋଧ ହିସାବରେ ଦେଖା ଯାଉଛି ।  ରାଷ୍ଟ୍ରର ଏଭଳି ଉଦ୍ୟମ ଏଠାରେ ଦୁଇଟି ପ୍ରାସଙ୍ଗିକ ପ୍ରଶ୍ନ ଛିଡା କରିଛି- ପ୍ରଥମଟି ହେଉଛି ସରକାର କାହିଁକି ସବଦାସର୍ବଦା ନକ୍ସଲ କଥାଟିକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି? ଦ୍ୱିତୀୟଟି ହେଉଛି ଯେତେବେଳେ ସରକାରଙ୍କ ଗୃହ ବିଭାଗ ଓ ଏହାର ପୁଲିସ ନିଜକୁ ଧୋକା ଦେବା ଆରମ୍ଭ କରନ୍ତି ସେତେବେଳେ ଏହା ବୁଦ୍ଧିଜୀବୀମାନଙ୍କୁ ମହଙ୍ଗା ପଡିଥାଏ ।

ମହାରାଷ୍ଟ୍ରର ଶିବସେନା ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାର  ଏହି ବୁଦ୍ଧିଜୀବୀ ଓ ନାଗରିକ ଅଧିକାର କାର୍ଯକର୍ତ୍ତାମାନଙ୍କ ବିରୋଧରେ ଆଇନ କାନୁନ ପାଇଁ ସମସ୍ୟା ସୃଷ୍ଟି କରୁଥିବାର ଅଭିଯୋଗ ଦୁଇଟି କାରଣ ପାଇଁ ଆଣିଥାଇ ପାରିଥାଆନ୍ତି । ପ୍ରଥମଟି ହେଉଛି ସେମାନଙ୍କ ଭିତରେ  ହୁଏତ ପ୍ରବଳ ଭୟ ପଶି ଯାଇଛି ଯେ ୨୦୧୯ ନିର୍ବାଚନରେ ଜିଣିବା  ସେମାନଙ୍କ ପାଇଁ କାଠିକର ପାଠ ହୋଇ ଯାଇପାରେ ।  ତେଣୁ ସେଥିରୁ ବଞ୍ôଚବା ପାଇଁ ହୁଏତ ଏପରି କରାଯାଉଛି ଓ ଭୀମ-କୋରେଗାଁଓ ମାମଲାକୁ ଆଳ କରି ସ୍ୱେଚ୍ଛାସେବୀ ଓ ସାମାଜିକ କର୍ମୀମାନଙ୍କୁ ନକ୍ସଲ ଏବଂ ଆଇନକାନୁନ ପ୍ରତି ବିପଦ ବୋଲି ଦର୍ଶାଯାଉଛି । ଦ୍ୱିତୀୟରେ ନକ୍ସଲମାନେ ଆଇନ କାନୁନ ସମସ୍ୟା ସୃଷ୍ଟି କରୁଛନ୍ତି ଓ ଦେଶର ଜାତୀୟତା ପ୍ରତି ବିପଦ ବୋଲି କେତେକ ଗଣମାଧ୍ୟମ ଓ ସରକାରୀ ପ୍ରଚାରତନ୍ତ୍ର ମାଧ୍ୟମରେ ଏକ ନକ୍ସଲ ବିରୋଧୀ ଅପପ୍ରଚାର କରାଯାଉଛି । ଆଗକୁ ଥିବା  ନିର୍ବାଚନକୁ ଲକ୍ଷ୍ୟରେ ରଖି କାଳେ ମୁଦ୍ରାସ୍ଫିତି, ଦରଦାମ ବୃଦ୍ଧି ସହିତ କୁଶାସନକୁ ନେଇ ପ୍ରଶ୍ନ ଉଠାଯିବ ତେଣୁ ସରକାର ସହରୀ ମଧ୍ୟବିତ୍ତମାନଙ୍କର ଧ୍ୟାନକୁ ମୂଳ ସମସ୍ୟାରୁ ହଟାଇବା ପାଇଁ ଉଦ୍ୟମରତ । ଆଗାମୀ ନିର୍ବାଚନକୁ ନେଇ ମହାରାଷ୍ଟ୍ର ସରକାରଙ୍କର ଉଦବେଗ ପ୍ରକାଶ କରାଯିବାର କାରଣ ହେଉଛି କେନ୍ଦ୍ର ସରକାର ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଅତିମାତ୍ରାରେ ବିଫଳ ହେବା ।

ଦ୍ୱିତୀୟରେ କେନ୍ଦ୍ର ସରକାର ଏବଂ ମହାରାଷ୍ଟ୍ର ସରକାର  ଏବେ ଜାଣିଶୁଣି ‘ସହରୀ ନକ୍ସଲ’ ନାମକ ଏହି ଶବ୍ଦଟିର ରାଜନୈତିକ ଉତ୍ପାଦନ କରିଛନ୍ତି । ଏହାର ମୂଳ କଥାଟି ହେଉଛି ଯେ ଗତ କେତେ ଦିନ ମଧ୍ୟରେ ଦେଶରେ ବିଭିନ୍ନ ଯୁକ୍ତିବାଦୀ,ବୈଜ୍ଞାନିକ ଚିନ୍ତାଧାରା ସମ୍ପନ୍ନ ବୁଦ୍ଧିଜୀବୀ, ଲେଖକ, କଳାକାର ଯେପରିକି ନରେନ୍ଦ୍ର ଡାଭୋଲକର, ଗୋବିନ୍ଦ ପାନସାରେ, ଏମ ଏମ କଲବୁର୍ଗି ଏବଂ ଗୌରୀ ଲଙ୍କେଶଙ୍କର ହତ୍ୟା କରିଥିବା ଅପରାଧୀମାନଙ୍କୁ ଧରି ନ ପାରିବା ଦୋଷରୁ ରକ୍ଷା ପାଇବା ପାଇଁ ଓ ଏଥିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏ ନୂଆ ସହରୀ ନକ୍ସଲ ରାଜନୈତିକ ଶବ୍ଦର ଉତ୍ପାଦନ କରାଯାଇଛି । ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଯାହା ମତ ଦିଆଯାଇଛି ତାହା ମୁତାବକ ଏହି ଚକ୍ରାନ୍ତର ଏକ ଅଂଶବିଶେଷ ଭାବେ ପୁଲିସ ଜାଣିଶୁଣି ଏହି ବୁଦ୍ଧିଜୀବୀମାନଙ୍କୁ ମାଓବାଦୀମାନଙ୍କ ସହିତ ସମ୍ପର୍କରେ ଥିବା ପରି ଅଭିଯୋଗକୁ ଲୋକଲୋଚନକୁ ଆଣିଛି । ପୂର୍ବରୁ ଜନଗଣଙ୍କ ମନରେ ଯେଉଁ ଧାରଣା ସୃଷ୍ଟି ହୋଇଥିଲା ଯେ ଏହି ଯୁକ୍ତିବାଦୀମାନଙ୍କ ହତ୍ୟା ପଛରେ ହିନ୍ଦୁତ୍ୱ ବିଶ୍ୱାସୀ କିଛି ବ୍ୟକ୍ତିଙ୍କ ସଂଯୋଗ ରହିଛି ତାହାକୁ ନିଷ୍ଫଳ କରିବାରେ ଏହା କିଛି ପରିମାଣରେ ସମର୍ଥ ହୋଇଛି ।

ଦ୍ୱିତୀୟ ପ୍ରଶ୍ନଟି ଏହି ବୁଦ୍ଧିଜୀବୀ କର୍ମୀମାନଙ୍କୁ ଯେଉଁ ପ୍ରକାରରେ ପୁଲିସ ପକ୍ଷରୁ ପ୍ରଶ୍ନ କରାଗଲା ତାହା ନୈତିକତାର ଏକ ବିରାଟ ପ୍ରଶ୍ନ ଛିଡା କରିଛି । ପୁଲିସର ଏହି ନିଚ୍ଚ କାର୍ଯ୍ୟକ୍ରମ ହାଇଦ୍ରାବାଦର ଜଣେ ଦଳିତ ବୁଦ୍ଧିଜୀବୀ ଓ ତାଙ୍କ ପରିବାରକୁ ପୁଲିସ ପକ୍ଷରୁ କରାଯାଇଥିବା ପଚରାଉଚୁରା ବେଳେ ସ୍ପଷ୍ଟ ହୋଇଛି ।

ତେଣୁ ରାଷ୍ଟ୍ରପାଇଁ ଜଣକୁ ନକ୍ସାଲ ସଜାଇବାଟା  କେବଳ ଏକ ମୌଖିକ ନାମକରଣ କରିବା ନୁହେଁ । ବିପରିତ ଭାବରେ ଏହା ଉପରକୁ ଯେତିକି ଭୟଙ୍କର ନୈତିକତା ଦୃଷ୍ଟିରୁ ସେତିକି ଅପମାନଜନକ ମଧ୍ୟ । ସେମାନେ ଯେମିତି ପୁରା ଗୋଟେ ପ୍ଲାଟୁନ ପୁଲିସ ନେଇ ଦୁମଦାମ କରି ଏହି ବୁଦ୍ଧିଜୀବୀ ଓ କର୍ମୀମାନଙ୍କ ଘର ଆଡକୁ ମାଡି ଯାଉଥିଲେ ଓ ଘରର ଲୋକମାନଙ୍କୁ ଭୟଭୀତ କରିବାର ଉଦ୍ୟମ କରୁଥିଲେ ତାହା ନିଶ୍ଚିତ ଭାବରେ ଭୟଙ୍କର  ଥିଲା । ଏଥିରେ ବୁଦ୍ଧିଜୀବୀ ବିଶେଷ କରି ଦଳିତ ବୁଦ୍ଧିଜୀବୀମାନଙ୍କ ଉପରେ ଏହି ନିର୍ଯ୍ୟାତନା ଚକ୍ରବୃଦ୍ଧି ଆକାରରେ ବୃଦ୍ଧି ପାଇଥିଲା । ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଏହାକୁ ନେଇ ଦିଆଯାଇଥିବା ପ୍ରତିକ୍ରିୟା ଅନୁଯାୟୀ ଏଥିରେ ସେମାନେ  ଅପମାନିତ ବୋଧ କରିଥିଲେ କାରଣ ପୋଲିସ ନିକଟରେ କୌଣସି କାଗଜପତ୍ର ନ ଥାଇ ଓ ଆଇନ ଦୃଷ୍ଟିରୁ ଜରୁରୀ କୌଣସି ପ୍ରକ୍ରିୟାରେ ନ ଯାଇ ସେମାନେ ସେମାନଙ୍କ ଘର ଉପରେ ଚଢାଉ କରୁଥିଲେ ।

କେତେକ ଛାପା ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ମହାରାଷ୍ଟ୍ର ପୁଲିସ ହାଇଦ୍ରାବାଦର ଏହି ଦଳିତ ବୁଦ୍ଧିଜୀବୀଙ୍କ ଘର ଉପରେ ଚଢାଉ କରି ତାଙ୍କୁ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଏପରି ସବୁ ପ୍ରଶ୍ନ ପଚାରିଥିଲା ଯାହାକି ସେମାନଙ୍କ ପାଇଁ ଅତିବ ଅପମାନଜନକ ଥିଲା । କେତେକ ପ୍ରଶ୍ନରୁ ଅଶ୍ୱସ୍ତିର ଦୁର୍ଗନ୍ଧ ବାହରୁଥିଲା । ଉଦାହରଣ ସ୍ୱରୂପ କୁହାଯାଇଥିଲା ଯେ ଅନ୍ତର୍ଜାତୀୟ ବିବାହ ଫଳରେ ବ୍ରାହ୍ମଣ ଜାତିର ପ୍ରାଧାନ୍ୟ ବା ପିତୃପ୍ରଧାନ ନିୟମକୁ  ଲଜ୍ଜିତ କରାଯାଉଛି ।  ଏପରି  ପ୍ରଶ୍ôନରେ ଆଇନ ସୁରକ୍ଷା ଦାୟିତ୍ୱରେ ଥିବା ବଡ ବଡ ଜାତିବାଦୀ ଅଧିକାରୀମାନେ ବିହ୍ୱଳିତ ହୋଇଥିଲେ । ଏଥିରୁ ଆଉ ଗୋଟିଏ କଥା ଜଣା ପଡିଥିଲା ଯେ ପୋଲିସ ଭଳି ବିଭାଗରୁ ଜାତିବାଦ ଲୋପ କରିବା ବିଷୟଟି ଆଜି ମଧ୍ୟ ସଫଳ ହୋଇନାହିଁ । କାରଣ ବୁଦ୍ଧିଜୀବୀମାନଙ୍କୁ ଗିରଫ କରାଯିବା ସମୟରେ ପୁଲିସ ପକ୍ଷରୁ ଦଳିତ ବୁଦ୍ଧିଜୀବୀମାନଙ୍କୁ ପଚରାଉଚୁରା କରାଯିବା ପାଇଁ ମଧ୍ୟ ଅନୁମତି ମଗା ଯାଇଥିଲା ଯା ଫଳରେ ଜାତିବାଦୀ ଅହଂରେ ପୂର୍ଣ୍ଣତା ଆସି ପାରିବ । ଏହା କେବଳ ବ୍ୟକ୍ତିର ଗୋପନୀୟତାର ଅଧିକାରକୁ ନଷ୍ଟ କରୁ ନଥିଲା ଜଣକର ନିସର୍ତ୍ତ ଗରିମା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଳଗାଇ ଦେଉଥିଲା । ଏଠାରେ ନିହାତି ଦେଖିବା କଥା ଯେ ରାଷ୍ଟ୍ର୍ର ଏକଥା ଦେଖିବାକୁ ନାରାଜ ଯେ ଆଇନ ବ୍ୟବସ୍ଥା ଉପରେ ତିଷ୍ଠି ରହିଥିବା ଏକ ରାଷ୍ଟ୍ରରେ ବିପରିତଧର୍ମୀ କଥାଟି ମଧ୍ୟ ଅଛି ।

ହାଇଦ୍ରାବାଦର ଦଳିତ ବୁଦ୍ଧିଜୀବୀମାନଙ୍କର ଏହି ବିପଦାବସ୍ଥା ଯାହା କହୁଛି ପୋଲିସ ମଧ୍ୟ ଜାତି ପରି ଏକ ଭୌତିକ ସତ୍ତା କୁ ସୁରକ୍ଷା ଦେବାରେ ଲାଗିଛି । କିନ୍ତୁ ସଶରୀରେ ଉପିସ୍ଥତ ମଣିଷକୁ ଏଭଳି ଘୃଣା କରିବା କେତେଦୂର ଠିକ? ଏଭଳି ନୈତିକ ଭାବେ ଆକ୍ରମଣାତ୍ମକ ଏବଂ ରାଜନୈତିକ ଭାବେ ଭୟଙ୍କର କାର୍ଯ୍ୟ କର୍ମୀ ମାନଙ୍କୁ ଯେପରି ଦୁର୍ବଳ ମାନଙ୍କ ସହିତ ଛିଡା ହେବାପାଇଁ ପ୍ରେରଣା ଯୋଗାଉ ନାହିଁ ସେହିପରି ସେହିମାନଙ୍କ ସହିତ ମଧ୍ୟ ଛିଡା ହେବାକୁ ପ୍ରେରଣା ଯୋଗାଉ ନାହିଁ ଯେଉଁମାନଙ୍କ ଅଧିକାରକୁ ଏହି କର୍ମୀମାନେ ସୁରକ୍ଷିତ କରିବା କଥା ।

Back to Top