ସମସ୍ତଙ୍କ ହିତରେ ସ୍ୱାସ୍ଥ୍ୟ ସେବା

ଭାରତର ସରକାରମାନେ ବୁଝିବା ଉଚିତ୍ ଯେ ସ୍ୱାସ୍ତ୍ୟ ସମସ୍ତଙ୍କ ଭଲପାଇଁ ଉଦ୍ଧିଷ୍ଟ ଏବଂ ତାକୁ ସୁନିଶ୍ଚିତ କରିବା ହେଉଛି ରାଷ୍ଟ୍ରର ଦାୟିତ୍ୱ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ରବି ଡୁଗଲ୍ ଲେଖିନ୍ତି ଯେ - ନୀତି ଆୟୋଗରେ ଉପାଧ୍ୟକ୍ଷ ରାଜୀବ କୁମାର ଏକଥା କହିଛନ୍ତି ବୋଲି ଉଦ୍ଧାର କରାଯାଛଉଛି ଯେ ‘ମୋଦି କେୟାର’ ଘରୋଇ ସ୍ୱାସ୍ଥ୍ୟସେବା ବଜାରକୁ ପ୍ରସସ୍ଥ କରାଇବ ଏବଂ ଘରୋଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଅଭିବୃଦ୍ଧିକୁ ପ୍ରେତ୍ସାହିତ କରିବ । ବିଶେଷ କରି ତୃତୀୟ ଏବଂ ଚତୁର୍ଥ ସୋପାନରେ ଥିବା ସହର ଗୁଡ଼ିକରେ ଏଭିଳି ଅଭିବୃଦ୍ଧି ଘଟିବ ଯାହାକି ସ୍ୱାସ୍ଥ୍ୟ ସେବାକୁ ସହଜରେ ଉପଲବ୍ଧ କରାଇବ । ଏହିଭଳି ଏକ ବକ୍ତବ୍ୟ ଅତି ଦୁର୍ଭାଗ୍ୟଜନକ ଯେହେତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ୟସବୁ ଜିନିଷ ବା ସେବା କ୍ଷେତ୍ରରେ କାମ କରିଆସିଛି ବୋଲି ଆମର ଧାରଣା ରହିଆସିଛି । ବଜାର କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ଯୋଗାଣ ଦ୍ୱାରା ଚାହିଦା ସୃଷ୍ଟି କରିବା ଢାଞ୍ଚାରେ କାମ କରିଥାଏ । ଯେଉଁମାନେ ସ୍ୱାସ୍ଥ୍ୟସେବା ଯୋଗାଇଥାନ୍ତି । ସେମାନେ ନିର୍ଦ୍ଧାରୀତ କରିଥାନ୍ତି କେତେ ପରିମାଣରେ ଏବଂ କିଭଳି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଯେହେତୁ ସୂଚନା ପାଇବା କ୍ଷେତ୍ରରେ ଗଭୀର ବିଷମତା ଦେଖାଯାଇଥାଏ ରୋଗୀମାନେ ସାଧାରଣତଃ ସ୍ୱାସ୍ଥ୍ୟସେବା ଯୋଗାଣକାରୀର ଚାପ ଆଗରେ ମୁଣ୍ଡ  ନୁଅାଁଇଥାନ୍ତି ତୁହାକୁ ତୁହା ଡାକ୍ତରୀ ପରୀକ୍ଷା ଅନେକଗୁଡ଼ିଏ ଔଷଧ ସୁପାରିଶ କରିବା ଏବଂ ହସ୍ତକ୍ଷେପ ସେ ଭିତରେ ଅନ୍ତର୍ଭୁକ୍ତ ।

ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅସାଧୁ ଉପାୟ ଅବଲମ୍ବନ କରୁଥିବା କେତୋଟି ଘରୋଇ ହସ୍ପିଟାଲଗୁଡ଼ିକର ଅନୁସନ୍ଧାନ କରିଥିଲେ ଯେଉଁମାନେ କ୍ୟାଥେଡ଼ର ଭଳି ଡାକ୍ତରୀ ସାଧନା ଗୁଡ଼ିକୁ ବ୍ୟବହୃତ ହୋଇସାରିବା ପରେ ପୁନଃ ବ୍ୟବହାର କରୁଥିଲେ । ଏ ସବୁର ମୂଲ୍ୟ ଖୁଚୁରା ଦରଠାରୁ ଦୁଇରୁ ତିନିଗୁଣ ଅଧିକ ଦରରେ ମୂଳ ରୋଗଠାରୁ ଆଦାୟ କରାସରିଥିଲା । ଏହିଭଳି କାରବାର ଅଯଥା ରୋଗୀର ବିଲଟିକୁ କେବଳ ବଢ଼େଇ ଦିଏ ନାହିଁ ତାକୁ ଠକି ଦିଆଯାଏ ଏବଂ ସଂକ୍ରମଣର ଆଶଙ୍କା ବହୁଗୁଣିତ ହୋଇଯାଏ ଯେଉଁଥିରେ ପୁନର୍ବାର ଚିକିତ୍ସାର ଆବଶ୍ୟକତା ପଡ଼ିପାରେ । ଏହାର ଅର୍ଥ ହେଉଛି ଯେ ନିଜର ସୀମା ବାହାରେ ରୋଗୀଟି ଖର୍ଚ୍ଚ କରିବ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ସଂସ୍ଥାର ଆୟ ଏବଂ ଲାଭ ବଢ଼ିବ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅସାଧୁ କାରବାରର ସଂକ୍ରମଣ କାହାରିକୁ ବାଦ ଦେଇନାହିଁ । ଅଯଥା ଉପରସ୍ତରକୁ ରୋଗୀକୁ ପଠାଇବା, ଅଦରକାରୀ ଡାକ୍ତରୀପରୀକ୍ଷା କରାଇବା ଏବଂ ପାଉଣା ନେବାପାଇଁ, ଉପହାର ପାଇବା ପାଇଁ ବା ବିଭିନ୍ନ ଯାଗାକୁ ପର୍ଯ୍ୟଟନରେ ଗଲାବେଳେ ସୁବିଧା ସୁଯୋଗ ଔଷଧ କମ୍ପାନୀମାନଙ୍କ ନିକଟରୁ ଅଦରକାରୀ ଅସ୍ତ୍ରୋପ•ର କରାଇବା, ଅଙ୍ଗ ପ୍ରତିରୋପଣ ଜାଲିଆତିରେ ରହିବା ରୋଗୀମାନଙ୍କ ଠାରୁ ମାତ୍ରାଧିକ ଅର୍ଥ ଆଦାୟ କରିବା, ବୀମା କ୍ଷେତ୍ରରେ ଗଫଲତି କରିବା ଇତ୍ୟାଦି ।

ସ୍ୱାସ୍ଥୃସେବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରବନ୍ଧ କରିବା ଏବଂ ଡାକ୍ତରୀ ଅଭ୍ୟାସକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ହୋଇଥିବା କ୍ଲନିକାଲ୍ ଏଷ୍ଟାବ୍ଲିସମେଣ୍ଟ ବିଲ୍’ ଆଣିବାର କଥାକୁ ନେଇ ଭାରତର ଡାକ୍ତରୀ ସଂଘ ବା ଇଣ୍ଡିଆନ୍ ମେଡ଼ିକାଲ ଆସୋସିଏସନ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଦାରଣ କରିବା କାମଟିକୁ ବିରୋଧ କରିଆସୁଛି । ଠିକ୍ ଏହାର ବିପରୀତ କଥାଟି କାନାଡ଼ାରେ ଦେଖିବାକୁ ମିଳିଛି । ସେଠାକାର ଡାକ୍ତରମାନଙ୍କର ଏକ ସଂଘ ନିଜ ସରକାରଙ୍କୁ ଲେଖିକରି ଜଣାଇଛନ୍ତି ଯେ ସେମାନଙ୍କର ଦରମାବୃଦ୍ଧି କରାନଯାଉ ଯେହେତୁ ସେମାନେ ନିଜ କାମ ତୁଳନାରେ ବହୁତ ଅଧିକ ଦରମା ପାଇଆସିଛନ୍ତି ।

ଯେଉଁ ଭିନ୍ନତା କାନାଡ଼ା ଏବଂ ବିଶ୍ୱର ଅନେକ ଦେଶର ସ୍ୱାସ୍ଥ୍ୟକ୍ଷେତ୍ର ଓ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ଦେଖୁଛି ତାହା ଅଧିକାଂଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୀୟନ୍ତ୍ରଣ, ଡାକ୍ତରୀ ଅଭୀସର ନୈତିକମାନ ରକ୍ଷା କ୍ଷେତ୍ରରେ କଠୋର ନୀତି ଅବଲମ୍ବନ ଯୋଗୁଁ ରହିଆସିଛି । ଭାରତରେ ଆଇଏମ୍ଏ ଏକ ପୋସାଦାର ସଂଘ ଅପେକ୍ଷା ଗୋଟିଏ ନିହୀତ ସ୍ୱାର୍ଥ ଗୋଷ୍ଠୀଭଳି କାମ କରୁଛି । ସେମାନେ ଅତୀତରୁ ଏଯାବତ ଯେକୌଣସି ମୂଲ୍ୟ ନିର୍ଦ୍ଧାରଣ ଓ ନୀୟନ୍ତ୍ରଣକୁ ବିରୋଧ କରି ଆସୁଛନ୍ତି କେବଳ ନିଜ ଗୋଷ୍ଠୀର ଅସାଧୁ ସଦସ୍ୟଙ୍କ ବିରୁଦ୍ଧରେ ପଦକ୍ଷେପ ନେଇ ନାହାଁନ୍ତି ଏବଂ ଡାକ୍ତରୀ କରିବାରରେ ନୈତିକତାର ନିର୍ମାଣ ପାଇଁ ଥିବା ଆବଶ୍ୟକତାକୁ ଅଣଦେଖା କରିଆସୁଛନ୍ତି । ପରିଣାମ ସ୍ୱରୂପ ଭାରତରେ ସ୍ୱାସ୍ଥ୍ୟସେବାର ରାଜନୈତିକ ଅର୍ଥନୀତି ଅଧିକରୁ ଅଧିକ ବ୍ୟବସାୟିକ ଏବଂ ଲାଭ କେନ୍ଦ୍ରିକ ହୋଇଯାଇଛି ।

୨୦୧୩ରେ ଜାତୀୟ ସ୍ୱାସ୍ଥ୍ୟନୀତି ଏବଂ ୨୦୧୮-୧୯ର କେନ୍ଦ୍ରିୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା କଥା କୁହାଯାଇଛି ଯାହାକି ‘ଆୟୁସ୍ମାନ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି ସ୍ପଷ୍ଟ ସୂଚାଇ ଦେଉଛି ଯେ ନରେନ୍ଦ୍ର ମୋଦୀଙ୍କ ସରକାର ଆମ ସ୍ୱାସ୍ଥ୍ୟ ନୀତିକୁ କେଉଁ ଦିଗ ଆଡ଼କୁ ନେବାକୁ ଯାଉଛନ୍ତି । ଏହା ଦୁର୍ଭାଗ୍ୟଜନକ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଷ୍ପତ୍ତି ନେବା ନୀୟନ୍ତ୍ରଣଟିକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣାଳୟ ନୀତି ଆୟୋଗ ପାଖରେ ସମର୍ପଣ କରିଦେଇଛି । ଏହି ନୀତି ଆୟୋଗର ସୁପାରିଶଗୁଡ଼ିକ ଘରୋଇ ସ୍ୱାସ୍ଥ୍ୟ ବଜାର, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୀମାଲଗାଣ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରର ଘରୋଇକରଣ ଇତ୍ୟାଦି ଅନେକକୁ ପ୍ରେତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ।

ଦୁନିଆ ସାରା ଦେଶଗୁଡ଼ିକ ଯେଉଁମାନେ ନିଜ ଲୋକଙ୍କ ପାଇଁ ଉତ୍ତମ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ଦେବା ପାଇଁ ଚାହିଁଥାନ୍ତି ସେମାନେ ଜନାଦେଶ ମାଧ୍ୟମରେ ଫଳପ୍ରଦଭାବେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନୀୟନ୍ତ୍ରୀତ କରିଥାନ୍ତି ଯେଉଁଥି ପାଇଁ କି ଅର୍ଥ, ଟିକସ ଓ ସାମାଜିକ ବୀମା ପାଉଣା ମାଧ୍ୟମରେ ଆସିଥାଏ । ସେମାନେ ସ୍ୱାସ୍ଥ୍ୟ ସେବା ପାଇବା ମାଧ୍ୟମରେ ଆସିଥାଏ । ସେମାନେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଯୋଗ୍ୟତା ନିରୂପଣ କରିବା ନିମନ୍ତେ ଆୟ ଓ ନିଯୁକ୍ତିକୁ ଆଧାରକରି ନିଜ ଜନସଂଖ୍ୟାକୁ ଭାଗଭାଗ କରିନଥାନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ସଂସ୍ଥାମାନଙ୍କ ଭିତରେ ଏକ ବଳିଷ୍ଠ ନୈତିକତାର ସଂସ୍କୃତି ବିକଶିତ କରିଥାନ୍ତି । ଏବଂ ସର୍ବୋପରେ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସେବାକୁ ବଜାରର ମର୍ଜି ଉପରେ ଚାଡ଼ି ଦେଇନଥାନ୍ତି । ସେମାନେ ନିଶ୍ଚିତ କରିଥାନ୍ତି ଯେ ସ୍ୱାସ୍ଥ୍ୟସେବା ଯେମିତି ସମସ୍ତଙ୍କ ହିତରେ କାମରେ ଏବଂ ରାଷ୍ଟ୍ରର ଦାୟିତ୍ୱ ହୋଇ ରହେ ।

ସମୟ ଆସିଛି ଆମକୁ ଭାରତର ସ୍ୱାସ୍ଥ୍ୟସେବା ନୀତି କେଉଁ ଦିଶାରେ ଯାଉଛି ତାକୁ ନେଇ ଯେମିତି କଠିନ ପ୍ରଶ୍ନ କରିବା କାହିଁକି ଆମର ଅମଲାମାନେ ଏବଂ ସାଂସଦମାନେ କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ଯୋଜନାର ଲାଭ ନେଇ ଆସୁଛନ୍ତି (ଅଧିକାଂଶ ଏହି ସେବା ଆଦି ଘରୋଇ ସଂସ୍ଥାମନେ ହିଁ ଯୋଗାଉଛନ୍ତି) ୨୦୧୫ ମସିହାରେ ଏହି ଯୋଜନା ଯୋଗୁଁ ରାଷ୍ଟ୍ରର ରାଜକୋଶରୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାର ଉପଭୋକ୍ତାଙ୍କ ନିମନ୍ତେ ୬୩୦୦ ଟଙ୍କା ମୁଣ୍ଡପିଛା ଖର୍ଚ୍ଚ କରିବାକୁ ପଡ଼ିଥିଲା ଯାହାକି ସାଧାରଣ ଲୋକଙ୍କ ପାଇଁ ମୁଣ୍ଡପିଛା ଯାହା ସରକାର ଖର୍ଚ୍ଚ କରନ୍ତି ଯଥା ୧୧୦୦ ଟଙ୍କାର ପାଖାପାଖି ୬ଗୁଣା ଅଧିକ ଥିଲା । ସମୟ ଆସିଛି ଏହି ସମୀକରଣରେ ପରିବର୍ତ୍ତନ କରିବାକୁ ପଡ଼ିବ । ସରକାରମାନେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ କହୁଛନ୍ତି କିନ୍ତୁ ସେମାନଙ୍କର ନୀତି ଏବଂ ଆଚରଣ ବିଭାଜିତ ଏବଂ ନିର୍ବାଚିତ ଢାଞ୍ଚାରେ ଆଗେଇ ଚାଲିଛି ଓ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା କ୍ଷେତ୍ରରେ ବିଷମତାକୁ ବ୍ୟାପକ କରାଇଚାଲିଛି ।

ଏହି ଅବସ୍ଥାରେ ପରିବର୍ତ୍ତନ ଆସିବାକୁ ହେଲେ ବଜାର କ୍ଷେତ୍ରରୁ ସ୍ୱାସ୍ଥ୍ୟସେବାକୁ ବିମୁକ୍ତ କରାଇବାକୁ ପଡ଼ିବ ଏବଂ ସ୍ୱାସ୍ଥ୍ୟସେବାକୁ ଏକ ଜନହୀତକର ବ୍ୟବସ୍ଥା ହିସାବରେ ବିକଶିତ କରିବାକୁ ପଡ଼ିବ । ଏହିଭଳି ଏକ ଦିଶାରେ ବିଶ୍ୱର ଦେଶଗୁଡ଼ିକ ଚାଲିଛନ୍ତି ଏବଂ ସେଥିପାଇଁ କୌଣସି କାରଣ ନାହିଁ କାହିଁକି  ଭାରତ ଏକ ଭିନ୍ନ ରାସ୍ତରେ ଯିବ । ବାସ୍ତବରେ ମିଜୋରାମ, ସିକିମ, ଗୋଆ, ପଣ୍ଡିଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ ଏହି ରାସ୍ତାରେ ଅଛନ୍ତି । ସେମାନଙ୍କର ବଜେଟ୍ରେ ସ୍ୱାସ୍ଥ୍ୟସେବା ପାଇଁ ମୁଣ୍ଡପିଛା ୪ ହଜାର ଟଙ୍କା ପ୍ରବନ୍ଧ କରାଯାଇଛି । ସେମାନେ ରାଜ୍ୟରେ ଘରୋଇ କ୍ଷେତ୍ରରେ ସେଭଳି ଉଲ୍ଲେଖନୀୟ ଉପସ୍ଥିତି ନାହିଁ । ସେମାନଙ୍କର ଅତି ଉତ୍ତମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଛି ଏବଂ ତାର ପରିମାଣ ଗୋଟିଏ ‘ଆୟୁସ୍ମାନ’ ଭାରତ ଚାହୁଛନ୍ତି ତେବେ ତାଙ୍କୁ ବିଶ୍ୱରେ ଥିବା ଯେତେ ଭଲଭଲ ଉଦାହରଣ ତଥା ଏହି ରାଜ୍ୟମାନଙ୍କର ଶିଖିବା ଉଚିତ୍ ଏବଂ ବଜାରର ବନ୍ଧନରୁ ମୁକ୍ତ ଥିବା ଏକ ସ୍ୱାସ୍ଥ୍ୟସେବାପାଇଁ କାମକରିବା ଉଚିତ୍ ଯାହା ଜନସାଧାରଣଙ୍କ ହିତପାଇଁ ଉଦ୍ଦିଷ୍ଟ ରହିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Supreme Court’s judgment to base subcategorisation on the creamy layer logic for Scheduled Castes is simplistic.

The CBSE’s slashing of its curriculum is an example of unconcern with how it affects the quality of learning.

A “pass-through effect” of low crude prices is improbable given the constrained fiscal space.

ರಾಜ್ಯಗಳು ತೋರ್ಪಡಿಸುತ್ತಿರುವ ಭಿನ್ನಮತಗಳು ಸಾಂವಿಧಾನಾತ್ಮಕ ಮೌಲ್ಯಗಳನ್ನು ರಕ್ಷಿಸುವಲ್ಲಿ ಒಕ್ಕೂಟವಾದಿ ನೀತಿಯನ್ನು ಪುನರ್‌ಸ್ಥಾಪಿಸಬೇಕೆಂಬ ಮನವಿಯೇ ಆಗಿದೆ.

...

மாநிலங்களிலிருந்து வெளிப்படும் எதிர்ப்புகள் அரசமைப்புச் சட்ட விழுமியங்களைப் பாதுகாக்கவும் கூட்டாட்சி தத்துவத்தை மீண்டும் வலியுறுத்தவும்...

राज्यों के द्वारा असहमति की अभिव्यक्ति के जरिए...

राज्यघटनेतील मूल्यांचं संरक्षण करण्यासाठी संघराज्यीय प्रेरणा टिकवून ठेवणं गरजेचं आहे, यासंबंधीची कळकळीची विनंती म्हणून राज्यांच्या...

Expression of dissent from the states is a plea to reinstate the federal spirit to defend constitutional values.

 

நாடுகளிடையே நியாயமான நிலைபாடு இல்லாதது பருவநிலை மாறுபாட்டிற்கான தீர்வுகள் எட்டாக்கனியாக இருக்கக் காரணமாகும்...

Back to Top