ISSN (Print) - 0012-9976 | ISSN (Online) - 2349-8846

ବନ୍ଦୀ ମାନଙ୍କୁ ଅମର୍ଯ୍ୟାଦା ଓ ମୁତ୍ୟୁରୁ ମୁକ୍ତି

ଅପରାଧିକ ନ୍ୟାୟ ବ୍ୟବସ୍ଥା ବନ୍ଦୀମାନଙ୍କୁ ସଂସ୍କାରିତ ଓ ପୁନର୍ବାସର ରାସ୍ତା ଦେଖାଇବା ଉଚିତ୍

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଚଳିତ ବର୍ଷ ୧୫ ସେପ୍ଟେମ୍ବର ୨୦୧୭ରେ ସୁପ୍ରିମକୋର୍ଟ ଏକ ପ୍ରଗତିଶୀଳ ନିର୍ଦ୍ଦେଶନାମା ଜାରୀ କରି କହିଛନ୍ତି ଯେ ଯେଉଁ ବନ୍ଦୀମାନେ ହାଜତରେ ବା ଜେଲରେ ଥାଇ ସନ୍ଦେହଜନକ ଭାବରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଉ । ଦେଶରେ ବୃଦ୍ଧି ପାଉଥିôବା ହାଜତ ମୃତ୍ୟୁର ଗମ୍ଭୀରତା   ଓ ଏ ମାମଲାରେ ରାଷ୍ଟ୍ରର ଭୂମିକାକୁ ଦେଖି  ଏପରି ମୃତ୍ୟୁ ଘଟଣାରେ ହାଇକୋର୍ଟମାନଙ୍କ ପକ୍ଷରୁ ନିଜଆଡୁ ମାମଲା ପଞ୍ଜିକରଣ କରିବାକୁ  ସୁପ୍ରିମକୋର୍ଟଙ୍କ ପକ୍ଷରୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ  ଅନୁରୋଧ କରାଯାଇଛି । ଏହାକୁ ଉଭୟ ବନ୍ଦୀମାନଙ୍କ ପାଇଁ କାର୍ଯ୍ୟକରୁଥିବା କର୍ମୀ ଓ ଜେଲ ସଂସ୍କାରକମାନଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । କାରଣ ଏହି ରାୟରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ହାଜତ ତଥା ଜେଲରେ ଘଟୁଥିବା ସନ୍ଦେହଜନକ ମୃତ୍ୟୁକୁ ରୋକିବା ସହିତ ପରିଦର୍ଶନ ଅଧିକାର, ନ୍ୟାୟ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ, ଆଦର୍ଶ ଜେଲ ନିୟମାବଳୀର ସମ୍ପାଦନ, ଜେଲ କର୍ମଚାରୀ ମାନଙ୍କୁ ସମ୍ବେଦନଶୀଳ କରାଇବା ସହିତ ଅଧିକରୁ ଅଧିକ ମୁକ୍ତାକାଶ ଜେଲ ବ୍ୟବସ୍ଥା ପାଇଁ ମାର୍ଗ ପ୍ରଶସ୍ତ ହୋଇଛି ।

ସେପ୍ଟେମ୍ବର ମାସରେ ଆସିଥିବା ରାୟ ଗୋଟିଏ କଥା ସ୍ପଷ୍ଟ କରି ଦେଇଛି ଯେ ହାଜତ୍ ମୃତ୍ୟୁ କେବଳ ଜେଲ ପ୍ରଶାସନକୁ ନେଇ ସୃଷ୍ଟି ହେଉଥିବା ଏକ ସମସ୍ୟା ନୁହେଁ । ବରଂ ଜେଲ ବ୍ୟବସ୍ଥା ପଛରେ ଥିବା ମୂଳ ଆଦର୍ଶ ଯଥା ସଂସ୍କାର ଓ ପୁନର୍ବାସର ପରିତ୍ୟାଗ କରାଯିବା  ପୁଷ୍ଠଭୂମୀରେ ଏହାକୁ ଦେଖିବା ପାଇଁ କହେ ।  ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା   କେବଳ ପ୍ରତହିଂସୀ ଓ ନିବୃତ୍ତି ବା ନିବାରଣର ଦର୍ଶନରେ ବିଶ୍ୱାସ କରିବା ସହିତ ଏଥିରେ ଗୁଡିଏ ହାଜତ ମୃତ୍ୟୁ ଘଟଣା ଘଟିଥାଏ । ଧାର୍ମିକ ନ୍ୟାୟ ବ୍ୟବସ୍ଥାରେ ଗୋଟିଏ ଧାରଣା ରହିଥାଏ ଯେ କଏଦୀ ମାନେ ଏଭଳି ଦଣ୍ଡର ହକଦାର ।

ଦୁର୍ଭାଗ୍ୟଜନକ କଥା ହେଉଛି ଯଦିଓ ସୁପ୍ରିମକୋର୍ଟଙ୍କର ଏହି  ରାୟ ପୁଣିଥରେ କଏଦୀମାନଙ୍କର ସମସ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା ପାଇଁ ବାଟ ଫିଟେଇଛି ତଥାପି ଅତୀତରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜେଲ ସଂସ୍କାର ବାବଦକୁ ଯେତେଗୁଡିଏ ନିର୍ଦ୍ଦେଶ ଦିଆଯାଇଛି ସେ ସବୁକୁୁ ରାସ୍ତାକଡର ଅଳିହାଗଦାରେ ପକାଇ ଦିଆ ଯାଇଛି । ଅପ୍ରେଲ ୨୦୧୫ ରେ  ସୁପ୍ରିମକୋର୍ଟ ରାଜ୍ୟ ସରକାର ମାନଙ୍କୁ ସେସମସ୍ତ  ବିଚାରାଧୀନ ବନ୍ଦୀଙ୍କୁ ଜାମିନରେ ଛାଡି ଦେବାକୁ କହିଥିଲା ଯେଉଁମାନେ ସେମାନଙ୍କ ବିରୋଧରେ ଅଣାଯାଇଥିôବା ଅଭିଯୋଗ ଅନୁଯାୟୀ ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେଥିରେ ସେମାନଙ୍କୁ ଯେତିକି ସଜା ମିଳିବା କଥା ତାଠାରୁ ଅଧିକ ଦିନ ଜେଲରେ କଟାଇ ସାରିଲେଣି । ଏହି ନିର୍ଦ୍ଦେଶକୁ ପାଳନ ନକରାଯିିବା ଘଟଣାକୁ  ଦେଖି ୧୦ ଅକ୍ଟୋବର ୨୦୧୭ ରେ  କୋର୍ଟ ପକ୍ଷରୁ ପୁଣି ଥରେ ନିର୍ଦ୍ଦେଶ ଦିଅଗଲା ଓ ମହାରଷ୍ଟ୍ର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ସରକାରକୁ ଏହାକୁ ପାଳନ କରିବାପାଇଁ ଏକ ନିର୍ଦ୍ଦିଷ୍ଟ  ତାରିଖ ମଧ୍ୟ ଦିଆଗଲା ।

ଯେତେବେଳେ ଜଣେ ଲୋକ ଆଇନ ଭଙ୍ଗ କଲେ ତାକୁ ଅପରାଧୀ ବୋଲି କୁହାଯାଉଛି ସେତିକିବେଳେ ଜଣକୁ ଅପରାଧୀ ବୋଲି ବିଚାର କରିବାର ଯେଉଁ ସୀମାରେଖା ରଖାଯାଇଛି ତାହା ମଧ୍ୟ ଏତେ ସ୍ୱଚ୍ଛ ନୁହେଁ । ଅର୍ଥାତ୍ ଜଣେ ନିରପରାଧୀକୁ ଯେଉଁ କାରଣ ଯୋଗୁ ଅପରାଧୀ ବୋଲି ବିଚାର କରାଯାଏ ପ୍ରକୃତରେ ସେ ସେହି କାରଣ ଯୋଗୁ ଅପରାଧୀ କି ନୁହନ୍ତି ତାହା ମଧ୍ୟ ବିଚାର୍ଯ୍ୟ । ଜଣକୁ ଅପରାଧୀର  ସୀମାରେଖା ଭିତରକୁ ଠେଲି ଦିଆଯିବା ପଛରେ ଶ୍ରେଣୀ, କ୍ଷମତା, ସମାଜର ବଡପଣ୍ଡା ମାନଙ୍କ ପକ୍ଷରୁ କରାଯାଇଥିବା ନିୟମ ସବୁର ଯେ ଭୂମିକା ନଥାଏ ତାହା କୁହାଯାଇ ପାରିବ ନାହିଁ । ଦେଖିବା କଥା ଯେ ଯେତେଗୁଡିଏ ଲୋକ ଜେଲକୁ ଆସୁଛନ୍ତି ସେଥିରୁ ଅଧିକାଂଶ ଏକ ନିର୍ଦ୍ଦିଷ୍ଟ ଅସୁବିଧାଜନକ ଗୋଷ୍ଠୀରୁ ଆସି ଥାଆନ୍ତି । ରାଷ୍ଟ୍ରୀୟ ଅପରାଧ ବ୍ୟୁରୋର ତଥ୍ୟ କହେ ଯେ ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ନ୍ୟାୟ ବ୍ୟବସ୍ଥା ଭିତରେ ସବୁଠୁ ଅଧିକ ଅନ୍ୟାୟର ଶିକାର ହୋଇ ଥାଆନ୍ତି ।  ବିଶେଷକରି ଅନୁସୂଚିତ ଜାତି/ ଜନଜାତିଏବଂ ମୁସଲିମ ଲୋକଙ୍କ ସଂଖ୍ୟା ଜେଲରେ ଥିôବା ଜନସଂଖ୍ୟାର ଅଧା । ଯଦିଓ ଏହି ଗୋଷ୍ଠୀର ସଂଖ୍ୟା  ଭାରତର ମୋଟ ଜନସଂଖ୍ୟାର  ଅଧା କେବେବି  ନୁହେଁ । ଏହି ବିସଙ୍ଗତି ପାଇଁ ଆଉ ଏକ କଥା ମଧ୍ୟ ଦାୟୀ ଆଉ ସେଇଟି ହେଉଛି ସେମାନେ ସାମାଜିକ ଦୃଷ୍ଟିରୁ ପ୍ରତିପତ୍ତିଶାଳୀ ଓ ଅର୍ଥନୈତିକ ଦୃଷ୍ଟିରୁ ଧନ଼ୀ ହୋଇ ନଥିବା କାରଣରୁ ସେମାନେ ଅପରାଧିକ ନ୍ୟାୟ ବ୍ୟବସ୍ଥାର ଜଟିଳତା ଭିତରେ ପ୍ରବେଶ କରି ପାରନ୍ତି ନାହିଁ ।

ତେଣୁ ଜେଲର ଚାରିକାନ୍ଥ ମଧ୍ୟରେ ଏହି ପ୍ରକାରର ବହୁ ନିହିତ ସ୍ୱାର୍ଥ ତଥା ପୂର୍ବାଗ୍ରହର କାହାଣୀ ସବୁ ଭରି ରହିଛି । ହାଜତରେ ଉତ୍ପୀଡନ ଓ ତଦଜନିତ ମୃତ୍ୟୁ, ମର୍ଯ୍ୟାଦା ତଥା ମୌଳିକ ଅଧିକାରର ଉଲ୍ଲଂଘନ ଏ ସମସ୍ତ ହେଉଛି ଏହି ପୂର୍ବାଗ୍ରହର ଗୋଟିଏ ଗୋଟିଏ ଅଭିବ୍ୟକ୍ତି ମାତ୍ର । ସଂସ୍କାର ଓ ପୁନର୍ବାସର କୌଣସି ବ୍ୟବସ୍ଥା ନଥିବାରୁ ଜେଲ ଏକ ନିର୍ବାସନ ବ୍ୟବସ୍ଥା ପାଲଟି ଯାଇଛି । ସବୁଠାରୁ ଦୁଖର କଥା ହେଉଛି ଜଣେ ଜେଲ ଦଣ୍ଡ ପାଇବା ମାତ୍ରେ ତାକୁ ତା ପରିବାର ତଥା ସମାଜରୁ ସମସ୍ତ ପାରମ୍ପରିକ ସହାୟତା ବନ୍ଦ ହୋଇ ଯାଇଥାଏ । ଏହି ଅନ୍ୟାୟ ପରିପ୍ରେକ୍ଷୀରେ ଜଣେ ଲୋକ ଏପରି ଏକ ବ୍ୟବସ୍ଥାରୁ ମୁକୁଳିବ କେମିତି? ସେମାନେ ଏଥିରୁ ପୁନର୍ବାସ ବିଷୟରେ କଣ ଅଧିକ ଆଶା  କରି ପାରିବେ?

ଜଣେ ବ୍ୟକ୍ତି ଜେଲରେ ଥିବା ବେଳେ ସଜା ହୋଇ ନଥିôବା ଓ ହାଜତରେ ଥିବା କଏଦୀଙ୍କ ପାଇଁ ଥିବା ସମସ୍ତ ଆଇନ ବ୍ୟବସ୍ଥା, ସଜାପ୍ରାପ୍ତା ବନ୍ଦୀ ମାନଙ୍କ ପାଇଁ ଥିବା ପାରୋଲ ବ୍ୟବସ୍ଥା  ବନ୍ଦୀମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ କି ଏଠାରେ ପୁନର୍ବାସ ଏକ ପ୍ରାଥମିକତା ନୁହେଁ । ଅନେକଙ୍କ ମତରେ ପୁନର୍ବାସର ଲକ୍ଷ୍ୟ ହାସଲ ପାଇଁ ସ୍କାଣ୍ଡିନାଭିଆନ ଦେଶସମୂହରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟରେ ଲଗାଯିବାର ଆବଶ୍ୟକତା ରହିଛି । ବିଶେଷକରି ଡୋମିନିକାନ ରିପବ୍ଲିକ ଭଳି ଛୋଟ ଦ୍ୱିପରେ ଏହା ଫଳରେ ଅପରାଧର ମାତ୍ରା ବହୁ ପରିମାଣରେ କମି ଯାଇଛି । ଏଥିପାଇଁ ସେଠାରେ କେତେକ ସଂସ୍ଥାଗତ ପଦକ୍ଷେପ ନିଆଯାଇଛି । ବିଶେଷକରି ଜେଲଗୁଡିକରେ ସେନାବାହିନୀ ବା ପୁଲିସରୁ ଆଣି କର୍ମଚାରୀ ନିଯୁକ୍ତ ନକରି ଭଦ୍ର ସମାଜରୁ ବାଛି ଜେଲ କର୍ମଚାରୀମାନଙ୍କୁ ନିଯୁକ୍ତ କରାଯାଇଛି, କଏଦୀମାନଙ୍କୁ ପୂର୍ବରୁ ଯେତିକି ସମୟ ସେମାନଙ୍କ ସେଲ ଭିତରେ ରହିବାକୁ ବାଧ୍ୟ କରା ଯାଉଥିଲା ଏବେ ତାହାକୁ ଯେତେ ସମ୍ଭବ କମ କରାଯାଇଛି । ଏହା ସହିତ ପ୍ରତି କଏଦୀ ଯେପରି ଶିକ୍ଷିତ ହେବେ ତା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସବୁ ପଦକ୍ଷେପରୁ ଅନେକ ସୁଫଳ ମିଳୁଥିବାରୁ ଭାରତରେ ମଧ୍ୟ ସେପରି କରାଯାଇ ପାରନ୍ତା ।

ଏ ସମ୍ବନ୍ଧରେ ସୁୁପ୍ରିମକୋର୍ଟ ନିଜର ଏକ ରାୟରେ କହି ସାରିଛନ୍ତିି ଯେ ଜେଲର କର୍ମଚାରୀ, ଭଦ୍ର ସମାଜ, ପରାମର୍ଶଦାତା, ସ୍ୱେଚ୍ଛାସେବୀ ସଙ୍ଗଠନ ବା ଏନଜିଓର କର୍ମକର୍ତ୍ତାମାନଙ୍କୁ କଏଦୀଙ୍କ ବିଷୟକୁ ନେଇ ଅଧିକରୁ ଅଧିକ ସମ୍ବେଦନଶୀଳ କରାଯିବା ଉଚିତ୍ ।  କାରଣ ସେମାନେ ହେଉଛନ୍ତି ପୁନର୍ବାସ ପ୍ରକ୍ରିୟାର ବାହକ ଓ ସେହିମାନେ ଜେଲରୁ ମୁକ୍ତ ଲୋକମାନଙ୍କୁ ସମାଜରେ ପୁନଃର୍ବାସ ପାଇଁ କାର୍ଯ୍ୟ କରି ପାରିବେ । ପୁଣି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଦିଲ୍ଲୀ, ମୁମ୍ବାଇ, ମାଡ୍ରାସ ଓ ଜାମ୍ମୁ କାଶ୍ମୀର ହାଇକୋର୍ଟ ପକ୍ଷରୁ ଗତ କେତେ ମାସ ଧରି ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ହାଜତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କୁ କେତେ କ୍ଷତିପୂରଣ ଦିଆଯିବ ସେକଥା  କୁହାଯାଇ ସାରିଛି । ତଥାପି କୋର୍ଟର ଭରସା ଓ ରାଷ୍ଟ୍ରର ପ୍ରତିକ୍ରିୟାର ମଝିଆମଝି ସନ୍ତୁଳନ ରକ୍ଷା କରି ଚାଲିବାକୁ ପଡୁଥିବା ଏଭଳି ଉଦ୍ୟମ ଅନିଶ୍ଚିତ ହୋଇଯିବ ଯଦି ତାହା ଅପରାଧôକ ନ୍ୟାୟ ବ୍ୟବସ୍ଥାର ବାସ୍ତବତାକୁ ନ ବୁଝିବ । ତେଣୁ ଜେଲ ସଂସ୍କାର ବିଷୟରେ କିଛି କରିବାକୁ ହେଲେ ଏଥିରେ ପ୍ରଥମେ ସେହିମାନଙ୍କୁ ସାମିଲ କରାଯିବା ଉଚିତ୍ ଯେଉଁମାନଙ୍କ ପାଇଁ ଏହା କରାଯିବାର ଆବଶ୍ୟକତା ରହିଛି ।  ଅର୍ଥାତ୍ ସଂସ୍କାର, ପୁନର୍ବାସ ବ୍ୟବସ୍ଥା ବିଷୟକୁ ନେଇ ହେଉଥିବା ବିଚାର ଆଲୋଚନାରେ କଏଦୀମାନଙ୍କୁ ସାମିଲ କରାଯିବା ଦରକାର ।

ଶେଷରେ ଜେଲ ସଂସ୍କାର ଅର୍ଥ କେବଳ ଜେଲର ଚାରିକାନ୍ଥ ଭିତରେ ହିଂସା ବନ୍ଦ କରିବା ବୋଲି ଧରିନେବା ଉଚିତ୍ ନୁହେଁ ।  ବରଂ ଏକଥା କୁ ଅନୂଭବ କରିବାର ଆବଶ୍ୟକତା ଅଛି ଯେ ଜେଲ କେବଳ ସମାଜର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଅନୁଭାଗର ଲୋକମାନଙ୍କୁ ଦଣ୍ଡିତ କରିବା ପାଇଁ ଏକ ସଂସ୍ଥା ପାଲଟୁଛି । ଏଥିରେ ପରିବର୍ତ୍ତନ ଆଣିବା କଥାଟିକୁ ସଂସ୍କାର ପାଇଁ ନିଆଯାଉଥିବା ପଦକ୍ଷେପରେ ପ୍ରଥମେ ସାମିଲ କରିବାକୁ ହେବ । ନ୍ୟାୟାଳୟ  ମୁକ୍ତାକାଶ ଜେଲ କଥାଟିକୁ  ଏଇଥିପାଇଁ ଉଠାଇଛନ୍ତି ଯେ ଏହାକରି ସେ ପାରମ୍ପରିକ ଜେଲ ବ୍ୟବସ୍ଥାକୁ ହୁଏତ ଧୀରେ ଧୀରେ ଭୁଲିଯିବାକୁ ଚାହୁଁଛନ୍ତି । ଏ ଅବସ୍ଥାରେ ଏକଥା କହିବା ଠିକ ହେବ ନାହିଁ ଯେ ଜେଲ ସଂସ୍କାର ଆନ୍ଦୋଳନ କେବଳ କଏଦୀମାନଙ୍କୁ ମୁକ୍ତ କରିବାକୁ ଏକ ହିତକାରୀ ବ୍ୟବସ୍ଥା । ବରଂ ଏହା ହେଉଛି କଏଦୀ ମାନଙ୍କୁ ଅମର୍ଯ୍ୟାଦା, ଭେଦଭାବ ଏବଂ ମୃତ୍ୟୁରୁ ମୁକ୍ତି ଦେବାର ଏକ ପ୍ରୟାସ ମାତ୍ର ।

Back to Top