ISSN (Print) - 0012-9976 | ISSN (Online) - 2349-8846

ଦାସ୍ କ୍ୟାପିଟାଲ, ପ୍ରଥମ ଖଣ୍ଡର- ୧୫୦ ବର୍ଷର୍

କ୍ୟାପିଟାଲ ପ୍ରଥମଖଣ୍ଡ ଏବଂ ମାର୍କ୍ସଙ୍କର ଅନ୍ୟାନ୍ୟ ଲେଖାସବୁରେ ଏମିତି କ’ଣ ଅଛି ଯେ ବିଶ୍ୱପୁଞ୍ଜିବାଦୀ ବ୍ୟବସ୍ଥା ଦ୍ୱାରା ଗୋଟିଏ ଶୋଷିତ ଦେଶର ପୁଞ୍ଜିବାଦୀ ପ୍ରକ୍ରିୟା ଗୁଡ଼ିକୁ ବୁଝିବାପାଇଁ ତାହା ସହାୟକ ହୋଇଥାଏ?

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ବର୍ଣ୍ଣାଡ ଡିମେଲୋ, ଇପିଡବ୍ଲ୍ୟୁ ସମ୍ପାଦକୀୟ ଦଳର ଜଣେ ସଦସ୍ୟ, ଲେଖିଛନ୍ତି

ସେପ୍ଟେମ୍ବର ୨୦୧୭ରେ କାର୍ଲମାକ୍ସଙ୍କର ଦାସ କ୍ୟାପିଟାଲର ପ୍ରଥମ ଖଣ୍ଡର ପ୍ରକାଶନକୁ ୧୫୦ ବର୍ଷ  ପୁରିଯାଉଛି   ଦାସ୍ କ୍ୟାପିଟାଲ ପ୍ରଥମେ ଜର୍ମାନୀର ହାମବର୍ଗଠାରେ ପ୍ରକାଶିତ ହୋଇଥିଲା   ପ୍ରଥମ ଖଣ୍ଡର ଇଁରାଜୀ ଅନୁବାଦ ୧୮୮୭ ମସିହାରେ ପ୍ରକାଶିତ ହୋଇଥିଲା ରୂଷୀୟ ଭାଷାରେ ଏହା ୧୮୭୨ ମସିହାରେ ପ୍ରକାଶିତ ହୋଇଥିଲା ଯାହାକୁ କି ଦାସ୍ କ୍ୟାପିଟାଲର ପ୍ରଥମ ବିଦେଶୀ ଭାଷାରେ ଅନୁଦିତ ସଂସ୍କରଣ ବୋଲି କୁହାଯାଉଛି   ସେପ୍ଟେମ୍ବର ୧୮୬୭ରେ ଦାସ୍ କ୍ୟାପିଟାଲର ଆବିର୍ଭାବ ରାଜନୈତିକ-ଅର୍ଥନୀତି ଏବଂ ସାମାଜିକ ବିଜ୍ଞାନର ଇତିହାସରେ ଏକ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିଲା କାରଣ ଏହା ଥିଲା ବିଶ୍ୱ ପୁଞ୍ଜିବାଦୀ ବ୍ୟବସ୍ଥାରେ ଦ୍ୱନ୍ଦାତ୍ମକ ବସ୍ତୁବାଦ ପରିପ୍ରେକ୍ଷୀରେ  ଏକ ଶୋଷଣକାରୀ ଦେଶରେ ପୁଞ୍ଜିର ବିକାଶକୁ ବୁଝିବାର ଏକ ସଫଳତମ ପ୍ରକ୍ରିୟା ସେ ସମୟର ସମାଲୋଚକମାନଙ୍କର ସମାଲୋଚନା ସତ୍ତେ୍ୱ  ମାର୍କ୍ସ ଶାସ୍ତ୍ରୀୟ ରାଜନୈତିକ ଅର୍ଥନୀତିକୁ ତାଙ୍କ ଦ୍ୱନ୍ଦାତ୍ମକ ବସ୍ତୁବାଦ ପ୍ରକ୍ରିୟାରେ ପରିବର୍ତ୍ତିତ କରାଇଲେ   କ୍ୟାପିଟାଲ ପୁସ୍ତକରେ ଏକ ତତ୍ତ୍ୱ ସହିତ ଏକ ଇତିହାସ ମଧ୍ୟ ରହିଛି, ଗୋଟିଏ ହେଉଛି ଭୌତିକ ସତ୍ତା ବିହୀନ ଓ ଅନ୍ୟଟି ହେଉଛି କଠିନ ବାସ୍ତବତା ଆଧାରିତ ଏବଂ ଏହି ଦୁଇଟି ଭିତରେ ଅବଶ୍ୟମ୍ଭାବୀ ଭାବରେ   ଦ୍ୱନ୍ଦ ଦେଖିବାକୁ ମିଳିଥାଏ ମାର୍କ୍ସ ଏକଥାଟିକୁ ବେଶ ଭଲଭାବରେ ଜାଣିଥିଲେ ଓ ଉଭୟଙ୍କୁ  ଏକାନ୍ତରରେ ସେମାନଙ୍କର ଆବଶ୍ୟକୀୟ  ଗୁରୁତ୍ୱ ପ୍ରଦାନ କରୁଥିଲେ

            ଅବଶ୍ୟ କ୍ୟାପିଟାଲ କାଳକ୍ରମେ ୩ ଖଣ୍ଡରେ ପ୍ରକାଶିତ ହୋଇଛି ପ୍ରଥମଟି ୧୮୬୭ରେ ପ୍ରକାଶିତ ହେଲା, ଏହାର ସଂଶୋଧିତ ପୁନସଂସ୍କରଣ ରୂପ ପ୍ରକାଶ ପାଇଥିଲା ୧୮୭୨ରେ, ଖଣ୍ଡ ୨ ଓ ୩ କେବଳ ମାର୍କ୍ସଙ୍କର ମୃତ୍ୟୁ ପରେ ପେଂ୍ରଡେରିକ ଏଙ୍ଗେଲ୍ସ୍ସଙ୍କ ଦ୍ୱାରା କ୍ରମାନ୍ୱୟରେ ୧୮୮୫ ଓ ୧୮୯୪ରେ ପ୍ରକାଶିତ ହୋଇ ପାରିଥିଲା   କ୍ୟାପିଟାଲ ପୁସ୍ତକରେ  ପୁଞ୍ଜିକୁ ନେଇ ମାର୍କ୍ସଙ୍କ ବିଶ୍ଳେଷଣର କେନ୍ଦ୍ର ବିନ୍ଦୁଟି ହେଉଛି ଯେ ପୁଞ୍ଜି, ଇତିହାସରେ କିପରି ଏକ ବ୍ୟବସ୍ଥା ଭାବରେ ବିକଶିତ ହେଲା ଅର୍ଥାତ୍ ଏହାର ଉତ୍ପତ୍ତିବିକାଶ ଏବଂ ,ଲକ୍ଷ୍ୟ ତାଙ୍କର ମୂଲ୍ୟବୋଧ ସମ୍ବନ୍ଧିତ ଅବଧାରଣାର  ଜଟିଳ ପଦ୍ଧତ,ି  ଉଦବୃତ୍ତ ମୂଲ୍ୟ, ପୁଞ୍ଜିର ସୁବ୍ୟବସ୍ଥିତ ସଂରଚନା, ମୁନାଫାର ପରିମାଣ, ଆପେକ୍ଷିକ ଉଦବୃତ୍ତ ଜନସଂଖ୍ୟା ବା ଶିଳ୍ପ ଶ୍ରମିକଙ୍କର  ସୁରକ୍ଷିତ ଫୌଜ ସାଥିରେ ମାର୍କ୍ସ ଗୁଡିଏ ବିପରୀତଧର୍ମୀ ଶକ୍ତିର ଆବିଷ୍କାର କରିଥିଲେ   ଯେମିତିକି ପରିବର୍ତ୍ତନର କଥା କହୁଥିବା ଏତିହାସିକ ବଳ ଓ ଏକ ଉଭୟ ପଟରେ ସନ୍ତୁଳନ ରଖିଥିବା  ବ୍ୟବସ୍ଥିତ ଶକ୍ତି  ଏବଂ ଦୁହିଙ୍କ ମଧ୍ୟରେ ଦେଖା ଦେଉଥିବା ଅସ୍ୱାଭାବିକ ଦ୍ୱନ୍ଦ ଏହି ତତ୍ତ୍ୱ ସହିତ ଉଦବୃତ୍ତ ମୂଲ୍ୟର ଉତ୍ପତ୍ତି ଓ ଏହାକୁ ବୃଦ୍ଧି କରିବାର ଉପାୟ ସହିତ ପୁଞ୍ଜିର ମାଲିକ  ଓ ପୁଂ୍ଜି ନିୟନ୍ତ୍ରଣକାରୀ ଶ୍ରେଣୀ  ଦ୍ୱାରା ଶ୍ରମିକମାନଙ୍କର ଶୋଷଣର ବିଶ୍ଳେଷଣ କରିବାପାଇଁ  ସେ ଶ୍ରମକୁ ନେଇ ଏକ ସିଦ୍ଧାନ୍ତ ସୃଷ୍ଟି କଲେ

            ମାର୍କ୍ସ ପୁଞ୍ଜି ଠୁଳେଇବାର ଏକ ଭିନ୍ନ ପ୍ରକ୍ରିୟା ଖୋଜି ପାଇଥିଲେ ଯାହାକି ବିଶିଷ୍ଟ ଇଁରାଜୀ ରାଜନୈତିକ-ଅର୍ଥନୀତି ବିଶାରଦ ଡେଭିଡ ରିକାର୍ଡୋଙ୍କ ଠାରୁ ସମ୍ପୂର୍ଣ୍ଣ  ଭିନ୍ନ ଥିଲା    ଏହାରି ଭିତରେ ସେ ଅର୍ଥନୀତିର ଚକ୍ରକୁ ଚଳାଇ ରଖିଥିବା ଓ ଏଥିପାଇଁ ସଂକଟ ଆଣିଥିବା ଶକ୍ତିଙ୍କୁ ଆଲୋକକୁ  ଆଣିଲେ ତା ସହିତ ମୁନାଫାର ପତନମୁଖୀ ପ୍ରବୃତ୍ତି  ଏବଂ ଉପଭୋଗ କରିବାର କ୍ଷମତାକୁ ଟପି ଉତ୍ପାଦନ କରିବାର ପ୍ରବୃତ୍ତି କଥାଟିକୁ ମଧ୍ୟ ଆଣିଲେ ଏହା ସହିତ ମାର୍କ୍ସ ପୁଞ୍ଜିର ଠୁଳୀକରଣ ଏବଂ କେନ୍ଦ୍ରୀକରଣ ପ୍ରକ୍ରିୟା  ଉପରେ ମଧ୍ୟ ଆଲୋକପାତ କରିଥିଲେ ପୁଞ୍ଜିର କେନ୍ଦ୍ରୀକରଣ ଯୋଗୁଁ କିପରି ଅଧିଗ୍ରହଣ ଓ ମିଶ୍ରଣ ଚାଲେ ତାହା ମଧ୍ୟ ଲୋକଲୋଚନକୁ ଆସିଲା ଉତ୍ପାଦନ, ଟଙ୍କା ଏବଂ ଅର୍ଥ ବ୍ୟବସ୍ଥାକୁ ନେଇ ମାର୍କ୍ସଙ୍କର ପୁଞ୍ଜିର ଗତିଶିଳତାର  ଚିନ୍ତାଧାରା   ଥିଲା ଏକ କୈନ୍ଦ୍ରିକ ବା କେନ୍ଦ୍ରୀୟ ବିଶିଷ୍ଟ ଅବଶ୍ୟ ମାର୍କ୍ସଙ୍କ ଚିନ୍ତାର ଉଦ୍ରେକ ଓ ବିକାଶ ଜଣେ କ୍ରାନ୍ତିକାରୀ ସର୍ବହରାର ଥିଲା ମାର୍କ୍ସଙ୍କ ବିଶେ୍ୂଷଣ ଅନୁଯାୟୀ ଏ ସମସ୍ତ ଏକତ୍ର ଗୁନ୍ଥା ହୋଇଥିବା  ପ୍ରକ୍ରିୟା ଶେଷରେ ଗୋଟିଏ ବିନ୍ଦୁରେ ପହଞ୍ଚନ୍ତି ଯେଉଁଠାରେ ସେମାନେ ସେମାନଙ୍କର ପୁଞ୍ଜିବାଦୀ ଆବରଣ ନିକଟରେ ଅସଂଗତ ହୋଇ ପଡନ୍ତି ହଠାତ୍ ବିସ୍ପୋରଣରେ ଭାଙ୍ଗି ଚୁରମାର ହୋଇଯିବା ପରି ସେମାନେ ଖଣ୍ଡବିଖଣ୍ଡିତ ହୋଇ ପଡନ୍ତି ପୁଞ୍ଜିବାଦର ନିଜସ୍ୱ ସମ୍ପତ୍ତି ଚିନ୍ତାଧାରାର ମୃତ୍ୟୁ ଘଣ୍ଟିି ଶୁଭିବାକୁ ଲାଗେ ବେଦଖଲକାରୀମାନେ ନିଜେ ବେଦଖଲ ହୋଇ ଯାଆନ୍ତି

            ସର୍ବହରା ମାନେ ଏକ କ୍ରାନ୍ତିକାରୀ ଶ୍ରେଣୀକୁ ବିକଶିତ ହେବା ଏବଂ ପୁଞ୍ଜିର ଶାସନକୁ କାଢି ଫିଙ୍ଗଦେବା ମାର୍କ୍ସଙ୍କ ମତରେ ଅବଶ୍ୟମ୍ଭାବୀ ତାଙ୍କର ଦ୍ୱନ୍ଦାତ୍ମକ ବସ୍ତୁବାଦତତ୍ତ୍ୱ ସତ୍ତେ୍ୱ ମାର୍କ୍ସ  ଏକ ମିଥ୍ୟା ଐତିହାସିକ ଅବଶ୍ୟମ୍ଭାବୀବାଦ ଆଡକୁ ଟାଣି ହୋଇ ଯାଇଥିଲେ ତାଙ୍କ ଲେଖାର ଶୈଳୀ ଓ ରୂପକଳ୍ପଗଦ୍ୟର ଉକ୍ରର୍ଷତା, ପୁଞ୍ଜିପ୍ରତି ଆବେଗପୂର୍ଣ୍ଣ ଦୋଷାରୋପ -ଉଦାହରଣ ସ୍ୱରୂପ -“ପୁଞ୍ଜି ହେଉଛି ମୃତ ଶ୍ରମ ସୃଷ୍ଟ ପିଶାଚୁଣୀ ପରି  ଯିଏକି ଜୀବନ୍ତ ଶ୍ରମର ରକ୍ତ ଶୋଷି ବଞ୍ôଚ ରହେ ଏହା ଯେତେ ଅଧିକ ମାତ୍ରାରେ ଶ୍ରମର ରକ୍ତ ଶୋଷେ ସେତେ ଅଧିକ ଦିନ ଯାଏ ବଞ୍ôଚ ରହେଆଦି କଥାଗୁଡିକ ପାଠକକୁ ଧରି ରଖେ ଓ ସେମାନଙ୍କୁ ଏକ ବୈପ୍ଳବିକ ପରିବର୍ତ୍ତନର ଆବଶ୍ୟକତା ହୃଦୟଙ୍ଗମ କରିବାକୁ ବାଧ୍ୟ କରେ କିନ୍ତୁୁ ଲେଖକଙ୍କର ଏହି ଅଭିପ୍ରାୟ ବୈପ୍ଳବିକ ପରିବର୍ତ୍ତନର ଗତିକୁ ଅତିରଞ୍ଜିତ ଭାବରେ କଳ୍ପନା କରିବା ସହିତ ଏହି ପରିବର୍ତ୍ତନର ରାସ୍ତାରେ ଥିବା ବାଧା ଗୁଡିକୁ ବେଖାତିର କରିବା ପରି ବୋଧହୁଏ

            ଦାସ୍ କ୍ୟାପିଟାଲ  ରାଜନୈତିକ ଅର୍ଥନୀତିର କେବଳ ଏକ  ସମାଲୋଚନା ଗ୍ରନ୍ଥ ନୁହେଁ, ଏହାଠାରୁ କାହିଁ ଅଧିକ ଏଥିରେ ଅର୍ଥନୀତି ଓ ସମାଜବିଜ୍ଞାନର ଅଗାଧ ସମ୍ପର୍କ ରହିଛି ଉଦାହରଣ ସ୍ୱରୂପ ମାର୍କ୍ସଙ୍କର ପଣ୍ୟଦ୍ରବ୍ୟର ଉପାସନା  ସମ୍ବନ୍ଧିତ ଧାରଣାକୁ ଏହି ପ୍ରକାରରେ ବ୍ୟାଖ୍ୟା କରାଯାଇପାରେ ଯେ, ଦୁନିଆଟା ଯେମିତି କେବଳ ବିକ୍ରି ହୋଇପାରୁଥିବା ଦ୍ରବ୍ୟକୁ ନେଇ ହିଁ ଗଢ଼ା ଏବଂ ସେଠି ମଣିଷ ମଣିଷ ଭିତରେ ସମ୍ପର୍କଟିକୁ, ସାମଗ୍ରୀ ସାମଗ୍ରୀ ଭିତରେ ସମ୍ପର୍କ ଦୃଷ୍ଟିକୋଣରୁ ଦେଖାଯାଇଥାଏ ମୋ ଭଳି ପୁରୁଣାକାଳିଆ ଲୋକଙ୍କ ପାଇଁ ଏକ ଜରୁରୀ ସତ୍ୟ ହେଉଛି ସମ୍ପତ୍ତି, ପ୍ରକୃତ୍ତି ଏବଂ ଶ୍ରମର ଶୋଷଣରୁ ହିଁ ସୃଷ୍ଟି ହୋଇଥାଏ ମାର୍କ୍ସଙ୍କର ପରିବେଶକୁ ନେଇ ଆବେଗ, ଆମ ସମୟର ପରିବେଶ ଓ ସାମାଜିକ କର୍ମୀମାନଙ୍କର କାମରେ ପ୍ରତିଫଳିତ ହୋଇଥାଏ   ମାର୍କ୍ସ ତାଙ୍କ ସମୟର ହୋଇଥିବା କେତେକ କଥା ଯାହାକୁ ଏବେ ପରିବେଶ ସମ୍ବନ୍ଧୀୟ ମତ ବୋଲି କୁହାଯାଉଛି ଦ୍ୱାରା ପ୍ରଭାବିତ ହୋଇଥାଇ ପାରନ୍ତି ଯାହାକି ସମାଜ ଓ ପ୍ରକୃତି ମଧ୍ୟରେ ଥିବା ବିପାକ କ୍ରିୟାରେ ବଦ୍ଧମୂଳ ହୋଇ ରହିଥାଏ ସିଏ କ୍ୟାପିଟାଲର ପ୍ରଥମ ଖଣ୍ଡରେ ସମ୍ପତ୍ତିର ମୂଳ ଉତ୍ସ ପୁଞ୍ଜିବାଦୀ ଉତ୍ପାଦନ ବିଷୟରେ କୌଣସି କାରଣ ନଥାଇ  ଲେଖି ନାହାନ୍ତି  କି ମୃତ୍ତିକା ଓ ଶ୍ରମିକ ଯାହାକି ସବୁ ସମ୍ପତ୍ତିର ମୂଳ ଉତ୍ସ ତାକୁ ମାଗଣାରେ ସମାନ୍ତରାଳ ଭାବେ  ଦୁର୍ବଳ କରି ନାହାନ୍ତି   ଆହୁରି ମଧ୍ୟ ପ୍ରଥମ ଖଣ୍ଡର ଅଷ୍ଟମ ପରିଛେଦରେ କିପରି ସମ୍ପତ୍ତିର ଉଦ୍ରେକ ହେଲା ତାକୁ ଦେଖାଇବାକୁ ଯାଇ ମାର୍କ୍ସ  ତଥାକଥିତ ଆଦିମ ଠୁଳିକରଣର ଅବତାରଣା କରିଛନ୍ତି ଏଠାରେ ମଧ୍ୟ ମାର୍କ୍ସ ଏନକ୍ଲୋଜର୍ସ ମାଧ୍ୟମରେ ବ୍ରିଟେନର କୃଷକମାନଙ୍କର ବେଦଖଲୀକରଣ ବିଷୟରେ ଆଲୋକପାତ କରିଛନ୍ତି ବିଶେଷକରି ଲୁଣ୍ଠନ, ପରିବେଶର ନଗ୍ନୀକରଣ ବା କ୍ଷୟ ଯାହାକି ବିଶ୍ୱ ପୁଞ୍ଜିବାଦର ସୀମାରେଖା ଭିତରେ କାର୍ଯ୍ୟରତ ଓ ଯାହା ପୁଞ୍ଜିବାଦୀ ଉତ୍ପାଦନ ଯୁଗ ପାଇଁ ଆସୁଥିବା ଏକ ଗୋଲାପୀ ସକାଳର  ସଙ୍କେତ ଦେଇଥାଏ

            ଦେଖିବାକୁ ଗଲେ ମାର୍କ୍ସ ବୁର୍ଜୁଆ ଅର୍ଥନୀତି ବ୍ୟବସ୍ଥା ବିଶେଷତଃ ପୁଞ୍ଜିବାଦୀ ରାଷ୍ଟ୍ର, ବିଦେଶ ବାଣିଜ୍ୟ, ବିଶ୍ୱ ବଜାର ବ୍ୟବସ୍ଥାକୁ ଅନାବୃତ୍ତ କରିବା କାର୍ଯ୍ୟଟିକୁ ଶେଷ କରିପାରି ନାହାନ୍ତି ତେଣୁ ପୁଞ୍ଜିବାଦ ଏକ ବିଶ୍ୱ ବ୍ୟବସ୍ଥା ବିଷୟରେ ସେ କୌଣସି ତାତ୍ତ୍ୱିକ ଢାଞ୍ଚା ଛାଡି ଯାଇ ନାହାନ୍ତି କିନ୍ତୁ ଆମେ ଯାହା ଦେଖୁଛେ କ୍ୟାପିଟାଲର ପ୍ରଥମ ଖଣ୍ଡରେ ତଥାକଥିତ ଆଦିମ ଠୁଳିକରଣ କଥାଟିରେ ସେ ଉଠିଆସୁଥିବା ପୁଞ୍ଜିବାର ପ୍ରଭାବ ବିଷୟରେ ବହୁ କଥା କହିଛନ୍ତି ଯାହାକି ବିଶ୍ୱ ପୁଞ୍ଜିବାଦୀ ବ୍ୟବସ୍ଥାର ସୀମାରେଖା ସ୍ଥିର କରିବାକୁ ଯାଉଥିଲା ସେହିପରି ଯନ୍ତ୍ରପାତି ଓ ଆଧୁନିକ ଶିଳ୍ପ ଉପରେ ଲେଖା ପରିଚ୍ଛଦରେ ସେ ଦର୍ଶାଇଥିଲେ ଯେ ଆଧୁନିକ  ଯନ୍ତ୍ରପାତି ଓ ଆଧୁନିକ ଶିଳ୍ପ ଯୋଗୁ  ତୁଳନାତ୍ମକ ଭାବରେ ଅଧିକ ସୁବିଧାଜନକ ସ୍ଥିତି ସହିତ ଔପନିବେଶିକ ଆଧିପତ୍ୟ ଯୋଗୁଁ ୟୁରୋପୀୟ ରାଷ୍ଟ୍ରସମୂହ ସେମାନଙ୍କ ଉପରେ ନିର୍ଭରଶୀଳ ସମସ୍ତ କ୍ଷେତ୍ରର ଉଦ୍ୟୋଗଗୁଡିକର ମୂଳୋତ୍ପାଟନ କରି ଦେଇଥିଲେ ଏଇଥିପାଇଁ ମାର୍କ୍ସ ପୁଞ୍ଜିବାଦଭଳି ଏକ ବିଶ୍ୱ ବ୍ୟବସ୍ଥାରେ କିପରି ଶୋଷଣକାରୀ କୈନ୍ଦ୍ରିକ-ସୀମାରେଖା ସମ୍ପର୍କ  କାର୍ଯ୍ୟକରେ  ତା ବିଷୟରେ ସଚେତନ ଥିଲେ ଜଣେ ଯଦି କ୍ୟାପିଟାଲର ଢାଞ୍ଚା ଭିତରେ ଅବିକଶିତ ମାନଙ୍କର ବିକାଶ ବ୍ୟବସ୍ଥା ବିଷୟରେ ଜାଣିବାକୁ ଚାହିଁବ ତେବେ ତାପାଇଁ ନିମ୍ନୋକ୍ତ କଥା ଗୁଡିକୁ ଜାଣିବାକୁ ପଡିବ ସର୍ବହରା ଶ୍ରେଣୀରେ ଗରିବ କୃଷକମାନଙ୍କୁ  ସାମିଲ କରିବାକୁ ହେବ ଯେଉଁମାନେ ସେମାନଙ୍କ ଉଦ୍ୟମର ଲାଭ, ସେମାନେ ଚାଷକରୁଥିବା ଜମିର ମାହାସୁଲ ବା ଭଡା, କରୁଥିବା ରୁଣର ସୁଧ କେବଳ ପୁଞ୍ଜିପତି ମାନଙ୍କୁ ଦେବାକୁ ବାଧ୍ୟ ହେଉ ନ ଥିଲେ  ବରଂ ସେମାନଙ୍କର ମଜୁରୀରୁ ମଧ୍ୟ ବହୁ ଅଂଶ ଦେବାକୁ ବାଧ୍ୟ ହେଉଥିଲେ ସର୍ବହରା ଶ୍ରେଣୀରେ ସାନ ସାନ ଉତ୍ପାଦକଙ୍କୁ ସାମିଲ କରିବାକୁ ହେବ ଯେଉଁମାନେ ଅସମାନ ବାଣିଜ୍ୟିକ ବ୍ୟବସ୍ଥା ଯୋଗୁ ସେମାନଙ୍କ ଉଦବୃତ୍ତ ଅଂଶର ଫାଇଦା ପାଉ ନ ଥିଲେ ସର୍ବ ର୍ହରାଙ୍କ ସଂଖ୍ୟାକୁ ଦେଖିଲେ ମଜୁରୀ ପାଉଥିବା  ଶ୍ରମିକଙ୍କ ତୁଳନାରେ କାମ ପାଇଁ ଅପେକ୍ଷା କରିଥିବା ଶ୍ରମିକଙ୍କ ସଂଖ୍ୟା ନିଶ୍ଚିତ ଅଧିକ ଯା ଫଳରେ ଶ୍ରମିକମାନଙ୍କର ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ କମ ହୋଇଥାଏ   କେବଳ ସେତିକି ନୁହେଁ ଛୋଟ ଉତ୍ପାଦକମାନଙ୍କର ଉତ୍ପାଦନ ମୂଲ୍ୟ ମଧ୍ୟ କମ ହୋଇଯାଏ   ଏହାର କାରଣ ହେଉଛି ତୁଳନାତ୍ମକ ଭାବରେ ଚାହିଦାଠାରୁ ଯୋଗାଣ ଅଧିକ ରହୁଛି ଏହା ଦ୍ୱାରା ବିଶ୍ୱ ପୁଞ୍ଜିବାଦୀ ବ୍ୟବସ୍ଥାରେ ପୁଞ୍ଜିବାଦୀମାନଙ୍କର ମୁନାଫା ବଢିବାର ସୁଯୋଗ ସୃଷ୍ଟି ହୁଏ କିନ୍ତୁ ଏହା ଦ୍ୱାରା ଯେଉଁ ଅବସ୍ଥା ସୃଷ୍ଟି ହୁଏ ସେଥିରେ ଜନଗଣଙ୍କର କ୍ରୟଶକ୍ତି କମ ହୋଇଯାଏ   ଯେଉଁଥିରୁ ଚାହିଦା କମିଯାଏ  ଓ ବଳକା ଅବସ୍ଥା ସୃଷ୍ଟି ହୋଇଥାଏ ନୂତନ ନିବେଶ ରେ ମୁନାଫା କମିଯାଏ ତେଣୁ ପୁଞ୍ଜି ଲଗାଣ ମଧ୍ୟ କମ ହୋଇଯାଏ

Back to Top