ISSN (Print) - 0012-9976 | ISSN (Online) - 2349-8846

ଯେତେବେଳେ ପିଲାଏ ଜୀବନ ହରାନ୍ତି

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଗୋରଖପୁରର ଏକ ଡ଼ାକ୍ତରଖାନାରେ ୭୦ଜଣ ପିଲାଙ୍କ ମୃତ୍ୟୁପାଇଁ ଏକ ରାଷ୍ଟ୍ର ହିସାବରେ ଆମେ ଦୋଷୀ ଭାରତର ୭୦ତମ ସ୍ୱାଧୀନତା ଦିବସ ପାଳନର କିଛିଦିନ ପରେ ହିଁ ଗୋରଖପୁରରେ ପ୍ରାୟ ୭୦ଜଣ ଶିଶୁ ମୃତ୍ୟୁ ମୁଖରେ ପଡ଼ିଲେ  । ଦେଶର ପ୍ରକୃତ ଅବସ୍ଥାକୁ ନେଇ ଏହାଠାରୁ ବଳି ଅଧିକ କଳଙ୍କର କଥା ଆଉ କ’ଣ ହୋଇପାରେ ? ଅଗଷ୍ଟ ମାସ ୧୦ ଓ ୧୧ ତାରିଖ ରାତିରେ ଉତ୍ତରପ୍ରଦେଶର ଗୋରଖପୁର ଠାରେ ଅବସ୍ଥିତ ବାବା ରାଘବ ଦାସ (ବି.ଆର.ଡ଼ି) ଚିକିତ୍ସା ମହାବିଦ୍ୟାଳୟ ଓ ଡ଼ାକ୍ତରଖାନାରେ ଏହି ଅଘଟଣ ଘଟିଗଲା  । ୩୦ଟି ପିଲା ଅଣନିଶ୍ୱାସୀ ହୋଇ ରାତି ୧୧ଟାରୁ ୨ଟା ଭିତରେ ପ୍ରାଣ ହରାଇଲେ  । ଏହି ଡ଼ାକ୍ତରଖାନାରେ ଜରୁରୀକାଳୀନ ସ୍ଥିତିରେ ଚିକିତ୍ସା ଯୋଗାଇବା ତଥା ଲୋକଙ୍କର ମୃତ୍ୟୁ ଘଟିବା କିଛି ନୁଆ କଥା ନୁହେଁ  । କିନ୍ତୁ ସେଦିନ ରାତି, ଡ଼ାକ୍ତରଖାନରେ ତରଳ ଅମ୍ଳଜାନ ସଂରକ୍ଷିତ ରହୁଥିବା ଟ୍ୟାଙ୍କ ସବୁ ଖାଲି ପଡ଼ିଥିଲା  । ପିଲାଙ୍କର ଅଭିଭାବକମାନେ ମାନୁଆଲ ରେସ୍କ୍ୟୁରେଟର ବ୍ୟାଗଗୁଡ଼ିକର ସାହାଯ୍ୟରେ ପିଲାଙ୍କୁ ବଞ୍ଚାଇ ରଖିବାକୁ ଆପ୍ରାଣ ଉଦ୍ୟମ କରିଥିଲେ  । ଯେତେବେଳେ ବିଷାଦରେ ଜୀର୍ଣ୍ଣ ଘର ଲୋକେ ଏହି ଟିକି ପିଲାମାନଙ୍କର ଶବ ବୋହିବାର ଦୃଶ୍ୟ ଗଣମାଧ୍ୟମ ଦ୍ୱାରା ବିଶ୍ୱବ୍ୟାପୀ ପ୍ର•ରିତ ହେଲା ଉତ୍ତର ପ୍ରଦେଶର ରାଜ୍ୟ ସରକାର ଠିକ ସେଇଆ କଲେ ଯାହା ଭାରତର ପ୍ରତ୍ୟେକ ରାଜ୍ୟର ସରକାର କରିବାକୁ ସଦା ତତ୍ପର - କାହା ଉପରେ ସହଜରେ ଦୋଷ ଲଦାଯାଇପାରେ ବି•ର କଲେ ଓ ଘଟଣାର ଜାଞ୍ଚପାଇଁ କମିଟି ଗଠନ କଲେ  । ରାଜ୍ୟ ସରକାର ବାରମ୍ବାର ବୁଝାଇ କହିଲେ ଯେ ସଙ୍କ୍ରମଣ ଯୋଗୁଁ ପିଲାଙ୍କ ମୃତ୍ୟୁ ହେଲା  । ଏଥିପାଇଁ କୌଣସି ପ୍ରକାରର ଅବହେଳା ବା ଅମ୍ଳଜାନ ଯୋଗାଉଥିବା ସଂସ୍ଥା ପାଖରେ ଦୀର୍ଘ ଦିନ ଧରି ବକେୟା ପଇଠ କରିବାରେ ସରକାରଙ୍କ ଅସାମର୍ଥ୍ୟ ଓ ସେ କାରଣରୁ ଅମ୍ଳଜାନ ଯୋଗାଣ ବନ୍ଦ ହେବା ଘଟଣା ଆଦୌ ଦାୟୀ ନୁହେଁ  । କୌଣସି ପ୍ରକାରର ଜାଞ୍ଚ ସମ୍ପୂର୍ଣ୍ଣ ହେବା ପୂର୍ବରୁ ସରକାର ନିଷ୍କର୍ଷରେ ପହଞ୍ôଚଗଲେ  । ତାହା ମଧ୍ୟ ବିନା ଶବ ବ୍ୟବଚ୍ଛେଦରେ  । ଏସବୁ ଭିତରେ ଗଣମାଧ୍ୟମରେ ପୁଣି ଖବର ଆସିଲା ଯେ ଅଗଷ୍ଟ ୧୪ ରୁ ୧୬ ତାରିଖ ଭିତରେ ଆହୁରି ୩୪ଜଣ ଶିଶୁ ନବଜାତଙ୍କ ପାଇଁ ଉଦ୍ଦିଷ୍ଟ ଆଇ.ସି.ୟୁରେ ଓ ଏନସେଫାଲାଇଟିସ୍ ବିଭାଗରେ ପ୍ରାଣ ହରାଇଛନ୍ତି  ।

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ଜାପାନିଜ୍ ଏନସେଫାଲାଇଟିସ୍ (ଜେ.ଇ) ରୋଗର ପ୍ରଭାବ ସର୍ବାଧିକ ରହିଛି  । ଭାରତର ସର୍ବମୋଟ ଜେ.ଇ କେସ୍ ଭିତରୁ ୭୫ ପ୍ରତିଶତ କେସ୍ ଏହି ରାଜ୍ୟରୁ ହିଁ ଆସିଛି  । ଏଥିରେ ସମସ୍ତ ଆକ୍ୟୁଟ ଏନସେଫାଲାଇଟିିସ୍ ସିନଡ଼୍ରୋମ୍ (ଏ.ଇ.ଏମ୍.) ପୀଡ଼ିତ ରୋଗୀ ଅନ୍ତର୍ଭୁକ୍ତ  । ଏ.ଇ.ଏସ୍ ହେଉଛି ଜେ.ଇ ତଥା ଅନ୍ୟାନ୍ୟ ସେ ପ୍ରକାରର ମସ୍ତିଷ୍କ ସମ୍ବନ୍ଧିତ ରୋଗପାଇଁ ବ୍ୟବହୃତ ନାମ  । ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍୍ରର ଅଭାବ ରହିଛି  । ଗୋରଖପୁରରେ ହିଁ, ଉଦାହରଣ ସ୍ୱରୂପ, ୧୨୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ଥିବାବେଳେ ମାତ୍ର ୯୦ଟି କାର୍ଯ୍ୟରତ  । ଏଣୁ ରୋଗୀମାନଙ୍କପାଇଁ ଦୂରରେ ଥିବା ବଡ଼ ଡ଼ାକ୍ତରଖାନାକୁ ଯିବା ବ୍ୟତୀତ ଅନ୍ୟ ଉପାୟ ନାହିଁ  । ଏଣୁ ବି.ଆର.ଡ଼ି ପରି ଡ଼ାକ୍ତରଖାନା ଯାହାକି ଏହାଠାରୁ ପ୍ରାୟ ୩୦୦ କି.ମି. ଦୂର ପର୍ଯ୍ୟନ୍ତ ଥିବା ଏକମାତ୍ର ରେଫରାଲ ଡ଼ାକ୍ତରଖାନା, ଆଖପାଖର ୧୫ଟି ଜିଲ୍ଲାର ସମସ୍ତ ଜେ.ଇ ଓ ଏ.ଇ.ଏସ୍ ରୋଗୀଙ୍କ ଚିକିତ୍ସାର ଭାର ବହନ କରିବାକୁ ବାଧ୍ୟ  । ଏଭଳି ପରିସ୍ଥିତିରେ ଏହିପରି ଏକ ସଙ୍କ୍ରାମକ ରୋଗର ପ୍ରସାର ରୋକିବାପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ କାହିଁକି ? ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ୨୦୦୬ ମସିହାରେ ଜେ.ଇ ପାଇଁ ଟୀକାଦାନ ଆରମ୍ଭ ହେଲା  । କିନ୍ତୁ ୨୦୧୫ରେ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ ଏକ ସର୍ବେକ୍ଷଣ କରି ଜଣାଇଲେ ଯେ ଗୋରଖପୁର ଡ଼ିଭିଜନର ଅଧିକାଂଶ ପିଲା ଆଦୌ ଟୀକା ପାଇନାହାନ୍ତି ବା ଦୁଇପାନରୁ କେବଳ ଗୋଟିଏ ପାନ ପାଇଛନ୍ତି  । ରୋଗର ପ୍ରସାର ରୋକିବାପାଇଁ ଯେଉଁ ସବୁ ପ୍ରତିଷେଧକ ଉପାୟ ଅବଲମ୍ବନ କରାଯିବା କଥା ଯେମିତିକି ମଶା ନିୟନ୍ତ୍ରଣ କରିବା, ରୋଗର ପ୍ରସାର ନିରୀକ୍ଷଣ କରିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା, ଆଗତୁରା ହୋଇ ରୋଗ ପ୍ରସାରରେ ହସ୍ତକ୍ଷେପ କରିବା ତଥା ରୋଗ ବ୍ୟାପିବାରେ ସହାୟକ ଅପରିଷ୍କାର ପରିବେଶରେ ସୁଧାର ଆଣିବା ଇତ୍ୟାଦି କରାଯାଇ ନାହିଁ  ।

ସ୍ୱାସ୍ଥ୍ୟ ସେବାର ଏହି ଦୁରାବସ୍ଥା ଓ ସେତିକି ମଧ୍ୟ ପାଇବାପାଇଁ ଗରିବ ଲୋକେ ଭୋଗୁଥିବା ଯନ୍ତ୍ରଣା କିଛି ନୂଆ କଥା ନୁହେଁ  । କେବଳ ଉତ୍ତର ପ୍ରଦେଶ କାହିଁକି, ଦେଶର ଅଳ୍ପ କେତୋଟି ସ୍ଥାନକୁ ବାଦ ଦେଲେ ସର୍ବତ୍ର ସ୍ଥିତି ସମାନ  । ଏଣୁ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ଖୁବ ଜରୁରୀ ହୋଇପଡ଼ିଛି  । ନଚେତ ବି.ଆର.ଡ଼ି.ପରି ବଡ଼ ଡ଼ାକ୍ତରଖାନା ଭାରାକ୍ରାନ୍ତ ହୋଇ ରହିଥିବେ  । ପରିସ୍ଥିତି ଆହୁରି ଖରାପ ହେଉଛି ଯେତେବେଳେ ବି.ଆର.ଡ଼ି ପରି ବଡ଼ ଡ଼ାକ୍ତରଖାନାରେ ମଧ୍ୟ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମ•ରୀ ନିଯୁକ୍ତି ନାହାନ୍ତି ଓ ବର୍ଷ ବର୍ଷ ଧରି ଜୀବନହାନି କରୁଥିବା ଭଳି ଏକ ରୋଗର ଚିକିତ୍ସାପାଇଁ ନିହାତି ଆବଶ୍ୟକ ସାଜ ସରଞ୍ଜାମର ଅଭାବ ରହୁଛି  । କମ୍ପଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଅଫ ଇଣ୍ଡିଆ ଦ୍ୱାରା ୨୦୧୬ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସେହି ଡ଼ାକ୍ତରଖାନାରେ ଥିବା ଚିକିତ୍ସା ଉପକରଣ ୨୭ ପ୍ରତିଶତ ହ୍ରାସ ପାଇଛି  । ଆହୁରି ମଧ୍ୟ ଉତ୍ତର ପ୍ରଦେଶରେ ୨୦୧୩ ରେ ୧୦୪ଟି ବିଶେଷ ପ୍ରକାରର ଉପ•ର କେନ୍ଦ୍ର ଖୋଲା ଯାଇଥିଲା ଯେଉଁଥିରେ ଏନସେଫାଲାଇଟିସ ରୋଗୀମାନେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପୂର୍ବରୁ ମଧ୍ୟ କିଛି ଚିକିତ୍ସା ପାଇପାରିବେ  । ବି.ଆର.ଡ଼ି.ର ଡ଼ାକ୍ତରମାନଙ୍କର କହିବା ଅନୁସାରେ, ସେସବୁ ଏବେ ଆଉ କାମ କରୁନାହିଁ  । ସେ ଯାହା ହେଉ ନା କାହିଁକି, ଯେହେତୁ ଅଧିକାଂଶ ଲୋକେ ଏସବୁ ଉପ•ର କେନ୍ଦ୍ରର ଚିକିତ୍ସାରେ ଭରସା ରଖନ୍ତି ନାହିଁ, ବି.ଆର.ଡ଼ି ଡ଼ାକ୍ତରଖାନା ଉପରେ ଚାପ କେବେ କମି ନାହିଁ  । ତା’ଉପରକୁ ରହିଛି ନିଯୁକ୍ତି ଓ ସାମଗ୍ରୀ କିଣାକିଣି ଇତ୍ୟାଦିରେ ପ୍ରଶାସନିକ ହସ୍ତକ୍ଷେପ  । ବି.ଆର.ଡ଼ି. ମାମଲାରେ ସବୁକିଛି ନଜରକୁ ଆଣିଲେ ଏକ ଭାରାକ୍ରାନ୍ତ ଓ ଅସମର୍ଥ ସରକାରୀ ଡ଼ାକ୍ତରଖାନାର ଏକ ଉପଯୁକ୍ତ ନମୁନା ମିଳିଯିବ  ।

ଆଶ୍ଚର୍ଯ୍ୟର କଥା ବୋଲି ମନେ ହୋଇପାରେ ଯେ ୩୦ଜଣଙ୍କ ମୃତ୍ୟୁର ଖବର ଆସିବାର ଦିନକ ଭିତରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ତାଙ୍କ ସରକାରର ଚିରାଚରିତ ନୀତି ଘୋଷଣା କଲେ - ବେସରକାରୀ ଅନୁଷ୍ଠାନଗୁଡ଼ିକୁ କିପରି ଜମି ଇତ୍ୟାଦି ଯୋଗେି ଦେଇ ସ୍ୱାସ୍ଥ୍ୟସେବାରେ ଯୋଗଦାନପାଇଁ ପ୍ରୋତ୍ସାହିତ କରାଯିବ  । ତାଙ୍କ ମତରେ ସରକାରୀ ଡ଼ାକ୍ତରଖାନା ଗୁଡ଼ିକରେ ଯାହା ବି ଅଭାବ ରହିଯାଉଛି ବେସରକାରୀ ଅନୁଷ୍ଠାନମାନେ ସେସବୁ ପୂରଣ କରିଦେବେ  । ନୀତି ଆୟୋଗ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ ରାଜ୍ୟ ସରକାରମାନେ ଝିଅର ୨ ଓ ୩ ସହରରେ ଥିବା ଜିଲ୍ଲା ଡ଼ାକ୍ତରଖାନାଗୁଡ଼ିକରେ କେତେକ ନିର୍ଦ୍ଧିଷ୍ଟ ରୋଗର ଚିକିତ୍ସା ବେସରକାରୀ ସଂସ୍ଥା ହାତରେ ଦେବା କଥା ବି•ର କରନ୍ତୁ  । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରୀ ଓ ବେସରକାରୀ ସହଭାଗୀତା କେମିତି କାମ କରୁଛି ସେ ବିଷୟରେ ବିଶେଷ ଗବେଷଣାଲବ୍ଧ ତଥ୍ୟ ଏ ଯାଏଁ ବାହାରି ନାହିଁ  । କିନ୍ତୁ ଗଣମାଧ୍ୟମରେ ଆସୁଥିବା ରିପୋର୍ଟଗୁଡ଼ିକ ହିସାବରେ ଗରିବ ରୋଗୀ ସୁବିଧା ପାଇପାରୁ ନାହାନ୍ତି  ।

ବି.ଆର.ଡ଼ି ଡ଼ାକ୍ତରଖାନାର କାହାଣୀ ଅବହେଳାର କାହାଣୀ  । ପଇସାର ଅଭାବ ଯୋଗୁଁ ଅଘଟଣ ଘଟିଲା ବୋଲି କହିବା ଏଠି ଠିକ ହେବ ନାହିଁ  । ଏଇଟା ମଧ୍ୟ ଗରିବଙ୍କ ପ୍ରତି, ତାଙ୍କର ଆବଶ୍ୟକତା ପ୍ରତି ସରକାରଙ୍କର ଉଦାସୀନତାର କଥା  । ସ୍ୱାସ୍ଥ୍ୟସେବାରେ ବେରସକାରୀ ପୁଞ୍ଜି ଲଗାଇ ଏଭଳି ଦୁଃଖଦ ପରିସ୍ଥିତିରେ ସୁଧାର ଅଣାଯାଇପାରିବ ନାହିଁ  ।

ସରକାରୀ ବ୍ୟୟବରାଦ ବଢ଼େଇବାକୁ ହେବ  । ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ଓ ମାନବ ସମ୍ବଳକୁ ଏକ ଉନ୍ନତ ପର୍ଯ୍ୟାୟକୁ ନେବାକୁ ପଡ଼ିବ  । ଗରିବ ଲୋକଙ୍କ ପାଇଁ ଚିକିତ୍ସା ଓ ରୋଗ ନିରୂପଣ ମାଗଣା ହେବା ସହ ସୁଲଭ ଔଷଧର ବ୍ୟବସ୍ଥା କରିବାକୁ ହେବ  । ବର୍ଷ ବର୍ଷ ଧରି ପ୍ରତି ସରକାର ପାଖରେ ଏଇ କଥା ସବୁ ଦାବି କରାଯାଇଛି  । ତଥାପି ମଧ୍ୟ, ଯେତେବେଳେ ଗୋରଖପୁରରେ ଘଟିଥିବା ଅଘଟଣ ପରି କିଛି ସାମ୍ନାକୁ ଆସୁଛି ସମସ୍ତେ ଦୁଃଖରେ ଜର୍ଜରିତ ହୋଇ କେବଳ ପ୍ରଳାପ ହିଁ କରୁଛନ୍ତି  । ଅବହେଳିତ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ନାମକ ପ୍ରକୃତ ରୋଗଟିର ନିରାକରଣ ପାଇଁ କୌଣସି ପ୍ରକୃତ ପଦକ୍ଷେପ ନିଆଯାଉ ନାହିଁ  ।

Back to Top