ISSN (Print) - 0012-9976 | ISSN (Online) - 2349-8846

ତିନି କୋଡ଼ି ଏବଂ ଦଶ

ଆମେ ଆଜି ସ୍ୱାଧୀନତା ଦିବସ ପାଳନ କରୁଛୁ ନା ହଜିଯାଇଥିବା ସୁଯୋଗ ପାଇଁ ବିଳାପ କରୁଛୁ?

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଆଶାର ଆଲୋକ ଉଜ୍ଜ୍ୱଳ ହୋଇଥିଲା ଅଗଷ୍ଟ ୧୫ ତାରିଖ ୧୯୪୭ ମସିହାରେ, ଯାହା ଆଜି ନିଷ୍ପ୍ରଭ ହୋଇଯାଇଛି ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଆମ ସ୍ୱାଧୀନତାକୁ ଆମର ସମସ୍ତଙ୍କ ପୂର୍ବ ନିରୂପିତ ଭାଗ୍ୟ ସହ ମିଳନ ବୋଲି କହିଥିଲେ ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ବି.ଆର୍. ଆମ୍ବେଦକର ନବଗଠିତ ସାଧାରଣତନ୍ତ୍ରକୁ ସତର୍କ କରିଦେଇଥିଲେ, ଏହାବିରୋଧାଭାବର ଜୀବନଯେଉଁଠି ସର୍ବନିମ୍ନ ସାମାଜିକ ଏବଂ ଆର୍ଥିକ ଅଧିକାରରୁ ନାଗରିକମାନେ ବଞ୍ôଚତ ମହାତ୍ମା ଗାନ୍ଧୀ ନୂଆଖାଲି ପଦଯାତ୍ରାରେ ସ୍ୱଭାବ ସୁଲଭ ପୁରୋଦୃଷ୍ଟିରେ କମ୍ୟୁନିଷ୍ଟ ଭାଷା ବ୍ୟବହାର କଲେ – ‘ଏହା ଏକ ମିଛ ସ୍ୱାଧୀନତା

ଏହି ମତଭେଦର ଭିନ୍ନତା ବିଷୟରେ ରହିଛି ଏକ ବାଦାନୁବାଦ ଯେ, ଆମେ ପାଇଥିବା ସ୍ୱାଧୀନତା ଏକ ବାସ୍ତବତା ନା ଏକ ପ୍ରହେଳିକା; ଯାହା ବିଗତ ୭୦ବର୍ଷ ଧରି ଆମ ସହିତ ଏକାଙ୍ଗୀ ଭାବେ ରହିଅଛି

ଉତ୍ସବ ପାଳନ କରିବା ପାଇଁ ଆମର ବହୁତ କିଛି ରହିଛି ଆମେ ଗଣତନ୍ତ୍ରରେ ରହିଆସିଛୁ ଏବଂ ଏହା ଯୁକ୍ତି କରାଯାଇ ପାରେ ଯେ, ନିୟୁତ ସଂଖ୍ୟାର ଲୋକ ଆଜି ତାଙ୍କର ଜୀବନ ଏବଂ ଜୀବିକା ବିଷୟରେ ନିଷ୍ପତ୍ତି ନେବାରେ ସକ୍ଷମ ହେଉଛନ୍ତି ଯାହା ୭୦ବର୍ଷ ପୂର୍ବରୁ ସେମାନେ ସକ୍ଷମ ହୋଇପାରୁନଥିଲେ କିନ୍ତୁ ଦୈନନ୍ଦିନ ଜୀବନରେ ଏହା ସାଧାରଣ ଭାବରେ ଗ୍ରହଣୀୟ ହେଉଛି ଯେ, ଦଳିତମାନେ ନର୍ଦ୍ଦମା ସଫା କରିବେ, ମହିଳାମାନଙ୍କୁ ଆକ୍ରମଣ ହେବ ଏବଂ ମୁସଲମାନମାନଙ୍କୁ ରାସ୍ତାରେ ବେଆଇନ ଭାବେ ଦଣ୍ଡ ଭୋଗ କରିବାକୁ ପଡ଼ିବ

ଆମେ ଅନୁଷ୍ଠାନ ସବୁ ନିର୍ମାଣ କରୁଛୁ ଏବଂ ସେ ସବୁକୁ ପରିଚାଳନା କରୁଛୁ, ଯାହାର ପଟ୍ଟାନ୍ତର ନାହିଁ ହୋଇପାରେ ଏହା ନିର୍ବାଚନ କମିଶନ କିମ୍ବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଯଦିଓ ଆମେ ଅନେକ ଏଭଳି ସଂସ୍ଥାନଗୁଡ଼ିକ ଦୁର୍ବଳ କରିଦେଇଛୁ, ଯାହା ସାଧାରଣତନ୍ତ୍ରର ମୂଳଭିତ୍ତିକୁ ସୁରକ୍ଷା ଯୋଗାଇ ଥାଆନ୍ତା

ଆମେ କେବଳ ଧର୍ମସମ୍ବନ୍ଧୀୟ ହିଂସା ଏବଂ ବିଭେଦତା ଯାହା ଔପନିବେଶିକ ଶାସନକାଳ ପରେ ଦେଶମାନେ ସମ୍ମୁଖୀନ ହୋଇଥାନ୍ତି, ସେ ସବୁକୁ ପରିତ୍ୟାଗ କରିବାରେ ସଫଳ ହୋଇଅଛୁ ତାନୁହେଁ ବରଂ ସଂଖ୍ୟାଲଘୁମାନଙ୍କର ସ୍ୱାଧୀନ ମର୍ଯ୍ୟାଦା ଓ ପରମ୍ପରା ଏବଂ ସହନଶୀଳତାକୁ ସୁରକ୍ଷିତ ରଖି ମତଦାନ ଦେଇ ସରକାରଗୁଡ଼ିକୁ ଗଠନ କରିଛୁ ଏବଂ ଯେଉଁମାନେ ଧର୍ମନିରପେକ୍ଷତାକୁ ଧ୍ୱଂସ କରିବା ପାଇଁ ସକ୍ରିୟ ଅଛନ୍ତି ଏବଂ ସଂଖ୍ୟାଗରିଷ୍ଠଙ୍କ ହିଂସାକୁ ପ୍ରଶ୍ରୟ ଦେଉଛନ୍ତି ତାଙ୍କ ବିରୁଦ୍ଧରେ ସଂଗ୍ରାମ କରୁଛୁ

ଆମେ ଆଜି ସ୍ୱାଧୀନତା ଉତ୍ସବ ପାଳନ କରୁଛୁ ନା ସମସ୍ତ ସୁଯୋଗ ହରାଇ ଦେଇ ବର୍ତ୍ତମାନର ଆହ୍ୱାନରେ ବିଷଣ୍ଣ ହୋଇଯାଇଛୁ? ଏହି ଦ୍ୱିମତଭାବ କିମ୍ବା ଯାହାକୁ କେତେକ ଲୋକ ଅନ୍ତନ୍ଦ୍ୱର୍ନ୍ଦ୍ୱ କୁହନ୍ତିଏକ ବିତର୍କକୁ ଜନ୍ମଦେଇଛି ଆମେ ଉପନିବେଶବାଦରୁ ସ୍ୱାଧୀନତା ପ୍ରାପ୍ତିକୁ କିପରି ମୂଲ୍ୟାୟନ କରୁଛେ ଏହାର ଏକ ଅନୁକୂଳ ପ୍ରଭାବ ଅଛି ଏହା ଫଳପ୍ରଦ ରାଜନୈତିକ ପ୍ରତିଯୋଗିତା ଏବଂ ଶିକ୍ଷା ସମ୍ବନ୍ଧୀୟ ତାତ୍ତ୍ୱିକ ଆଲୋଚନା ଦିଗରେ ଅଗ୍ରସର ହୋଇଛି ଯାହା ଆମକୁ ସମୃଦ୍ଧ କରିଛି ଏହି ପତ୍ରିକା ଉଭୟଙ୍କର ନିରବଚ୍ଛିନ୍ନ ସହଯୋଗୀ ଏବଂ ନିଯୁକ୍ତିର ମୁକ୍ତମଂଚ ଏବଂ ବର୍ଣ୍ଣାଳୀ ହୋଇ ରହିଆସିଛି ଆଜି ଅନେକସଂଖ୍ୟାରେ ଲୋକମାନେ ଏହି ପତ୍ରିକାର ପୃଷ୍ଠାଗୁଡ଼ିକ ପାଇଁ ସେମାନଙ୍କ ଲେଖା ପ୍ରଦାନ କରୁଛନ୍ତି ଯାହା ଦ୍ରୁତରୁ ଦ୍ରୁତତର ଗତିରେ ବଢ଼ିଚାଲିଛି ଆମ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ସମୂହ ଏବଂ ସମାଜର ଏହି ଲେଖକମାନେ ସେମାନଙ୍କ ଲେଖା ପଠାଉଛନ୍ତି ବିଭିନ୍ନ ଉପାୟରେ ସାମାଜିକ ବିଜ୍ଞାନ, ଗବେଷଣା ଏବଂ ଜନସାଧାରଣ ନିୟମାବଳୀର ତାର୍କିକ ଆଲୋଚନା ସବୁ ବଢ଼ିଚାଲିଛି ତଥାପି ବିଦ୍ୟାଜଗତ / ଅଧ୍ୟୟନରତ ଜୀବନ ଏବଂ କର୍ମପଦ୍ଧତି ବାଦାନୁବାଦ ଏବଂ ରାଜନୀତି ଭିତରେ ଦୂରତ୍ୱ ସମ୍ଭବତଃ ପୂର୍ବାପେକ୍ଷା ବଢ଼ିଚାଲିଛି ସରକାରୀ ନୀତିସବୁକୁ ଉଚିତ ମାର୍ଗଦର୍ଶନ ଦେବାରେ ଏବଂ ଜନସାଧାରଣଙ୍କ ମତକୁ କାଟଛାଣ୍ଟ କରାଯାଉଛି, ଯାହା ଫଳରେ ସରକାର ଏବଂ ଜନସାଧାରଣଙ୍କ ଜୀବନ ସହ ଶିକ୍ଷା ଜଗତର କୌଣସି ସମ୍ପର୍କ ରହୁନାହିଁ

ସ୍ୱାଧୀନତା ପାଇବାର ଅନେକ ଦଶନ୍ଧି ପରେ ବଡ଼ ପ୍ରଶ୍ନ ଯାହା, ସମାଜବିଜ୍ଞାନୀମାନେ ଦୃଢ଼ ଭାବରେ ସମାଧାନ ନିମନ୍ତେ ଚେଷ୍ଟା କରୁଛନ୍ତି, ତାହା ହେଉଛି ଦେଶର ଗଠନ କେମିତି ହେବା ଦରକାର ଏଣୁ ସଂଯୋଗର କଥା ନୁହଁ ଯେ ଭାରତରେ ସମାଜବିଜ୍ଞାନ ବସ୍ତୁଗତ ଦାରିଦ୍ର୍ୟତାକୁ ଭ୍ରୂକ୍ଷେପ ନକରି ଆଗକୁ ଚାଲିଥିଲା ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ନିୟମିତ ଭାବରେ ବିଶ୍ୱସ୍ତରୀୟ ଶିକ୍ଷାବିତ୍ ଏବଂ ଚିନ୍ତା-ପ୍ରସୂତ ଯୋଜନା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି ଏହା ପୁଣି ସଂଯୋଗବଶତଃ ନୁହେଁ ଯେ, ଭାରତର ପ୍ରଗତି ଢାଞ୍ଚା ସମସ୍ତ ଦୁର୍ବଳତା ସତ୍ତେ୍ୱ ଏହାର ଅର୍ଥନୀତି, ଗଣତନ୍ତ୍ର କିମ୍ବା ଧର୍ମନିରପେକ୍ଷତା ବିଶ୍ୱସ୍ତରରେ ଶିକ୍ଷଣୀୟ ହୋଇପାରିଛି

ଭାରତ ସଫଳ ହେବାର ଏକ ବିସ୍ତୃତ ବିବରଣୀ କେବେ ବିସ୍ତୃତ ହୋଇପାରିବ ନାହିଁ ଯଦି ଏହାର ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ, ଇତିହାସ, ସାହିତ୍ୟ ତଥା ଅର୍ଥନୀତି କ୍ଷେତ୍ରକୁ ବିଚାରକୁ ନିଆନଯାଏ ଅନ୍ୟାନ୍ୟ ପୂର୍ବତନ ଉପନିବେଶିକ ଶାସନାଧିନ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଆଲୋଚନାରେ ଭାରତର ଅର୍ଥନୀତିକ ସ୍ୱରକୁ କେବେ ଅମାନ୍ୟ କରାଯାଇପାରିବ ନାହିଁ ସଂକ୍ଷେପରେ କହିଲେ, ସବୁ ଅପୂର୍ଣ୍ଣତା ସତ୍ତେ୍ୱ ସାମାଜିକ ବିଜ୍ଞାନ କ୍ଷେତ୍ରରେ ଆମେ ମାଟି ସହ ସମ୍ପର୍କିତ ବିଦ୍ୱାନ ସୃଷ୍ଟି କରିପାରିଲେ ଯାହା କେବଳ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ନୁହଁ, ତାର ରାଜନୈତିକ ପ୍ରତିରୋଧକୁ ମଧ୍ୟସ୍ଥି କରିପାରିଛି

କେତେବର୍ଷ ଭିତରେ ବିଶେଷ କରି ଅଶୀ ଦଶକରୁ ଭାରତରେ ଉଚ୍ଚଶିକ୍ଷାର ଅଦ୍ଭୁତପୂର୍ବ ପ୍ରସାର ହୋଇଛି ସାକ୍ଷରତା ବଢ଼ିଚାଲିବା ଏବଂ ସାମାଜିକ ପରିବର୍ତ୍ତନ ସତ୍ତେ୍ୱ (ଯାହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବୋଧଗମ୍ୟ ହୋଇପାରି ନାହିଁ କିମ୍ବା ତାଉପରେ ଗବେଷଣା ହୋଇନାହିଁ) ଆମର ହଜାର ହଜାର ସଂଖ୍ୟାରେ ନୂତନ ଶିକ୍ଷାର୍ଥୀ ଆମ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟମାନଙ୍କୁ ଆସୁଛନ୍ତି ତେଣୁ କେବଳ ଯାନ୍ତ୍ରିକ ପ୍ରଯୁକ୍ତି, ଯନ୍ତ୍ରବିଦ୍ୟା, ପରିଚାଳନା ଇତ୍ୟାଦି ବିଭିନ୍ନ କ୍ଷେତ୍ର ନୁହେଁ, ବରଂ ସାମାଜିକ ବିଜ୍ଞାନ, ସାହିତ୍ୟ ଏବଂ ସାଂସ୍କୃତିକ ପାଠ୍ୟକ୍ରମରେ ପ୍ରବେଶ କରୁଛନ୍ତି ସରକାରୀ ଆର୍ଥିକ ସହାୟତା ଯଦିଓ ବୃଦ୍ଧି କରାଯାଇଛି, ତାହା ବଢ଼ି ଚାଲିଥିବା ଆବଶ୍ୟକତା ତୁଳନାରେ ଯଥେଷ୍ଟ ନୁହେଁ ବେସରକାରୀ ବାଣିଜ୍ୟଭିତ୍ତିକ ଶିକ୍ଷା ସଂସ୍ଥାନ ସବୁ ସାମାଜିକ ବିଜ୍ଞାନ ବିଷୟରେ କୌଣସି ଗୁରୁତ୍ୱ ଦେଉନାହାନ୍ତି ଅତିକମ୍ରେ ଦୁଇଟି ପିଢ଼ିର ନାଗରିକମାନେ ଏବଂ ସେମାନଙ୍କର ରାଜନୈତିକ ସ୍ୱର ସମାଜବିଜ୍ଞାନ, ସାହିତ୍ୟ ଏବଂ ସାଂସ୍କୃତିକ ପାଠ୍ୟକ୍ରମରେ ପ୍ରବେଶ ବ୍ୟତିରେକ ଚାଲିଅଛି ଏହି ଶୂନ୍ୟତା ଟେଲିଭିଜନ ଏବଂ ବର୍ତ୍ତମାନ ହ୍ୱାଟସ୍୍ ଆପ୍ ଦ୍ୱାରା ପୂରଣ ହେଉଛି ଏବଂ ଏକ ଚାବିକାଠି ଯାହା ବୋଧହୁଏ ଏହିଭଳି ଶିକ୍ଷା ପାଇଁ ରାଜନୀତି ନିମନ୍ତେ ରହସ୍ୟ ସୂତ୍ର ହୋଇ ରହିଛି

ହଜାର ହଜାର ସଂଖ୍ୟାରେ ଯୁବ ସମାଜ, ସାମାଜିକ ବିଜ୍ଞାନ ଏବଂ କଳା, ସାହିତ୍ୟ, ସଂସ୍କୃତି ଶିକ୍ଷା ଅଧିକାରରୁ ବଞ୍ôଚତ ହେବା ଫଳରେ ଏହା ଶିକ୍ଷାଗତ ଦାରିଦ୍ର୍ୟ ଏବଂ ଅବାସ୍ତବତା ସୃଷ୍ଟି କରୁଛି ଏହାର ବିଭିନ୍ନ ପରିଣାମ ଯାହା ଅତି କମ୍ରେ କେତେକ ଗୋଷ୍ଠୀମାନଙ୍କ ଦ୍ୱାରା ବ୍ୟବହୃତ ଭାଷା ଯାହା ସାହିତ୍ୟିକ ଭାଷାଠାରୁ ଭିନ୍ନ ଏବଂ ତାହା ସମାଜବିଜ୍ଞାନରେ ଏବଂ କଳା, ସଂସ୍କୃତି ବିଭାଗରେ ସୁନ୍ଦର ଭାବେ ବଢ଼ିଚାଲିଛି ଯାହା ସରଳ ବକ୍ତବ୍ୟ ଏବଂ ଶିକ୍ଷିତ ଲୋକମାନଙ୍କ ପାଇଁ ଅବୋଧ୍ୟ ହୋଇଯାଇଛି ଏହାର କ୍ଲିଷ୍ଟ ଗବେଷଣାତ୍ମକ ପ୍ରଶ୍ନଗୁଡ଼ିକ ଦୈନନ୍ଦିନ ଜୀବନର ଆଙ୍ଗିକ ସମ୍ପର୍କଠାରୁ ଦୂରେଇ ରହି ବେଳେବେଳେ ସ୍ୱଳ୍ପ ଲୋକମାନଙ୍କ ପାଇଁ ବୋଧଗମ୍ୟ ହୋଇ ଲୋମହର୍ଷଣକାରୀ ଅର୍ଥ ବହୁଳତା ଦ୍ୱାରା ଦୁର୍ବୋଧ୍ୟ ହୋଇଯାଉଛି ଏହା ସମାଜବିଜ୍ଞାନୀମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହେଉଛି ଏବଂ ବିଦ୍ରୁପାତ୍ମକ ଭାବରେ ଜୀବନ ଧାରଣ ପାଇଁ ସରକାରଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବାରେ ସାହାଯ୍ୟ କରୁଛି

ଭାରତର ସାମାଜିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଦୁଇଦଶକ ପୂର୍ବରୁ ଯାହା ଥିଲା ତାହା ଏବେ ନାହିଁ ଯେତେସଂଖ୍ୟକ ଲୋକ ବର୍ତ୍ତମାନ ପଢ଼ିବା ଏବଂ ଲେଖିବା ପାଇଁ ସକ୍ଷମ ଏବଂ ଯେତେକ ବର୍ତ୍ତମାନ କାର୍ଯ୍ୟ କରିବା ଏବଂ ଅବସର ବିନୋଦନ ନିମନ୍ତେ ଭ୍ରମଣ କରୁଛନ୍ତି, ଯେତେ ଧନସମ୍ପତ୍ତିର ମାଲିକ ହେଉଛନ୍ତି (ଏବଂ ଗୋଷ୍ଠୀ/ସମାଜ ଯାହା କରୁଛନ୍ତି) ଏବଂ ଜୀବିକା ଏବଂ ଉପାର୍ଜନ ଭିତରେ, ପରିବାରର ପରିବର୍ତ୍ତନ, ଲିଙ୍ଗଗତ ଭୂମିକା, ରାଜନୀତିରେ ସକ୍ରିୟ ଯୋଗଦାନ-ଏସବୁ ମୌଳିକ ଭାବରେ ଆଜି ଭିନ୍ନ ପ୍ରକାରର-ସ୍ୱାଧୀନତା ପୂର୍ବ ସମୟ ଠାରୁ, ଏପରିକି ଇନ୍ଦିରାଗାନ୍ଧୀ ଛାଡ଼ିଯାଇଥିବା ଭାରତବର୍ଷ ଠାରୁ ମଧ୍ୟ

ନୂତନ ଧାରଣା, ବିଶ୍ଳେଷଣର ଭାବ/ମତବାଦ, ନୂତନ କାର୍ଯ୍ୟପଦ୍ଧତି କେଉଁଠି ଅଛି ଯାହା ଆଧୁନିକ ଭାରତକୁ ଧରି ରଖିବାରେ ସମର୍ଥ ହୋଇପାରିବ? ଜାତି, ବର୍ଗ, ଶ୍ରେଣୀ, ବିଭାଗ, ଆଦର୍ଶ ଗଠନଶୈଳୀ ଏବଂ ଦୂରଦୃଷ୍ଟି ଯାହା ଆଜିର ଭାରତକୁ ବୋଧଗମ୍ୟ ଏବଂ ବ୍ୟାଖ୍ୟାନ କରିପାରିବ? ରାଜନୈତିକ ଏବଂ ସାମାଜିକ ଜଗତକୁ ବର୍ଣ୍ଣନା କରିବା ଆମ ପାଇଁ ଅସାଧ୍ୟ ହତଚକିତ ନିର୍ବାଚନ ଫଳାଫଳ କିମ୍ବା ଅପ୍ରତ୍ୟାଶିତ ବିମୁଦ୍ରୀକରଣର ପରିଣତିଏହି ଦୁଇଟିର ନିକଟତମ ଉଦାହରଣ ହେଉଛି ନୂତନ ଭାରତ ଏବଂ ବିଦ୍ୟାଜଗତ ଭିତରେ ଉତ୍ତମ ସମ୍ପର୍କର ବ୍ୟାଘାତ

ସ୍ୱାଧୀନତାର ସତୁରୀ ବର୍ଷ ପରେ ଆମେ ଏକ ଦେଶରେ ବାସ କରୁଛୁ ଯାହା ସେମାନଙ୍କୁ କେବଳ ଅଚିହ୍ନା ଲାଗୁନାହିଁ, ଯେଉଁମାନେ ଏହାର ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ, ମାତ୍ର ବହୁସଂଖ୍ୟାରେ ଆମ୍ଭମାନଙ୍କ ପାଇଁ ମଧ୍ୟ, ଯେଉଁ ଲୋକମାନେ ପଢ଼ୁଛନ୍ତି ଏବଂ ଏହି ପୃଷ୍ଠା ସବୁ ପାଇଁ ଲେଖା ପ୍ରଦାନ କରୁଛନ୍ତି ଏକ ମଧ୍ୟଯୁଗୀୟ ଗାୟକଙ୍କ ଗୀତ ମନେପଡ଼େ

ତିନିକୋଡ଼ି ଦଶଟିବର୍ଷ, ଠିକ୍ ମୋର ମନେ ଅଛି ଯେଉଁ କାଳ ଭିତରେ ମୁଁ ନିଜେ ଦେଖିଛି, ଭୟଙ୍କର ସମୟ ଆଉ ବିଚିତ୍ର ଘଟଣା କିଛି ଆଜି ଏ ଦରଦୀ ରାତି ଜାଣିଥିବା ସବୁକଥା ଯେମିତି ତୁଚ୍ଛ କରିଦେଇଛି

ସ୍ୱାଧୀନତା ଦିବସ ମଧ୍ୟ ଏପରି ଏକ ସମୟ, ଆଗକୁ ଅସମାହିତ କର୍ତ୍ତବ୍ୟକୁ ସମାପନ କରିବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପଡ଼ିବ ଅର୍ଥନୀତିକ ଏବଂ ରାଜନୀତିକ ସାପ୍ତାହିକଏବଂ ଏହାର ପୂର୍ବ ସଂସ୍କରଣଅର୍ଥନୀତିକ ସାପ୍ତାହିକଭାରତର ସ୍ୱତଃ ଜାଗରଣରେ ନିଜକୁ ନିରବଚ୍ଛିନ୍ନ ସାଥୀ ବୋଲି ଗର୍ବ କରେ ଏହିଭଳି ସମୟ ଭିତରେ ଯେତେବେଳେ ଅନ୍ୱେଷଣକୁ ପୁନଶ୍ଚ ନୂତନ କରିବାକୁ ପଡ଼ିବ, ପୁନର୍ବାର ଆମର ଅଙ୍ଗୀକାର ପାଇଁ ଶପଥ ନେବାକୁ ପଡ଼ିବ, ସଂଳାପ, ଆଲୋଚନା, ନୀରବି ଯାଇଥିବା କ୍ଷୀଣସ୍ୱରରେ ନିଜର ସ୍ୱରକୁ ସାମିଲ କରିବାକୁ ହେବ ନୂତନ ସ୍ୱରର ଅଭ୍ୟୁଦୟ ହେବା ଉଚିତ ଯାହା ଜନତାଙ୍କ ଦାବୀ ଏବଂ ଆଶା ସବୁକୁ ଧରିରଖି ପାରିବ, ଯେଉଁମାନଙ୍କର ଉପନିବେଶବାଦର କୌଣସି ଅଭିଜ୍ଞତା ନାହିଁ

Back to Top