ISSN (Print) - 0012-9976 | ISSN (Online) - 2349-8846

ଟ୍ୟାଙ୍କ ରାଷ୍ଟ୍ରବାଦ

ଭାରତୀୟ କାଳ୍ପନିକ ରାଷ୍ଟ୍ରବାଦୀ ଏବଂ ସେନାବାହିନୀ ଭିତରେ ସମ୍ପର୍କର ଏକ ନିର୍ଦ୍ଦିଷ୍ଟ ପଟ୍ଟ ପରିବର୍ତ୍ତନ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଗୋରା ଲୋକମାନେ ଏକଦା ଭାରତୀୟମାନଙ୍କୁ ଯେତେବେଳେ ସଭ୍ୟ କରିବାର ଦାୟିତ୍ୱ ବହନ ପାଇଁ ଚେଷ୍ଟିତ ଥିଲେ, ସେହିପରି ଭାବରେ ବର୍ତ୍ତମାନର ଶାସକମାନେ ଭାରତୀୟମାନଙ୍କୁ ରାଷ୍ଟ୍ରବାଦୀ କରିବା ଦାୟିତ୍ୱ ବହନ ନିମନ୍ତେ ବଦ୍ଧ ପରିକର ହୋଇଛନ୍ତି । ସେମାନଙ୍କର ଏହି ଧାରଣା ଯେ, ଭାରତୀୟମାନେ ଅଦ୍ୟାବଧି ପୂର୍ଣ୍ଣରାଷ୍ଟ୍ରବାଦୀ ନୁହନ୍ତି ।

ଏହି ଦାୟିତ୍ୱବୋଧକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ କାର୍ଯ୍ୟପ୍ରଣାଳୀ ହେବ, ସେନାବାହିନୀଙ୍କ ପ୍ରତି ସମ୍ମାନ ଏବଂ ଭୟ ଉଦ୍ରେକ କରିବା ଯେପରି ବର୍ତ୍ତମାନର ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ୍ ରାୱତ ଘୋଷଣା କରିଛନ୍ତି, ‘ଆମ ପ୍ରତି ଲୋକମାନଙ୍କର ଭୟ ଜାଗ୍ରତ କରାଇବାକୁ ହେବ ।’ ଏହା ହେଉଛି ଭାରତୀୟ କାଳ୍ପନିକ ରାଷ୍ଟ୍ରବାଦୀ ଏବଂ ସେନାବାହିନୀଙ୍କ ଭିତରେ ସମ୍ପର୍କର ଏକ ନିର୍ଦ୍ଦିଷ୍ଟ ପଟ୍ଟ ପରିବର୍ତ୍ତନ ।

ସୈନିକମାନଙ୍କର ବାହ୍ୟରୂପ ଜନସାଧାରଣଙ୍କ ଅର୍ଥରେ ପ୍ରତିପାଳିତ ହେଉଥିବା ଏବଂ ଦେଶକୁ ରକ୍ଷା କରୁଥିବା ଜନତାଙ୍କ ସେବକ ପରିବର୍ତ୍ତେ ରାଷ୍ଟ୍ରବାଦ ବିଷୟରେ ଶିକ୍ଷାଦାନ କରୁଥିବା, ଶିକ୍ଷକ ଭାବରେ ପରିବର୍ତ୍ତିତ ହୋଇଯାଇଛି ।

ନିକଟ ଅତୀତରେ ସାମରିକ ଭକ୍ତି ଉପାସନାର ଉଦାହରଣ ହେଉଛି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର କୁଳପତି ଏମ୍. ଜଗଦୀଶ କୁମାର ଭାରତୀୟ ସେନାବାହିନୀର ଟ୍ୟାଙ୍କକୁ ଆଣି ବିଶ୍ୱବିଦ୍ୟାଳୟ ପରିସରରେ ତାକୁ ପ୍ରଦର୍ଶନ କରିବା ପାଇଁ ଅନୁରୋଧ କରିବା । ତାଙ୍କର ଯୋଜନା ହେଉଛି ଯେ ସେ ଏହାକୁ ଏକ ମୁଖ୍ୟ ସ୍ଥାନରେ ଅବସ୍ଥାପିତ କରି ରାଷ୍ଟ୍ରବାଦର ଅନୁଭବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସର୍ବଦା ଜାଗରୁକ କରିପାରିବେ । ଏହା ଭାରତୀୟ ସେନାବାହିନୀ ପ୍ରତି ଉଦ୍ଦିଷ୍ଟ ହେବ, ଯେଉଁମାନେ ଆତ୍ମବଳି ଏବଂ ସାମର୍ଥ୍ୟର ପରାକାଷ୍ଠା ଦେଖାଇ ପାରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଭି.କେ.ସିଂହ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଜେଏନ୍ୟୁରେ ପ୍ରଥମ ଥର ପାଇଁ କାରଗିଲ ବିଜୟ ଦିବସର ମହୋତ୍ସବ ପାଳନ ଅବସରରେ ଏହି ଅନୁରୋଧ ନିର୍ଦ୍ଦେଶିତ ଥିଲା । ଏହି ପ୍ରସ୍ତାବ ପରେ ପରେ ଚତୁରତା ସହ ପ୍ରସ୍ତୁତ ହୋଇଥିବା କେତୋଟି ନିର୍ଦ୍ଦିଷ୍ଟ ନିୟମ ଉତ୍ଥାପନ କରାଗଲା ସେହି ଛାତ୍ରମାନଙ୍କୁ ଦେଶପ୍ରେମୀ କରିବା ଉଦ୍ଦେଶ୍ୟରେ ଯେଉଁମାନେ ଭାଷଣ ବା ଆଚରଣରେ ‘ବିଦ୍ରୋହ’ ସୃଷ୍ଟି କରୁଛନ୍ତି ।

ପ୍ରାୟ ବର୍ଷକ ପୂର୍ବରୁ ପୂର୍ବତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଜାତୀୟପତାକା ଉଡ଼ାଇବା ପାଇଁ ଦାବୀ କରିଥିଲେ । ଶୀଘ୍ର ସେ ଜାଣିବାକୁ ପାଇଲେ ଯେ, ଏହି ପତାକା ବହୁ ଦିନରୁ ଜେଏନ୍ୟୁରେ ଉଡ଼ୁଅଛି । ହତାଶ ହୋଇ ସେ ତାଙ୍କର ମତ ବଦଳାଇ ସାମରିକ ପଦାଧିକାରୀମାନଙ୍କୁ ଆମନ୍ତ୍ରଣ କଲେ, ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରବାଦ ଉପରେ ଭାଷଣ ଦେବାପାଇଁ ।

ସୌଭାଗ୍ୟବଶତଃ, ଖୁବ୍ ଶୀଘ୍ର ବୟନଶିଳ୍ପ ବିଭାଗ ଦାୟିତ୍ୱ ନେବାପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଲା । ଏହା କହିବା ବାହୁଲ୍ୟ ହେବ ଯେ, ବର୍ତ୍ତମାନର ସରକାରଙ୍କର ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ସମ୍ପର୍କରେ କୌଣସି ଧାରଣା ନାହିଁ । ମୂଳ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇ ସୈନିକମାନଙ୍କୁ ଦେବତୁଲ୍ୟ ମାନବରେ ପରିବର୍ତ୍ତନ କରିବା ହିଁ ହେଉଛି ଏକ ବିପଦ ସଙ୍କେତ । ଯଦି ଏହାକୁ କିଛି ଦୂର ଅଗ୍ରସର କରାଯିବ, ତେବେ ଏହା ଗଣତାନ୍ତ୍ରିକ ସଂସ୍ଥାନଗୁଡ଼ିକୁ ଭୟଭୀତ କରିବା ପାଇଁ ସମର୍ଥ ହୋଇଯିବ ।

କିନ୍ତୁ ଭାରତୀୟ ରାଷ୍ଟ୍ରବାଦ ଉପନିବେଶିକ ବିରୋଧାଭାବରୁ ଜନ୍ମ ନେଇଥିବା ବେଳେ, ତାହାଠାରୁ ଉତ୍ତରାଧିକାରୀ ସୂତ୍ରରେ ଆସିଥିବା ସେନାବାହିନୀର ଶକ୍ତି ସମ୍ମୁଖରେ ଅଶ୍ୱସ୍ତିକର ସ୍ଥିତିରେ ରହିଥାଏ । ସ୍ୱାଧୀନତା ପାଇବାର ଅଳ୍ପ କେତେବର୍ଷ ଭିତରେ ଭାରତୀୟ ସେନାବାହିନୀ ମୁଖ୍ୟତଃ ବୃତ୍ତିଗତ ଭାବରେ ବେସାମରିକ ନିୟନ୍ତ୍ରଣରେ ରହିଥିଲା ।

ଏମାନେ ଆଦର୍ଶ ରାଷ୍ଟ୍ରବାଦୀ, ଖଦୀ ପରିହିତ ସତ୍ୟାଗ୍ରହୀ ହିସାବରେ ଅଥବା ମୃତ୍ୟୁକୁ ବେଖାତିର କରୁଥିବା ବିପ୍ଳବୀ ହିସାବରେ ପରିଚିତ ହେଉଥିଲେ । ଏବେ ସେନାବାହିନୀ ଉଭୟଙ୍କର ସ୍ଥାନ ପୂରଣ କରିଅଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଭାରତ-ପାକିସ୍ଥାନ ଯୁଦ୍ଧ ସମୟ (୧୯୬୫)ରେ ଏକ ସ୍ଲୋଗାନ ‘ଜୟ ଜବାନ ଜୟ କିଶାନ’ ପ୍ରସାରିତ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ସେନାବାହିନୀକୁ ଉତ୍ସାହିତ କରିବା ଯେଉଁମାନେ ଭାରତ-ଚୀନ୍ ଯୁଦ୍ଧ ୧୯୬୨ରେ ନିରୁତ୍ସାହିତ ହୋଇଥିଲେ । କିନ୍ତୁ ଦେଶର ଆଦର୍ଶବାଦୀ ସେବକ ଭାବରେ ଜଣେ ଜବାନ୍ ଜଣେ କିଷାନ ସହିତ ସମକକ୍ଷ ଥିଲା । ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମୟରେ ସ୍ଲୋଗାନ୍ ‘ଜୟ ଜବାନ ଜୟ କିଷାନ, ଜୟ ବିଜ୍ଞାନ’କୁ ପ୍ରସାରିତ କରାଗଲା ଏବଂ ଅତ୍ୟଧିକ ସାମରିକତାରେ ପରିଣତ ହୋଇଗଲା । ଭାରତୀୟ ରାଷ୍ଟ୍ରବାଦ ଏହି ପରିପ୍ରେକ୍ଷୀରେ ପୋଖରାନ୍ ଠାରେ ୧୯୯୮ରେ ପରମାଣୁ ପରୀକ୍ଷା, ଦମ୍ଭତାର ସହ ଭାରତକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ପରମାଣୁ ଅସ୍ତ୍ରସଜ୍ଜିତ ରାଷ୍ଟ୍ର ହିସାବରେ ପରିଚିତ କରାଇଥିଲା ।

ଏହି ଦୁଇଟି ସ୍ଲୋଗାନର ମଧ୍ୟବର୍ତ୍ତୀ ସମୟକାଳ ଭିତରେ ୧୯୭୧ ମସିହାରେ ଏକ ଯୁଦ୍ଧର ମୁକାବିଲା କରିବାକୁ ପଡ଼ିଲା ଏବଂ ପ୍ରଥମ ପରମାଣୁ ଶକ୍ତି ପରୀକ୍ଷା ୧୯୭୪ ମସିହାରେ କରାଗଲା । ୧୯୯୦ ମସିହା ଶେଷାର୍ଦ୍ଧରେ ଏପରିକି ଭାରତର ଶାନ୍ତି, ନିରସ୍ତ୍ରୀକରଣର ଶୁଷ୍କ ବାହାନାକୁ ଶେଷରେ ପରିତ୍ୟାଗ କରିବାକୁ ପଡ଼ିଲା । ଆଶ୍ଚର୍ଯ୍ୟଜନକ ଭାବରେ ସାମରିକ ଟ୍ୟାଙ୍କଗୁଡ଼ିକ ୧୯୯୯ ମସିହାର କାରଗିଲ ଯୁଦ୍ଧକୁ ସ୍ମରଣ କରି ଶିକ୍ଷାଦାନର ଉପକରଣ ରୂପେ ବ୍ୟବହାର କରାଗଲା ।

ଆଜିକାଲି ସାମରିକ ପଦାଧିକାରୀମାନଙ୍କୁ ଆଦର୍ଶ ରାଷ୍ଟ୍ରବାଦୀ ବୋଲି ଚିତ୍ରିତ କରି ଉତ୍ସବ ପାଳନ କରାଯାଉଛି । ଏହା ସହିତ ସେନାବାହିନୀର କାର୍ଯ୍ୟ ସମ୍ପାଦନରେ ରାଜନୈତିକ ହସ୍ତକ୍ଷେପ ମଧ୍ୟ ରହିଛି । ବତ୍ତମାନର ସାମରିକ ବାହିନୀର ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ନିଯୁକ୍ତିରେ ଦୁଇଜଣ ସାମରିକ ପଦାଧିକାରୀଙ୍କୁ ଅତିକ୍ରମ କରାଯାଇଛି । ଯେତେବେଳେ ଉକ୍ତ ପଦବୀରେ ଆସୀନ ହେବାର ପାଳି ନପଡ଼ିବା ପୂର୍ବରୁ ରାଜନୈତିକ ଅତ୍ୟନ୍ତ ପ୍ରିୟପାତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ବିଷୟରେ କିଛି ନୂତନତା ନଥାଏ, ସେତେବେଳେ ଏହା ଇନ୍ଦିରା ଗାନ୍ଧୀଙ୍କ ସମୟରେ ଅରୁଣ ବୈଦ୍ୟଙ୍କ ନିଯୁକ୍ତିକୁ ମନେ ପକାଇ ଦେଇଥାଏ । ଉଦ୍ଦେଶ୍ୟ ସାଧନର ଉପାୟ ଯାହା ବର୍ତ୍ତମାନର ମୁଖ୍ୟ ସେନାଧିକାରୀଙ୍କ କ୍ଷେତ୍ରରେ କରାଯାଇ ବିନା ପ୍ରତିବନ୍ଧକରେ ସର୍ବସାଧାରଣରେ ବୟାନ ଦିଆଗଲା, ତାହା ବାସ୍ତବିକ ଏକ ବ୍ୟତିକ୍ରମ ।

ଉଦାହରଣସ୍ୱରୂପ, ତାଙ୍କର ଆକସ୍ମିକ ଯନ୍ତ୍ରଣାଦାୟକ ବିବୃତି କାଶ୍ମୀରରେ ମଣିଷ ଢାଲ ବ୍ୟବହାର କରିବା ପ୍ରସଙ୍ଗ ଯାହା ଉପରେ କୌଣସି ଅଙ୍କୁଶ ନଥିଲା, ମାତ୍ର ସର୍ବସାଧାରଣରେ ଏହାର ପ୍ରତି ଜବାବ – ଏହା ରାଷ୍ଟ୍ରବାଦବିରୋଧୀ ବୋଲି ସମାଲୋଚିତ ହୋଇଥିଲା ।

ସେନାବାହିନୀର ଏକ ଟ୍ୟାଙ୍କ ଉତ୍ତର ବଙ୍ଗଳା ବିଶ୍ୱବିଦ୍ୟାଳୟ ପରିସର ଭିତରେ ୪୦ବର୍ଷରୁ ଊଦ୍ଧ୍ୱର୍କାଳ ପଡ଼ି ରହିଥିଲା । ଯାହାହେଉ, ଏହାର ପ୍ରତୀକବାଦ ସମ୍ପୂର୍ଣ୍ଣ ଅଲଗାଥିଲା । ଏହା ଥିଲା ପାକିସ୍ଥାନ ସେନାବାହିନୀର ଏକ ଟ୍ୟାଙ୍କ ଯାହାକୁ ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଭାରତୀୟ ସେନାବାହିନୀ ଜବତ କରିଥିଲେ । ବାହ୍ୟ ଶତ୍ରୁଙ୍କ ବିରୁଦ୍ଧରେ ଭାରତର ସାମରିକ ବିଜୟର ଏହା ଏକ ଉତ୍ସବ ରୂପେ ପ୍ରତିଫଳିତ ହେଉଥିଲା । କିନ୍ତୁ ଜେ.ଏନ୍.ୟୁର କୁଳପତି ବିଶ୍ୱବିଦ୍ୟାଳୟ ପରିସର ଭିତରେ ଥିବା ଭାରତୀୟ ସେନାବାହିନୀର ଏକ ଟ୍ୟାଙ୍କକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ଯାହା ହେଲା ଆତ୍ମଘୋଷିତ ଜାତୀୟତାବାଦୀମାନଙ୍କ ଦ୍ୱାରା ଏବଂ ଏହା ଥିଲା ଜାତୀୟତାବିରୋଧୀ ଦୁର୍ଗ ପ୍ରାଚୀର । ଯଦି ଏ ପର୍ଯ୍ୟନ୍ତ ଏହା ଭିତରେ କିଛି ସନ୍ଦେହ ଏବଂ ନିହିତ ଅର୍ଥ ଥାଆନ୍ତା, ତାହାହେଲେ ଜେ.ଏନ୍.ୟୁର କାରଗିଲ ଉତ୍ସବରେ ଅନ୍ୟ କେତେକ ଅତିଥି ଏହାକୁ ଅତି ଶୀଘ୍ର ଦୂରେଇ ଦେଇଥାନ୍ତେ । ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀର ଘୋଷଣା କଲେ ଯେ ବେସାମରିକ ନାଗରିକମାନଙ୍କର ସେନାବାହିନୀକୁ ପ୍ରଶ୍ନ କରିବାର କୌଣସି ଅଧିକାର ନାହିଁ । ଲେଖକ ରାଜୀବ ମାଲହୋତ୍ରାଙ୍କ ମତରେ ଏହି ଘଟଣା ବାହ୍ୟ ଯୁଦ୍ଧରେ କାରଗିଲ ବିଜୟ ଉତ୍ସବ ନୁହେଁ ବରଂ ଏହା ଜେ.ଏନ୍.ୟୁର ଆଭ୍ୟନ୍ତରୀଣ ଯୁଦ୍ଧର ବିଜୟ ଉତ୍ସବ । ଅବସରପ୍ରାପ୍ତ ସେନାବାହିନୀର ପଦାଧିକାରୀ ଜି.ଡି. ଖୋସଲା ଘୋଷଣା କଲେ ଯେ, ସେମାନେ ନିଶ୍ଚିତ ଭାବେ ଜେ.ଏନ୍.ୟୁ କୁ ଦଖଲ କରିବା ସହିତ ବିରତ ରହିବେ ନାହିଁ ଏବଂ ସେ ଯାଦବପୁର ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦୁର୍ଗକୁ ମଧ୍ୟ ଆକ୍ରମଣ କରିବେ । କୁଳପତିଙ୍କ ଉପସ୍ଥିତିରେ ସର୍ବସାଧାରଣଙ୍କ ସମ୍ମୁଖରେ ଏହିଭଳି ବିବୃତି ଜନସାଧାରଣ ଉତ୍ସବରେ ପ୍ରଦାନ କରାଗଲା । ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଧାରାରେ ଏହା ସ୍ପଷ୍ଟ ଯେ, ସାମରିକତାର ଉତ୍ସବ ପାଳନ କରି ଏହାର ଛାୟାପାତ କରିବା ଯାହା ରାଷ୍ଟ୍ରବାଦର ଉଚ୍ଚତମ ପରିପ୍ରକାଶ ତାହା ଏହି ଶତାବ୍ଦୀର ପ୍ରାରମ୍ଭରେ ଶିଖର ସ୍ଥାନରେ ଉପନୀତ ହୋଇଛି ।

Back to Top