ISSN (Print) - 0012-9976 | ISSN (Online) - 2349-8846

କାହିଁକି ଜୁନିୟାଦଙ୍କ ହତ୍ୟା ଗୁରୁତ୍ୱ ବହନ କରେ

ଆଜିର ସମୟରେ ଘୃଣାର ରାଜନୀତି ବିରୁଦ୍ଧରେ ହେଉଥିବା ପ୍ରତିଟି ପ୍ରତିବାଦକୁ ସ୍ୱାଗତ କରାଯିବା ଉଚିତ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଏବର୍ଷର ପ୍ରଥମାର୍ଦ୍ଧରେ ବିଶୃଙ୍ଖଳିତ ଲୋକମାନଙ୍କ ଦ୍ୱାରା ୨୦ଟି ହତ୍ୟା ହୋଇସାରିଛି । କିନ୍ତୁ ଜୁନ୍ ୨୨ଦିନ ଦିଲ୍ଲୀରୁ ମଥୁରା ଟ୍ରେନ ଯୋଗେ ଯାଉଥିବା ୧୫ବର୍ଷୀୟ ବାଳକ ଜୁନିୟାଦଙ୍କ ହତ୍ୟା ଆମ ଅସ୍ଥିମଜ୍ଜାକୁ ସ୍ପର୍ଶ କରିଛି ଯାହା ଅନ୍ୟ ହତ୍ୟା ଘଟଣାଗୁଡ଼ିକ କରିପାରି ନଥିଲା । ସେ ଯେ କେବଳ ଜଣେ ତରୁଣ ନଥିଲେ ବା ଇଦ୍ ପାଇଁ ବଜାର କରି ଘରକୁ ଫେରୁନଥିଲେ । ତରୁଣ ବାଳକଟି କାହାର କିଛି କ୍ଷତି କରିନଥିଲା, କୌଣସି କାରଣ ନଥାଇ ତାଙ୍କର ହତ୍ୟା କରାଗଲା ଏବଂ ସେ ଜଣେ ମୁସଲିମ ଥିଲେ ଓ ସେ ମୁସଲିମ ବୋଲି ଚିହ୍ନଟ କରାଯାଇପାରିଲା । ଜୁନିୟାଦଙ୍କ ହତ୍ୟାର ତାହା ହେଉଛି ସବୁଠାରୁ ନିକୃଷ୍ଟ ପରିଣାମ ଯେ ଚେହେରାରୁ ମୁସଲିମ ବୋଲି ଜଣାପଡ଼ୁଥିବା ଯେକୌଣସି ମଣିଷକୁ ଏଭଳି ଏକ ଭାରତରେ ଆକ୍ରମଣ କରାଯାଇପାରିବ ଯେଉଁଠି ଏଭଳି ଏକ ଘୃଣାକୁ ଗାଈମାନଙ୍କ ପ୍ରତି ଭଲ ପାଇବାର ନମୂନା ହିସାବରେ ସରକାରୀ ସ୍ୱୀକୃତି ଦିଆଯାଇଛି । ଗାଈ ନାଁରେ ଯେଉଁ ହତ୍ୟାର ପର୍ବ ଆରମ୍ଭ ହେଲା, ସେତେବେଳେ ଜଣେ ପୂର୍ବାନୁମାନ କରିପାରିଥାନ୍ତା ଯେ ଏହାର ଅନ୍ତିମ ପରିଣାମ ଏପରି ହେବ - ଗାଈ ଦେଖାଯାଉନଥିବ କିନ୍ତୁ ଗାଈ ଅଛି ଓ ଗୋ ମାଂସ ଭକ୍ଷଣ କରାଯାଉଚି କେବଳ ଯଥେଷ୍ଟ ହେବ ଗୋଟିଏ ବ୍ୟକ୍ତିକୁ ଲକ୍ଷ୍ୟ କରିବା, ଏବଂ ତା'ର ଜୀବନ ନେଇଯିବା ପାଇଁ ।

ଜୁନିୟାଦଙ୍କ ହତ୍ୟା ଅନେକ କିଛି ଶିକ୍ଷା ଦିଏ । ନିଜ ଭାଇମାନଙ୍କ ସହ ସେ ତାହା ହିଁ କରୁଥିଲା ଯାହା ଜଣେ ସାଧାରଣ ଭାରତୀୟ କରେ; ବଜାର କରିବା, ଲୋକାଲ ଟ୍ରେନରେ ଯାତ୍ରା କରିବା, ନିଜ କାରବାର ନିଜେ କରିବା । କିନ୍ତୁ ସେତିକି ବି କରିବାକୁ ଦିଆଗଲା ନାହିଁ । ଯାହାକୁ ଟ୍ରେନ୍ରେ ଆସନଟିଏ ପାଇଁ ବାକ୍ବିତଣ୍ଡା କୁହାଯାଉଥିଲା ଖୁବ୍ ଶୀଘ୍ର ଗୋଟିଏ ଘୃଣାଜନିତ ଅପରାଧରେ ବଦଳିଗଲା, ଯେଉଁଠି ଜୁନିୟାଦ ଓ ତାଙ୍କ ଭାଇମାନଙ୍କୁ ଗୋମାଂସ ଭକ୍ଷଣକାରୀ କହି ବିଦ୍ରୂପ କରାଗଲା, ପାକିସ୍ଥାନୀ କୁହାଗଲା, ସେମାନଙ୍କ ମୁଣ୍ଡର ଟୋପିଗୁଡ଼ିକୁ ଟାଣି ଦିଆଗଲା, ଜଣଙ୍କର ଦାଢ଼ିକୁ ଟଣାଟଣି କରାଗଲା ଏବଂ ତା'ପରେ ବିଶୃଙ୍ଖଳିତ ଲୋକେ ସେମାନଙ୍କ ଆଡ଼କୁ ମାଡ଼ି ଆସି ମାଡ଼ ଦେଲେ ଓ ଛୁରା ଭୁସିଲେ । ଅନ୍ୟ ହତ୍ୟା ଘଟଣାଗୁଡ଼ିକରେ ଗୋ ରକ୍ଷକମାନଙ୍କୁ ଯେମିତି ଚିହ୍ନି ହେଇଯାଉଥିଲା ଏଠି ସେପରି ହେଇନଥିଲା । ଯେଉଁମାନେ ଏହି ଅପରାଧରେ ସମ୍ପୃକ୍ତ ଥିଲେ ସେମାନେ ଗୋଟିଏ ଗୋଷ୍ଠୀର ନଥିଲେ, ବରଂ ମୁସଲମାନଙ୍କ ପ୍ରତି ଥିବା ଘୃଣା ସେମାନଙ୍କୁ ଏକାଠି କରାଇଥିଲା । ସେହି ରେଳଡବାରେ ଥିବା ଅନ୍ୟ ଲୋକମାନେ ଏହି ଲୋକମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ ନକରିବା ଅଧିକ ବିବ୍ରତ କରୁଛି । ତାଠୁ ଅଧିକ ଖରାପ କଥାଟି ହେଲା ଯେ ଯେତେବେଳେ ଜୁନିୟାଦ ରକ୍ତାକ୍ତ ହେଇଯାଇଥିଲେ ଏବଂ ତାଙ୍କୁ ତାଙ୍କ ଭାଇମାନଙ୍କୁ ଟ୍ରେନ୍ରୁ ବାହାର କରି ପ୍ଲାଟଫର୍ମରେ ଫୋପାଡ଼ି ଦିଆଗଲା, ସେଠି ପ୍ରାୟ ୨୦୦ ଲୋକ ଦେଖୁଥିଲେ । କେହି ବି ସାହାଯ୍ୟ କରିବା ପାଇଁ ପାଖକୁ ଆସିଲେ ନାହିଁ, ଆମ୍ବୁଲାନ୍ସ ବା ପୋଲିସକୁ ଡାକିଲେ ନାହିଁ । ଏଭଳି ଏକ ନୀରବତା ଏବଂ ଅପରାଧରେ ଭାଗିଦାରିତା ଏବଂ ଯେପରି ଆମ ଲୋକଙ୍କ ଜୀବନରେ ଘୃଣା ସଂଚାର ହୋଇଚାଲିଛି, ତାକୁ ଆମକୁ ଭାଙ୍ଗିବାକୁ ପଡ଼ିବ ଅନେକ ଜୁନିୟାଦ ଭବିଷ୍ୟତରେ ବଳି ପଡ଼ିବା ପୂର୍ବରୁ ।

ଜୁନ୍ ୨୮ର 'ମୋ ନାଁରେ ନୁହେଁ (ଘକ୍ଟଗ୍ଧ ସଦ୍ଭ ଗଚ୍ଚ ଘବଜ୍ଞର) ବିକ୍ଷୋଭକାରୀ ମାନେ ଗୋଟିଏ ଡଜନରୁ ଅଧିକ ସ୍ଥାନରେ ପ୍ରତିବାଦ ପାଇଁ ଯେଉଁଠି ଏକାଠି ହୋଇଥିଲେ ତାହା ଏଭଳି ଏକ ନୀରବତାକୁ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ଥିଲା । ଯେମିତି ଆଶା କରାଯାଉଥିଲା ପ୍ରତିବାଦଗୁଡ଼ିକୁ ସହରିଆ, ସମ୍ଭ୍ରାନ୍ତ ଏବଂ ପ୍ରଭାବହୀନ କହି ତାଚ୍ଛଲ୍ୟ କରାଗଲା । ଉଲ୍ଲେଖନୀୟ କଥାଟି ହେଉଛି ଯାହା ତାହା ଏକାଠି ହେଉଥିବା ଲୋକଙ୍କର ସଂଖ୍ୟା ନୁହେଁ ବା ଭିଡ଼ରେ ଭାଗ ନେଇଥିବା ଲୋକମାନଙ୍କ କଥା ନୁହେଁ । ସତ୍ୟଟି ହେଉଛି ଯେ ନାଗରିକ ପ୍ରତିବାଦଟି ସ୍ୱତଃପ୍ରବୃତ ଥିଲା ଯେଉଁଥିରେ କୌଣସି ରାଜନୈତିକ ଦଳଙ୍କର ସମର୍ଥନ ନଥିଲା । ପ୍ରତିବାଦଟି ଏହି ଦୃଷ୍ଟିରୁ ଗୋଟିଏ ଗଣତନ୍ତ୍ରରେ ପ୍ରତିବାଦର ସ୍ଥାନଟିକୁ ଦଖଲ କରିବା ପାଇଁ ପ୍ରୟାସ କରିଛି । ଏହି ଲୋକମାନେ କାହିଁକି ଏକଥାଟିକୁ ନେଇ ପ୍ରତିବାଦ କରୁଛନ୍ତି, ଅନ୍ୟ କଥାରେ ନୁହେଁ ଏଭଳି ପ୍ରଶ୍ନ ବି କରାଯାଉଛି, କାହିଁକି ମୁସଲମାନମାନଙ୍କୁ ହତ୍ୟା କଲାବେଳେ ପ୍ରତିବାଦ ହେଉଛି, କୃଷକମାନଙ୍କୁ ହତ୍ୟା କଲାବେଳେ ନୁହେଁ, ବା କାଶ୍ମୀର ପୋଲିସର ହତ୍ୟା ବେଳେ ନୁହେଁ, ଅବା ଦଳିତଟିକୁ ହତ୍ୟା କଲାବେଳେ ନୁହେଁ । ସାମ୍ପ୍ରତିକ ସମୟରେ, ଏଭଳି ପ୍ରଶ୍ନ ସବୁର କିଛି ପ୍ରାସଙ୍ଗିକତା ଥିଲେ ବି ଏଯାବତ ନୀରବ ରହିଥିବା ଲୋକେ ପାଟି ଖୋଲୁଛନ୍ତି ତାକୁ ହିସାବ କରିବା କଥା । ପ୍ରତିବାଦର ମହତ୍ୱ, ବିରୋଧର ପ୍ରାସଙ୍ଗିକତା ଏବଂ ସଂହତି ନିର୍ମାଣର ଜରୁରୀ ଆବଶ୍ୟକତାକୁ ପୁନଃ ପ୍ରତିପାଦନ କରୁଛି ।

ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ହିନ୍ଦୁ ରାଷ୍ଟ୍ର ନିର୍ମାଣର ସଂକଳ୍ପକୁ ଆଗକୁ ନେବା ପାଇଁ ଯେଉଁ ଯାତ୍ରା ଚାଲିଛି ତା'ର ପଥ ଓଗାଳିବା କାମଟି ବ୍ୟାନର ଧରି ପ୍ରତିବାଦ କରୁଥିବା କେତୋଟି ସହରିଆଙ୍କ ଦ୍ୱାରା ଆଦୌ ସମ୍ଭବପର ନୁହେଁ । ଏଥିପାଇଁ ରାଜନୈତିକ ଜବାବ ବି ଦରକାର ଯାହା ଏଯାବତ୍ ଦିଗବଳୟର ସୀମାରେ ଦେଖାଯାଉ ନାହିଁ । ରାଜନୈତିକ ବିରୋଧୀମାନଙ୍କର ବିଭାଜୀକରଣ ଏବଂ ଅସହାୟ ଅବସ୍ଥା ଯୋଗୁଁ ତାହା ସମ୍ଭବପର ହେଉନାହିଁ । ଦଳିତ, କୃଷକ ଏବଂ ଅନ୍ୟ ସବୁ ବେଦଖଲ ହୋଇଥିବା ସମୁଦାୟମାନଙ୍କର ପ୍ରତିବାଦଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ଭିନ୍ନତା ଆଣିବା ପାଇଁ ଏକାଠି ହେବା ଦରକାର । ତଥାପି ଗଣତନ୍ତ୍ରରେ ପ୍ରତିବାଦ ଓ ଭିନ୍ନମତ ସଫଳ ରାଜନୈତିକ ଉପଲବ୍ôଧ ଉପରେ ନିର୍ଭରଶୀଳ ହେବା କଥା ନୁହେଁ । ଗଣତନ୍ତ୍ରରେ ଏବଂ ଏକଛତ୍ର ଶାସନରେ, ଲୋକେ ସ୍ୱର ଉତୋଳନ କରିବା ପାଇଁ ଚାହାନ୍ତି, ରାଷ୍ଟ୍ର ସେମାନଙ୍କୁ ନୀରବ କରିବା ପାଇଁ ଉଦ୍ୟମ କରିବା ସତ୍ୱେ । ସେମାନଙ୍କର ବିଶ୍ୱାସ ସେମାନଙ୍କର ସ୍ୱରକୁ ଶୁଣାଯିବା ଦରକାର ।

ଭାରତରେ ବର୍ତମାନ ପରିପ୍ରେକ୍ଷୀରେ ଯେଉଁ ନାଗରିକମାନେ ହିନ୍ଦୁ ଭାରତ ସହ ସହମତ ନୁହନ୍ତି, ପ୍ରତିବାଦ କରିବାରେ ସେମାନଙ୍କୁ ନିବୃତ କରିବା ପାଇଁ ସେମାନଙ୍କର କଣ୍ଠରୋଧ କରାଯିବ । ଏହି ଦୀର୍ଘସୂତ୍ରୀ ଯୋଜନାଟିକୁ ଏମିତି ନିପୁଣତାର ସହ କାର୍ଯ୍ୟକାରୀ କରାଯାଇଛି ଯେ ସଂଘ ପରିବାରର ସଦସ୍ୟ ନଥିବା ଜଣେ ସାଧାରଣ ହିନ୍ଦୁ ଭାରତୀୟ ମଧ୍ୟ ମୁସଲମାନ ବିରୋଧୀ ଘୃଣାକୁ ବୈଧତା ଯୋଗାଇ ଚାଲିଛି । ଜୁନିୟାଦଙ୍କ ହତ୍ୟାର ଚକିତ କରୁଥିବା ଦିଗଟି ହେଉଛି ଯେ କୌଣସି କଥାକୁ ଆଧାର କରି ପରସ୍ପର ସହ କିଛି ସମ୍ପର୍କ ନଥିବା ଲୋକମାନଙ୍କୁ ଏକାଠି କରାଯାଇ ପାରିବ ଗୋଟିଏ ସମୁଦାୟ ବିରୁଦ୍ଧରେ ଯାହାଙ୍କୁ ଖଳନାୟକ କରି ଦିଆଯାଇଛି । ଭାରତରେ ଯେଉଁ ଘୃଣାର ରାଜନୀତି ଏବେ ଦେଶଟାକୁ ଅଗ୍ନିପେଟିକାଟିଏ କରିଦେଇଛି, ତାହା ଆଇନ ମାନି ଚଳୁଥିବା ନାଗରିକମାନଙ୍କର ନିଜର ଓ ନିଜ ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରୁଛନ୍ତି । ଅତୀତରେ ଶିଖମାନଙ୍କୁ ଏଭଳି କରାଯାଉଥିଲା, ଦଳିତମାନେ ସବୁବେଳେ ପୀଡ଼ିତ, ଉତରପୂର୍ବ ରାଜ୍ୟର ବାସିନ୍ଦାମାନେ ଭାରତୀୟ ପ୍ରମାଣ ଦେଇ ଦେଇ ନୟାନ୍ତ ହୋଇଗଲେଣି, ନିଜ ରାଜ୍ୟ ବାହାରକୁ ଗଲେ କାଶ୍ମୀରବାସୀଙ୍କୁ ‘ଆତଙ୍କବାଦୀ' ନୁହେଁ ବୋଲି ପ୍ରମାଣ ଦେବାକୁ ପଡ଼ୁଛି, ଆଉ ଏବେ ଗୋମାଂସ ଭକ୍ଷଣକାରୀ କହି ମୁସଲମାନମାନଙ୍କୁ ଚିହ୍ନଟ କରାଯାଉଛି । ଏଭଳି କାମକୁ ବିରୋଧ କରିବାକୁ ପଡ଼ିବ ଏବଂ ପ୍ରତ୍ୟେକ ପ୍ରତିବାଦକୁ ସ୍ୱାଗତ କରିବାକୁ ପଡ଼ିବ । ସ୍ୱେଚ୍ଛାଚାରିତା ଜନଗଣଙ୍କ ଉଦାସୀନତା ଏବଂ ଅମାନବିକତାକୁ ଆଧାର କରି ଗଢ଼ି ଉଠିଥାଏ । ହିନ୍ଦୁରାଷ୍ଟ୍ର ସମ୍ଭବ ହେବ ଯଦି ଏଥିରେ ବିଶ୍ୱାସ ନ କରୁଥିବା ଲୋକେ ନୀରବ ରୁହନ୍ତି ।

Back to Top