ISSN (Print) - 0012-9976 | ISSN (Online) - 2349-8846

କୋଲ୍ଗେଟ୍’ରୁ ଶିକ୍ଷା

ଜଣେ ଅବସରପ୍ରାପ୍ତ ଅମଲାଙ୍କ ବୁଝାମଣା ଭାରତରେ ଆଇନର କାର୍ଯ୍ୟକାରିତା ଯୋର୍ଗୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରୁଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ନ୍ୟାୟମୂର୍ତି ଭରତ ପରାସରଙ୍କର ମେ ୨୩ ତାରିଖରେ ନିଷ୍ପତି ଯେଉଁଥିରେ ସେ ଗୋଟିଏ ଘରୋଇ କମ୍ପାନୀକୁ ବେଆଇନ କୋଇଲା କ୍ଷେତ୍ର ଆବଂଟନ କରିଥିବା ପୂର୍ବତନ କୋଇଲା ମନ୍ତ୍ରଣାଳୟ ସଚିବ ହରିଶ ଚନ୍ଦ୍ର ଗୁପ୍ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସମଗ୍ର ଅମଲାତନ୍ତ୍ରରେ ଆତଙ୍କ ଖେଳାଇଦେଇଛି । କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ସିବିଆଇ ଦ୍ୱାରା କରାଯାଇଥିବା ମାମଲା ଗୁଡ଼ିକର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତର ଏଭଳି ନିଷ୍ପତିକୁ ତୀବ୍ର ସମାଲୋଚନା କରିଛନ୍ତି । ଏହି ଅମଲାମାନେ ଦାବୀ କରନ୍ତି ଯେ ଗୁପ୍ତା ସତର୍କରତ ସାଧୁ ବ୍ୟକ୍ତି ଏବଂ କୋଇଲା ‘ବ୍ଲକ୍’ ଆବଂଟନକୁ ନେଇଥିବା ତୃଟିପୂର୍ଣ୍ଣ ସରକାରୀ ନୀତି ଯୋଗୁଁ ଆଜି ଶିକାର ହୋଇଛନ୍ତି ।

ଏହି ଉପାଖ୍ୟାନଟି ଆମ ଦେଶରେ ଆଇନକୁ କାର୍ଯ୍ୟକାରୀ କରାଯାଉଥିବା କଥାକୁ ନେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରୁଛି । ପ୍ରଥମଟି ହେଉଛି ଆଇନରେ ଥିବା ଅସ୍ପଷ୍ଟତା କେମିତି ଇଚ୍ଛାଧିନ କ୍ଷମତାର ଦୁର୍ବ୍ୟବହାର ପାଇଁ ସୁଯୋଗ ସୃଷ୍ଟି କରିଛି । ଦ୍ୱିତୀୟଟି ହେଉଛି ୧୯୯୩ରୁ ଆବଂଟନ କରାଯାଇଥିବା ୨୧୪ଟି କୋଇଲା ବ୍ଲକ୍ ଯାହାକୁ ଅଗଷ୍ଟ ୨୦୧୪ରେ ଉଚ୍ଚତମ ନ୍ୟାୟାଳୟ ବେଆଇନ ଘୋଷଣା କଲେ, ଯାହା କୋଲ୍ଗେଟ୍ ବା କୋଇଲା ଦୁର୍ନୀତି ନାମରେ ପରିଚିତ, ସେହି ମାମଲାରେ ଅପରାଧିକ ବିଚାର କେମିତି ଚାଲିଛି । ଉଠିଥିବା ଜଟିଳ ପ୍ରଶ୍ନଟି ହେଉଛି ଯେ ରାଷ୍ଟ୍ରୀୟ ଅର୍ଥକୋଷକୁ ଲୁଟ୍ କରିଥିବା ଏବଂ ଜେଲରେ ରହିବାଯୋଗ୍ୟ ଅମଲାମାନଙ୍କ ରାଜନୈତିକ ନେତୃତ୍ୱକୁ ଅଦାଲତ ଦୋଷୀ ମାନୁ ନାହିଁ । ସେମିତି ରାଜନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା କ୍ଷେତ୍ରରେ ସିବିଆଇ ଭଳି ଅନୁସନ୍ଧାନକାରୀ ସଂସ୍ଥାମାନଙ୍କ ସମାନପ୍ରକାର ଉତ୍ସାହର ନିଦର୍ଶନ ଦେଖିବାକୁ ମିଳୁନାହିଁ, ଯେଉଁ ଉତ୍ସାହ ସେମାନେ ଏମାନଙ୍କ ସହ ସଂଗୋଷ୍ଠୀ କରି କାମ କରୁଥିବା ଅମଲା ଏବଂ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ଦେଖାଇ ଆସିଛନ୍ତି ।

ଘରୋଇ କମ୍ପାନୀମାନଙ୍କ ନିଜ ଅକ୍ତିଆରରେ ରହି ଶକ୍ତି ଉତ୍ପାଦନ ପାଇଁ କରାଯାଇଥିବା କୋଇଲା ବ୍ଲକ୍ ଆବଂଟନ କ୍ଷେତ୍ରରେ ଅନିୟମିତତା କଥା ୨୦୧୨ ମସିହାରେ ସିଏଜି ଏକ ଉଦ୍ବେଗଜନକ ରିପୋର୍ଟ ପ୍ରଦାନ କରିବାର ଅନେକବର୍ଷ ପୂର୍ବରୁ ଜଣାଥିଲା । ଏହି ରିପୋର୍ଟରେ ରାଷ୍ଟ୍ରୀୟ ରାଜକୋଷକୁ ଯେଉଁ କ୍ଷତି ପହଂଚିଥିଲା, ତାର ଆନୁମାନିକ ସାମଗ୍ରିକ ପରିମାଣ ୧ଲକ୍ଷ ୮୬ହଜାର କୋଟି ହେବାବୋଲି କୁହାଯାଇଥିଲା ଯାହା କି ବିଶ୍ୱରେ ଘଟିଥିବା ବଡ଼ ବଡ଼ ଦୁର୍ନୀତିମାନଙ୍କୁ ଭିତରୁ ଅନ୍ୟତମ । ଏକଥା ବି ସମସ୍ତେ ଜାଣନ୍ତି ଯେ କୋଇଲା ଦୁର୍ନୀତି ଘଟିବା ସମୟକାଳରେ ଅଧିକାଂଶ ସମୟ କୋଇଲା ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସର୍ବସାଧାରଣରେ କୋଇଲା ବ୍ଲକ୍ ନିଲାମ ଡାକିବାପାଇଁ ଏକ ନୀତି କରିବା ପ୍ରସ୍ତାବ ଉପରେ ନିଷ୍ପତି ନେବାକୁ ୮ବର୍ଷ ସମୟ ଲାଗିଲା । ଏହି ସମୟକାଳ ଭିତରେ ଅଧିକାଂଶରେ ଅମଲାମାନଙ୍କୁ ନେଇ ଗଠିତ ଏକ ବଛାବଛି କମିଟି ନିର୍ଦ୍ଧାରଣ କଲା କେଉଁ କମ୍ପାନୀ କେଉଁ କୋଇଲା ବ୍ଲକ୍ ପାଇବ । ଏହି କମିଟିର କାର୍ଯ୍ୟକାରିତା ଅସ୍ପଷ୍ଟ ଓ ସ୍ୱେଚ୍ଛାଚାରୀ କେବଳ ନଥିଲା, ଉଚ୍ଚତମ ନ୍ୟାୟାଳୟଙ୍କ ମତରେ ଏମାନେ ଆଇନର ମଧ୍ୟ ଉଲଂଘନ କରିଥିଲେ । ନଭେମ୍ବର ୨୦୦୮ରେ ଅବସର ନେବାଯାଏଁ ଗୁପ୍ତା ୨ବର୍ଷ କାଳ ଏହି କମିଟିର ମୁଖ୍ୟ ଥିଲେ । ତାଙ୍କରି ସମୟରେ ୪୦ଟି କୋଇଲା ଅଂଚଳର ଆବଂଟନ କରାଯାଇଛି । ସେ ୧୦ଟି ମାମଲାରେ ବିଚାରର ସାମ୍ନା କରିଛନ୍ତି । ଏତଦ୍ବ୍ୟତୀତ ମଧ୍ୟପ୍ରଦେଶର କମଲ୍ ସ୍ପଞ୍ଜ୍ ଷ୍ଟିଲ୍ ଏଣ୍ଡ୍ ପାୱାର କମ୍ପାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିରେ ଏହି କମ୍ପାନୀର ମାଲିକ ପୱନ କୁମାର ଆଲୁୱାଲିଆ ଏବଂ ଦୁଇଜଣ କୋଇଲା ମନ୍ତ୍ରଣାଳୟର ଅଧିକାରୀ କେ.ଜି.କୋଫ୍ ଓ କେ.ସି. ସମରିଆ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଆଇନର କାର୍ଯ୍ୟକାରିତାକୁ ତଦାରଖ କରୁଥିବା କଳଟି କେମିତି କୋଲଗେଟ୍ରେ ସମ୍ପୃକ୍ତ ସନ୍ଦେହ କରାଯାଉଥିବା ଲୋକମାନଙ୍କ ଭିତରୁ ବାଛି ବାଛି କିଛି ଲୋକଙ୍କ ବିରୁଦ୍ଧରେ ଯାଉଥିଲା ସେ କଥାଟି ତର୍ଜମା କରିବା ପୂର୍ବରୁ ଦୁର୍ନୀତିବିରୋଧୀ ଆଇନ ୧୯୮୮ର (ଧାରା ୧୩ (ସ) ଘ (ସସସ)ର ଝଲସି ଦେଖାଯାଇଥିବା ଗୋଟିଏ ଅସ୍ପଷ୍ଟତାକୁ ଉଲ୍ଲେଖ କରାଯିବା ଦରକାର । ଆଇନର ଏହି ନିର୍ଦ୍ଦିଷ୍ଟ ଭାଗରେ କୁହାଯାଇଛି ଯେ ଜଣେ ସରକାରୀ କର୍ମଚାରୀ ଅପରାଧର ଦୋଷୀ ଧରାଯିବ ଯଦି ଏହି ଲୋକଟି ଅନ୍ୟ କୌଣସି ଲୋକପାଇଁ ଜନସ୍ୱାର୍ଥ ନଥାଇ କୌଣସି ମୂଲ୍ୟବାନ ଦରବ ବା ଆନୁଷଙ୍ଗିକ ସୁବିଧା ପହଂଚାଇଥାଏ । ଅନ୍ୟଅର୍ଥରେ କହିବାକୁ ଗଲେ ‘ଅପରାଧୀକ ଉଦ୍ଦେଶ୍ୟ’ ନଥିବା ଅବା କିଛି ସୁବିଧା ପାଇବାର ପ୍ରତିବଦଳରେ ଆଉ କିଛି ସୁବିଧା ଯୋଗାଇ ଦିଆଯାଉଥିବା କଥାଟିକୁ ପ୍ରମାଣିତ କରିବାପାଇଁ ସିବିଆଇ ବା ଅନୁସନ୍ଧାନକାରୀ ସଂସ୍ଥାମାନେ ବାଧ୍ୟ ନୁହନ୍ତି, ବିଶେଷ କରି ଯେତେବେଳେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ବିଚାର ପ୍ରକ୍ରିୟାଟି ଚାଲିଥାଏ । ଆଇନର ଏହି ଭାଗଟିକୁ ବାଦ୍ ଦେବାପାଇଁ ସଂସଦର ଏକ କମିଟି ତର୍ଜମା କରୁଛି । ଗୁପ୍ତା ଏବଂ ତାଙ୍କର ଭାରତୀୟ ପ୍ରଶାସନିକ ସେବାର ସହକର୍ମୀମାନେ ଯୁକ୍ତି କରନ୍ତି ଯେ ଅପରାଧ କରିବାର କୌଣସି ଉଦ୍ଦେଶ୍ୟ ନଥାଇ ଏବଂ ଅନୁଗ୍ରହ ବଦଳରେ ଅନୁଗ୍ରହ ଦେବାପାଇଁ ନୁହଁ ବରଂ ଏହି ସଂସ୍ଥାକୁ କୋଇଲା ବ୍ଲକ୍ ଦେବା କ୍ଷେତ୍ରରେ ଏହା ଏକ ସମ୍ଭାବ୍ୟ ‘ତ୍ରୁଟି’ । ନ୍ୟାୟମୂର୍ତି ପରାସର କିନ୍ତୁ ରାୟ ଦେଲେ ଯେ ଗୁପ୍ତା ନିଜର କୋଇଲା ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଥିଲେ ଏବଂ ଆବଂଟନ ପାଇଁ ତାଙ୍କର ଚୂଡ଼ାନ୍ତ ସ୍ୱୀକୃତି ହାସଲ କଲାବେଳେ ତାଙ୍କୁ ଭୁଲ ମାର୍ଗ ଦର୍ଶନ କରାଇଥିଲେ । ଏହି ରାୟ ବିରୁଦ୍ଧରେ ଉଚ୍ଚତମ ନ୍ୟାୟାଳୟରେ ହିଁ କେବଳ ଆବେଦନ କରାଯାଇ ପାରିବ ।

ଏଥିସହିତ ଜଡ଼ିତ ବୃହତର ପ୍ରଶ୍ନଟି ହେଉଛି କାହିଁକି ସିବିଆଇ ବା ଅଦାଲତ କୋଲଗେଟ୍ରେ ସମ୍ପୃକ୍ତ ରାଜନେତାମାନଙ୍କୁ ଦଣ୍ଡ ବିଚାର କରିବା କ୍ଷେତ୍ରରେ କମ୍ ଫଳପ୍ରଦ ହୋଇପାରିଛନ୍ତି । ଏହି ଦୁର୍ନୀତିର ସମ୍ପୃକ୍ତ ବହୁ ଲୋକଙ୍କ ଭିତରେ ଅଛନ୍ତି କେନ୍ଦ୍ର ପୂର୍ବ କୋଇଲା ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ବାଗୋଡ଼ିଆ ଓ ଦାସାରୀ ନାରାୟଣା ରାଓ, ତିନିଥର ରାଜ୍ୟସଭାର ସଦସ୍ୟ ହୋଇଥିବା କଂଗ୍ରେସର ବିଜୟ ବରଦା, ଯିଏ କି ମୁମ୍ବାଇର ଲୋକମତ ମିଡ଼ିଆ ଗ୍ରୁପ୍ର ଅଧ୍ୟକ୍ଷ ଏବଂ ତାଙ୍କ ଭାଇ ରଜେନ୍ଦ୍ର ବରଦା ଯିଏ ମହାରାଷ୍ଟ୍ରର ପୂର୍ବତନ ଶିକ୍ଷାମନ୍ତ୍ରୀ ଥିଲେ । ଅଧିକ ଜବରଦସ୍ତ ଉଦାହରଣଟି ହେଉଛି କଂଗ୍ରେସର ପୂର୍ବତନ ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲ୍, ଯିଏ କି କୋଇଲା ଆବଂଟନ ମାମଲାରେ ସବୁଠାରୁ ଅଧିକ ଲାଭବାନ ହେଉଥିବା ଘରୋଇ କମ୍ପାନୀର ମୁଖ୍ୟ ଏବଂ ଦାସାରୀ ନାରାୟଣ ରାଓଙ୍କୁ ଏହାର ପ୍ରତିବଦଳରେ ଉକ୍ରୋଚ ଦେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଏମାନଙ୍କ ବ୍ୟତୀତ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ଅନେକ ନେତା, ବ୍ୟବସାୟୀ ଓ ଅଫିସରମାନେ । ଏପ୍ରିଲ ୨୫ ତାରିଖ ଦିନ ସିବିଆଇ ନିଜର ପୂର୍ବତନ ନିର୍ଦ୍ଦେଶକ ରଣଜିତ୍ ସିହ୍ନାଙ୍କ ବିରୋଧରେ ମାମଲା ଦାୟର କଲେ ; ଏକଥା କହିକି ଯେ ସେ ଅଭିଯୁକ୍ତମାନଙ୍କୁ ଗୋପନରେ ଭେଟି ଅନୁସନ୍ଧାନ ପ୍ରକୟିୟାକୁ ପ୍ରଭାବିତ ଏବଂ ଗତିରୋଧ କରିବାପାଇଁ ଉଦ୍ୟମ କରୁଥିଲେ ।

ଯେତେବେଳେ କି ‘ରାଜନୈତିକ ଆକ୍ରୋଶ’ ରଖି ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ, ତାଙ୍କ ପୁତ୍ର କୀର୍ତି ଏବଂ ପୂର୍ବ ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଝିଅଙ୍କ କର୍ମସ୍ଥାନଗୁଡ଼ିକୁ ଚଢ଼ାଉ କରିବାପାଇଁ ନରେନ୍ଦ୍ର ମୋଦୀ ସରକାର ସିବିଆଇକୁ ‘ବ୍ୟବହାର’ କରୁଛନ୍ତି ବୋଲି ସମାଲୋଚନା ହେଉଛି, ଏହି ସମୟରେ ନ୍ୟାୟପାଳିକା ଓ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନ କୋଲଗେଟ୍ ଦୁର୍ନୀତିରେ ଅଭିଯୁକ୍ତ ସମସ୍ତ କ୍ଷମତାଶାଳୀ ଅଭିଯୁକ୍ତ ଧରିବାପାଇଁ ସଠିକ୍ ଭାବେ କାମ କରୁଛନ୍ତି ବୋଲି ଲୋକଦୃଷ୍ଟିରେ ଦେଖାଯିବା ଦରକାର । କିନ୍ତୁ ଏଯାବତ୍ ଏଭଳି କରିବାର ପ୍ରମାଣ ଦେଖାଯାଉ ନାହିଁ ।

Back to Top