ନକ୍ସଲବାରୀ ଏବଂ ପରେ - ଅସମାପ୍ତ ଇତିହାସ
ଭାରତୀୟ ପୁଞ୍ଜିବାଦର ଅଯୌକ୍ତିକତା, ନିଷ୍ଠୁରତା ଓ ଅମାନବିକତା ଉପରେ ବିଶ୍ୱାସ, ଭଲ ପାଇବା ଏବଂ ଆଶାର ବିଜୟ ହୋଇପାରିବ କି?
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ବର୍ଣ୍ଣାଡ ଡି ମେଲୋ ଲେଖନ୍ତି...
୧୯୪୭ରେ କ୍ଷମତା ହସ୍ତାନ୍ତରୀକରଣ ପରେ ପରେ ଭାରତର ନୂତନ ଶାସକମାନେ ନିଜର ଅସଲ ରୂପ ଦେଖାଇଲେ । ସେମାନେ ତେଲେଙ୍ଗାନାକୁ ସେତେବେଳେ ୧୯୪୮ମସିହାରେ ସେନା ପଠାଇଲେ । ଅନ୍ୟକଥା ଭିତରେ ଥିଲା ‘ଅର୍ଦ୍ଧ ସାମନ୍ତବାଦ’ ବିରୁଦ୍ଧରେ ଚାଲିଥିବା ଗଣତାନ୍ତ୍ରିକ ବିପ୍ଳବକୁ ସମାପ୍ତ କରିବା ପାଇଁ ବଦ୍ଧ ପରିକର ଥିବା ସେଠାକାର କମ୍ୟୁନିଷ୍ଟ ନେତୃତ୍ୱଙ୍କ ଅଧିନରେ କାମ କରୁଥିବା ବିଦ୍ରୋହୀ କୃଷକମାନଙ୍କୁ ନିପାତ କରିବାର ଉଦ୍ଦେଶ୍ୟ । ବାସ୍ତବରେ ଭାରତୀୟ ସେନା, ତେଲେଙ୍ଗାନାର ଗ୍ରାମାଂଚଳରେ ଅର୍ଦ୍ଧ-ସାମନ୍ତବାଦୀ ଶକ୍ତିମାନଙ୍କୁ ପୁନଃ ସଂସ୍ଥାପିତ କରିବା କାମରେ ନିୟୋଜିତ ଥିଲେ । ସେହିଦିନଠାରୁ ଲକ୍ଷ ଲକ୍ଷ ଭାରତୀୟ, ଭାରତୀୟ ପୁଞ୍ଜିବାଦର ଅଯୌକ୍ତିକତା, ନିଷ୍ଠୁରତା ଓ ଅମାନବିକତାର ଶିକାର ହୋଇ ଆସୁଛନ୍ତି । ଆଶ୍ଚର୍ଯ୍ୟ ହେବାର କଥା ନୁହଁ ଯେ ଗତ ୫୦ବର୍ଷ ଧରି ଭାରତର ଗଭୀର ଭାବେ ଦମନ ଓ ଶୋଷଣଭିତିକ ସାମାଜିକ ବ୍ୟବସ୍ଥା ଭିତରେ ନକ୍ସଲବାଦୀମାନେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଗୋଟିଏ ବାର୍ତା ଅନବରତ ଦେଇ ଆସିଛନ୍ତି ।
୫୦ବର୍ଷ ତଳେ ଭାରତର ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ ଯାହା ୧୯୬୪ରେ ସିପିଆଇ ଦଳ ଦୁଇଭାଗ ହେବା ପରେ ଆସିଥିଲା, ତାହାର ମାଓବାଦୀ ଗୋଷ୍ଠୀଟି ଉତରବଙ୍ଗର ସୁଦୂର ନକ୍ସଲବାରି (ଯେଉଁଠାର ନାଁ ନେଇ ଭାରତୀୟ ମାଓବାଦୀମାନେ ପରିଚିତ) ଗାଁଟିରେ କୃଷକମାନଙ୍କର ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ମାର୍ଚ୍ଚ ୧୯୬୭ରେ ଏଇ ସଂଘର୍ଷ ଆରମ୍ଭ ହେଲା କିନ୍ତୁ ଜୁଲାଇ ମଧ୍ୟଭାଗ ବେଳକୁ ତାକୁ ବର୍ବରୋଚିତ ଭାବେ ଦମନ କରିଦିଆଗଲା । ଠିକ୍ ତା’ ପରେ ପରେ ଚାରୁ ମଜୁମଦାର, ଯେ କି ସିପିଆଇ (ମାର୍କ୍ସବାଦୀ-ଲେନିନବାଦୀ) ନାମରେ ଗଠିତ ନୂଆ ଦଳଟିର ସାଧାରଣ ସମ୍ପାଦକ ହେଲେ, ଏବଂ ନକ୍ସଲବାଦୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ, କହିଲେ ଯେ,----“ଭାରତରେ ଶହ ଶହ ନକ୍ସଲବାରୀର ନିଅାଁ ମୁଣ୍ଡ ଟେକୁଛି । ନକ୍ସଲବାରୀ ମରିନାହିଁ କି ମରିବ ନାହିଁ । ସୂଚାଇ ଦେଉଛି ଯେ ସେ ଦିବାସ୍ୱପ୍ନ ଦେଖୁନଥିଲେ ।
...ଉପନିବେଶ କାଳରେ କୃଷକମାନଙ୍କ ସଶସ୍ତ୍ର ସଂଗ୍ରାମର ସ୍ମୃତି ଏବଂ ଦେଖାଯାଉଥିବା ସ୍ୱପ୍ନ ସବୁ ଏହି ଆନ୍ଦୋଳନକୁ ସକ୍ରିୟ କରିଥିଲା । ୧୯୬୮-୭୨ ମଧ୍ୟରେ ଭାରତର ବିଭିନ୍ନ ପ୍ରାନ୍ତରେ ନକ୍ସଲବାରୀ ଆନ୍ଦୋଳନର ଶିଖା ଦେଖିବାକୁ ମିଳିଥିଲା । ସବୁଠାରୁ ଉଲ୍ଲେଖନୀୟ ଥିଲା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଏବଂ ବିହାରର ଭୋଜପୁରରେ ଘଟିଥିବା ନକ୍ସଲବାଦୀ ଆନ୍ଦୋଳନ । ଏହି ଦୁଇଟି ଆନ୍ଦୋଳନକୁ ରାଷ୍ଟ୍ରର ଦମନକାରୀ ସଂସ୍ଥାମାନେ ନିଷ୍ଠୁରଭାବେ ନିର୍ବାପିତ କରିଥିଲେ ।
କିନ୍ତୁ ବିପ୍ଳବର ଆବେଗାତ୍ମକ ଉପାଦାନ ବିଶ୍ୱାସ, ଭଲ ପାଇବା ଓ ଆଶାରେ ଅନୁପ୍ରାଣୀତ ଏହି ବିପ୍ଳବୀମାନେ ନିଜ ଜୀବନକୁ ବିପନ୍ନ କରି ଲଢ଼େଇ କରିଚାଲିଥିଲେ । ଗରିବମାନେ ଭୋଗୁଥିବା ଅସମ୍ମାନ ଓ ଅନ୍ୟାୟର ଯନ୍ତ୍ରଣା ସାମ୍ନାରେ ନୀରବ ରହିବା ଏମାନଙ୍କ ପାଇଁ ସମ୍ଭବପର ନଥିଲା । ଆତ୍ମ-ସଂରକ୍ଷଣକୁ ନେଇଥିବା ସହଜଲବ୍ଧ ଜ୍ଞାନର ଶିକୁଳୀକୁ ଉନ୍ମୁକ୍ତ କରିଦିଆଗଲା । ଯଦିଓ ଷାଠିଏ ଓ ସତୁରୀ ଦଶକର ବିପ୍ଳବୀମାନଙ୍କୁ ପରାଜିତ କରାଗଲା, କିନ୍ତୁ ବିପ୍ଳବ ମୁଣ୍ଡଣ୍ଟଟେକିବା ପାଇଁ ଥିବା ସ୍ଥିତି ଜାରି ରହିଲା ଏବଂ ଦମନ, ଶୋଷଣ ଓ ନିର୍ଯାତନାର ଶିକାର ହେଉଥିବା ଲୋକମାନଙ୍କ ଭିତରୁ ନୂଆ ପିଢ଼ି ବାହାରି ନିଶ୍ଚିତ କରାଇଲେ ଯେମିତି ବିପ୍ଳବ ଫେରିଆସିବ ଓ ସେଥିରୁ ବିଚ୍ୟୁତ ହୋଇପାରିନଥିବା ବୁଦ୍ଧିଜୀବୀମାନେ ସେମାନଙ୍କର ପକ୍ଷ ନେଲେ- ମୃତ ବା ଅବସର ନେଇଥିବା ଲୋକମାନଙ୍କର ସ୍ଥାନ ଦଖଲ କରି ।
ନକ୍ସଲ ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟ ( ୧୯୭୭-୨୦୦୩)ରେ ଅନେକ ଗଣସଂଗଠନ ଓ ଗଣ ସଂଘର୍ଷ ଦେଖିବାକୁ ମିଳିଲା ବିଶେଷ କରି ଉତର ତେଲେଙ୍ଗାନା ଏବଂ ତକ୍ରାଳୀନ ଆନ୍ଧପ୍ରଦେଶର ଅନ୍ୟାନ୍ୟ ଅଂଚଳରେ, ସେତେବେଳର କେନ୍ଦ୍ରୀୟ ଓ ଦକ୍ଷିଣ ବିହାର (ଯାହା ଏବେ ଝାଡ଼ଖଣ୍ଡ) ଏବଂ ଆନ୍ଧ୍ର, ଛତିଶଗଡ଼, ମହାରାଷ୍ଟ୍ର ଓ ଓଡ଼ିଶାର ସୀମାନ୍ତକୁ ଲାଗିଥିବା ଦଣ୍ଡକାରଣ୍ୟ ଜଙ୍ଗଲ ଅଂଚଳରେ । ଛତିଶଗଡ଼ର ବସ୍ତର ଅଞ୍ଚଳ ଧିରେ ଧିରେ ଏମାନଙ୍କ ଏକ ଶକ୍ତିଶାଳୀ କ୍ଷେତ୍ର ହିସାବରେ ଆବିର୍ଭାବ ହେଲା । ସଶସ୍ତ୍ର ଦଳ ଓ ଗ୍ରାମ୍ୟସ୍ତରୀୟ ସେନା ଆତ୍ମରକ୍ଷା ପାଇଁ ସଂଘଠିତ ହେଲେ । ‘କ୍ଷେତ୍ ମଜଦୁରକୁ ଜମି’ ଏବଂ ‘ ଜଙ୍ଗଲକୁ ସମ୍ପୂର୍ଣ୍ଣ ଅଧିକାର’ ସେତେବେଳେ ପ୍ରମୁଖ ପ୍ରସଙ୍ଗ ଥିଲା ।
ସମ୍ପ୍ରସାରଣ ସହ କିନ୍ତୁ ଆରମ୍ଭ ହେଲା ଭାରତୀୟ ରାଷ୍ଟ୍ରର ପାଲଟା ଆକ୍ରମଣାତ୍ମକ କାର୍ଯ୍ୟକ୍ରମ ଏବଂ ଦଳର ବହୁତ ଭଲ ଭଲ ନେତା ବିଶେଷ କରି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ, ମୃତ୍ୟୁବରଣ କଲେ । ସହସ୍ରାବ୍ଦୀର ଆରମ୍ଭ ହେଲାବେଳକୁ ଅବଶ୍ୟ ଦେଖାଯାଉଥିଲା ଯେ ଏହି ଆନ୍ଦୋଳନକୁ ନିର୍ବାପିତ କରିହେବ ନାହିଁ । ପିପୁଲସ୍ ଗରିଲା ଆର୍ମି ବା ଏକ ଗରିଲା ବାହିନୀ ତିଆରି କରିବା ପରେ ଏମାନେ ଯେକୌଣସି ଅସମ୍ଭବ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଯେମିତି ପ୍ରସ୍ତୁତ ହୋଇପାରିଲେ । ୧୯୯୮ ଓ ୨୦୦୪ରେ ଦୀର୍ଘକାଳୀନ ଜନଯୁଦ୍ଧକୁ ଜାରି ରଖିବାପାଇଁ ବଦ୍ଧ ପରିକର ଥିବା ମାଓବାଦୀ ଦଳମାନଙ୍କର ମିଶ୍ରଣ ପରେ ଏହି ଆନ୍ଦୋଳନର ଶକ୍ତି ଦୁଇଗୁଣ ବଢ଼ିଗଲା ।
ଏହାର ତୃତୀୟ ପର୍ଯ୍ୟାୟ (୨୦୦୪ ପରବର୍ତୀ) ରେ ବସ୍ତର ଅଂଚଳରେ ମାଓବାଦୀଙ୍କ ନିଜକୁ ସଜାଡ଼ି ପୁଣିଥରେ ଛିଡ଼ାହେବାର କ୍ଷମତାଥିବା ଭଳି ଗଡ଼ ପାଲଟି ଯାଇଛି ଯେଉଁଠି ଦୁଇଟି ଉଲ୍ଲେଖନୀୟ ଗଣସଂଗଠନ କାମ କରୁଛନ୍ତି । ଦଣ୍ଡକାରଣ୍ୟ ଆଦିବାସୀ କିଶାନ ମଜଦୁର ସଂଘଠନ ଏବଂ କ୍ରାନ୍ତିକାରୀ ଆଦିବାସୀ ମହିଳା ସଂଗଠନ, ଗୋଟିଏ ଆଦିବାସୀ କୃଷକ ଓ ଶ୍ରମିକମାନଙ୍କୁ ନେଇ ଗଢ଼ାଯାଇଥିବା ବେଳେ ଅନ୍ୟଟି ଆଦିବାସୀ ମହିଳାମାନଙ୍କୁ ନେଇ ଗଠିତ । ଏଥି ସହିତ ଅଛି ଭୂମକାଲ୍ ମିଲିସିଆ ( ୧୯୧୦ରେ ହୋଇଥିବା ଏକ ଆଦିବାସୀ ବିଦ୍ରୋହରୁ ଏଇ ନାଁଟି ଆସିଛି) ଯେଉଁମାନେ ପି.ଏ.ଜି.ଏ. ବା ପିପୁଲସ୍ ଲିବରେସନ୍ ଗରିଲା ଆର୍ମିକୁ ଲୋକବଳ ଯୋଗାଇଥାନ୍ତି ।
ପାଂଚ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ଧରି ଜାରି ରହିଥିବା ବୈପ୍ଳବାତ୍ମକ ଜାଗରଣ କୁ କେମିତି ବ୍ୟାଖ୍ୟା କରାଯାଇପାରିବ? ଝାଡ଼ଖଣ୍ଡର ମାଓବାଦୀ ଗରିଲା ଅଂଚଳରେ ଦୀର୍ଘଦିନ ଧରି ଆଦିବାସୀ ଗୋଷ୍ଠୀଙ୍କ ଉପରେ ଗବେଷଣା କରି ଆସିଥିବା ଆଲପା ସାହା ଏଇ କଥାଟି ଉପରେ ଗୋଟିଏ ସିଦ୍ଧାନ୍ତରେ ପହଂଚିଛନ୍ତି । ସାହାଙ୍କ ମତରେ ସଂଘର୍ଷ ଅଂଚଳରେ ମାଓବାଦୀ ସଂଗଠନ ଓ ଲୋକମାନଙ୍କ ଭିତରେ ଯେଉଁ ‘ସମ୍ପର୍କର ନିବିଡ଼ତା’ପ୍ରତିଷ୍ଠା ହୋଇଛି, ତାହା ବୈପ୍ଳବିକ ସଂଗଠନ ନିର୍ମାଣର ବିକାଶ ଏବଂ ଧାରାବାହିକତାକୁ ବୁଝିବାପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଉପ।।ଦନ ଦିଏ । ମାଓବାଦୀମାନେ ସାଧାରଣ ଲୋକଙ୍କୁ ବିଶେଷ କରି ଆଦିବାସୀ ଓ ଛୋଟ ଜାତିର ଲୋକଙ୍କୁ ସମସ୍କନ୍ଧ ଭଳି ସମ୍ମାନର ସହ ବ୍ୟବହାର କରିଥାନ୍ତି ।
ତାହା ହେଲେ ଭାରତରେ ମାଓବାଦୀ ଆନ୍ଦୋଳନ କେଉଁ ଆଡ଼କୁ ଯାଉଛି? ଲୋକଙ୍କ ସହ ଏମାନଙ୍କର ଥିବା ସମ୍ପର୍କର ନିବିଡ଼ତାକୁ ଭାରତୀୟ ରାଷ୍ଟ୍ର ନଷ୍ଟ କରିବାପାଇଁ ବସିଛି । ଯେକୌଣସି ଉପାୟରେ ମଧ୍ୟ ମାଓବାଦୀ ଆନ୍ଦୋଳନକୁ ଧ୍ୱଂସ କରିବାପାଇଁ ରାଷ୍ଟ୍ର ଆକ୍ରମଣାତ୍ମକ ଢାଂଚାରେ କାମ କରୁଛି । ଏମିତିକି ସେମାନେ ଅଣ- ଅନ୍ତଃରାଷ୍ଟ୍ରୀୟ ସଶସ୍ତ୍ର ସଂଘର୍ଷକୁ ନେଇ ଥିବା ଜେନେଭା ପ୍ରୋଟୋକଲ-୨ର ଧାରା-୩କୁ କୌଣସି ଦଣ୍ଡବିଧାନର ଭୟ ନଥାଇ ଉଲଂଘନ କରିଆସୁଛନ୍ତି । ଅନ୍ୟପଟେ ମାଓବାଦୀ ଆନ୍ଦୋଳନ ଭାରତୀୟ ରାଷ୍ଟ୍ରକୁ ବେଦଖଲ କରିବାପାଇଁ ବଦ୍ଧ ପରିକର ରହି ଲମ୍ବା ସମୟ ଧରି ଜାରି ରଖି ଆସିଛି । ସଶସ୍ତ୍ର ସଂଗ୍ରାମ, ଗଣସଂଚାଳନ ଏବଂ ନିର୍ଯାତିତ ଜାତିମାନଙ୍କ ସହ କୌଶଳପୂର୍ଣ୍ଣ ସହବନ୍ଧନ। କିନ୍ତୁ ଭାରତୀୟ ରାଷ୍ଟ୍ର ବା ମାଓବାଦୀମାନେ ହାସଲ କରିବାପାଇଁ ରଖିଥିବା ନିଜ ନିଜର ଲକ୍ଷ୍ୟଗୁଡ଼ିକ ପୂରଣ ହେବାର କୌଣସି ସମ୍ଭାବନା ଆଜିର ଦିନରେ ଦେଖାଯାଉ ନାହିଁ ।
ବିଶ୍ୱର ବିକାଶଶୀଳ ଦେଶମାନଙ୍କ ଭିତରେ ଥିବା ସବୁଠାରୁ ଶକ୍ତିଶାଳୀ ପୁଞ୍ଜିବାଦୀ ରାଷ୍ଟ୍ର ଓ ଶାସକ ଗୋଷ୍ଠୀର ଶକ୍ତିକୁ ଚୁନୌତି ଦେବା ପ୍ରକ୍ରିୟା ଭିତରେ ମାଓବାଦୀ ଆନ୍ଦୋଳନ ଅଧିକରୁ ଅଧିକ ସଶସ୍ତ୍ର ହେବାରେ ଲାଗିଛି । ଏମାନଙ୍କ ଆନ୍ଦୋଳନଟିକୁ କେବଳ ସାମରିକ ମୁକାବିଲାରେ ସୀମିତ ରଖିବା ପାଇଁ ଭାରତୀୟ ରାଷ୍ଟ୍ର ମଧ୍ୟ ଚେଷ୍ଟିତ । ପରିଣାମସ୍ୱରୂପ ଏହି ଆନ୍ଦୋଳନ ଆଗକୁ ଯିବା କଷ୍ଟକର ହୋଇଯାଇଛି । ‘ଭିତି ଯୋଗାଇପାରିବା ଭଳି ଅଂଚଳ’ର ଅଭାବ ଆନ୍ଦୋଳନକୁ ଅଧିକ ପଙ୍ଗୁ କରି ଦେଇଛି । ମୁଖ୍ୟତଃ ଭିତି ଯୋଗାଇ ପାରିବା ଅଂଚଳର ଅଭାବଯୋଗୁଁ, ଦଳର ଗଣ-ରାଜନୀତି ପଚି ସଢ଼ି ଯାଇଥିବା ବ୍ୟବସ୍ଥାର ଉଦାର ରାଜନୈତିକ ଗଣତନ୍ତ୍ର ତୁଳନାରେ କେତେ ଶ୍ରେଷ୍ଠ ଜନଗଣଙ୍କୁ ବୁଝାଇବାରେ ସହଜ ହେଉନାହିଁ । ତଥାପି ଗୋଟିଏ ସମ୍ଭାବନା ଯାହା ସାମ୍ନାକୁ ଆସୁଛି, ତାହା ହେଉଛି ଏକାବେଳକେ ବ୍ୟାପକ ଅଂଚଳରୁ ଓ ଭିନ୍ନ ସାମାଜିକ ସ୍ଥିତି ଭିତରୁ ମୁଣ୍ଡ ଟେକୁଥିବା ଆନ୍ଦୋଳନ, ଯେମିତି ଏକ ବିରାଟ ଅଶାନ୍ତି ସୃଷ୍ଟି ପରିବାକୁ ଯାଉଛି । ଏହି ଅଶାନ୍ତି, ବୈପ୍ଳବିକ ହିଂସ୍ର ଉଦ୍ଗୀରଣ ଆଡ଼କୁ ନେବ ଏବଂ ଏକ ବଡ଼ ଧରଣର ସଫଳତା ଆଡ଼କୁ ବାଟ ଦେଖାଇବ ।