ISSN (Print) - 0012-9976 | ISSN (Online) - 2349-8846

ମୋଦୀ ଓ ଯୋଗୀ

ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍; ସମାନ ଲକ୍ଷ୍ୟ ପ୍ରତି ପ୍ରତିବଦ୍ଧ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ନିକଟରେ ନିର୍ବାଚନଗୁଡ଼ିକରେ ବିଜୟ ଲାଭ ପରେ ଯୋଗୀ ଆଦିତ୍ୟନାଥ ହିଁ ଉତରପ୍ରଦେଶର ନେତୃତ୍ୱ ନେବାପାଇଁ ସବୁଠାରୁ ଉପଯୁକ୍ତ ବ୍ୟକ୍ତି ବୋଲି ଯେତେବେଳେ ଭାରତୀୟ ଜନତା ପାର୍ଟି ଘୋଷଣା କଲା, ତାହା ଲୋକମାନଙ୍କୁ କାହିଁକି ଆଚମ୍ବିତ କଲା? ନିଶ୍ଚିତ ଭାବେ ଯଦି ଭାଜପା କ୍ରୁର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଭାରତକୁ ହିନ୍ଦୁରାଷ୍ଟ୍ର ଆଡ଼କୁ ନେଇଯିବାର ଘୋଷିତ ଲକ୍ଷ୍ୟକୁ ଦେଖାଯାଏ, ତେବେ ଏଭଳି ଏକ ନିଯୁକ୍ତିର ସମ୍ପୂର୍ଣ୍ଣ ଅର୍ଥ ବାହାରୁଛି । ଏଭଳି ଏକ ନିଯୁକ୍ତି ଘୋଷଣା କରୁଛି ଯେ, ସମସ୍ତଙ୍କ ସାଥିରେ ନେଇ ଚାଲିବା ପାଇଁ ଲୋକଙ୍କ ପାଖରେ ଯାହା ଉଚ୍ଚାରଣ କଲେ ବି ଦଳର ଦୀର୍ଘସୂତ୍ରୀ କାର୍ଯ୍ୟସୂଚୀରେ ଏପଟ ସେପଟ କରାଯାଇ ନାହିଁ । ସେଥିପାଇଁ ଯୋଗୀଙ୍କ ଭଳି ଜଣେ କଠୋରପନ୍ଥୀ ଗୋରଖନାଥ ମଠର ମହନ୍ତ ୨୦୧୯ ସାଧାରଣ ନିର୍ବାଚନ ବେଳକୁ ହିନ୍ଦୁ ଭୋଟଗୁଡ଼ିକୁ ଏକାଠି କରାଇ ଯଦି ଭାଜପାର ବିଜୟକୁ ନିଶ୍ଚିତ କରାଇପାରିବେ, ତେବେ କାହିଁକି ତାଙ୍କୁ ଏଭଳି ଏକ ପଦବୀ ଦିଆଯିବ ନାହିଁ?

ଭାଜପାର ପଦବୀ ଚୟନ ପାଇଁ ପସନ୍ଦରେ ସମସ୍ୟା ନାହିଁ । ସମସ୍ୟାଟି ହେଉଛି ଯେଉଁଠି ଗଣମାଧ୍ୟମର ଏବଂ ସଂଖ୍ୟାଧିକ ବର୍ଗଙ୍କ ସମେତ ଅନେକଲୋକ ଏଭଳି ଏକ କଥାରେ ବିଶ୍ୱାସ କରିବା ପାଇଁ ପ୍ରଭାବିତ ହେଇଛନ୍ତି ଯେ, କ୍ଷମତା ପାଇବା ପରେ ମୋଦୀ ନରମି ଯାଇଛନ୍ତି । ଯେମିତିକି ସେ କେବଳ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ନୁହେଁ ବରଂ ସମଗ୍ର ଦେଶର ପ୍ରଧାନମନ୍ତ୍ରୀ । ସେଥିପାଇଁ ହିସାବରେ ବିଭେଦ ସୃଷ୍ଟିକାରୀ ହିନ୍ଦୁତ୍ୱକୁ ନୁହେଁ ବରଂ ‘ବିକାଶ’ ହିଁ ତାଙ୍କ ତାଲିକାରେ ପ୍ରାଥମିକତା ପାଇଛି । ଯେଉଁମାନେ ଏଭଳି ଏକ ଚତୁର ବାର୍ତାର ପାଲରେ ପଡ଼ିଗଲେ ଗୋଟିଏ ଭ୍ରମର ଶିକାର ହେଲେ । ଗତ ତିନିବର୍ଷର କାର୍ଯ୍ୟକାଳ ଭିତରେ ମୋଦୀଙ୍କ ମୌଳିକ ମତ ଗୁଡ଼ିକରେ ଏମିତି କିଛି ପରିବର୍ତନ ଆସିନାହିଁ । ଦରକାର ପଡ଼ିଲେ ସେ ଓ ତାଙ୍କର ଦଳ ସବୁ ଭାରତୀୟଙ୍କର ଗ୍ରହଣୀୟତା ହାସଲ କରିବା ପାଇଁ ମଝିକୁ ଆସିଯିବ ବୋଲି ଦିନେ ଦାବୀ କରୁଥିବା ମୋଦୀ ଆଜି ମୁସଲମାନଙ୍କ ବିରୁଦ୍ଧରେ ଘୃଣା ବାଂଟି ଚାଲିଥିବା ଆଦିତ୍ୟନାଥଙ୍କୁ କଠୋର ଭାବେ ନିୟନ୍ତ୍ରଣକୁ ଆଣିପାରିଥାନ୍ତେ । ହଁ, ସେ ନିଶ୍ଚିତ ଭାବେ ସେଭଳି କିଛି କରିନାହାନ୍ତି । ଏଭଳି ଏକ ବିଦ୍ରୂପ ଆଗରେ ମୋଦୀଙ୍କ ନିରବତା ସୂଚାଇ ଦେଇଛି ଯେ ଯେଉଁ ଚରିତ୍ରଗୁଡ଼ିକ ଦଳର ତଥାକଥିତ ସୀମାନ୍ତରେ ଅଛନ୍ତି ବୋଲି କୁହାଯାଉଛି ସେମାନେ ଦଳର କେନ୍ଦ୍ରରେ ହିଁ ଅଛନ୍ତି ଠିକ ଗୋଟି ନିଷ୍ପତି ସହ ତା ଚୋପାଟି ଯେମିତି ମିଶିକିଥାଏ । ସେମାନେ ତାଙ୍କ କାମର ଠିକଣା, କ୍ଷମତା ଏବଂ ବୈଧତା ମୋଦୀଙ୍କ ଭଳି ଲୋକଙ୍କଠୁ ପାଇଥାନ୍ତି ଓ ତାଙ୍କର ଏବଂ ଦଳର ରାଜନୈତିକ ଲକ୍ଷ୍ୟ ହାସଲ କରିବା ଦିଗରେ ସାହାଯ୍ୟ କରିଥାନ୍ତି ।

ଜଣେ ଏଭଳି ବି ଯୁକ୍ତି ରଖିପାରେ ଯେ, ଉଗ୍ର ଉପାଦାନଗୁଡ଼ିକୁ ଅଣଦେଖ କରିବା ଭାଜପାର ଏକ ରାଜନୈତିକ କୌଶଳ ଏବଂ ସେ ଭିତରୁ ଜଣକୁ ସବୁଠାରୁ ବଡ଼ ରାଜ୍ୟର ମୁଖ୍ୟ ପଦବୀରେ ବସାଇବା ଓଲଟା ଫଳ ଦେଇପାରେ । ତା’ହେଲେ ୫ଥର ଲୋକସଭା ସଦସ୍ୟ ନିର୍ବାଚିତ ହୋଇଥିବା ଏହି ମଣିଷଟି ନିଜର ମୁସଲମାନବିରୋଧୀ ଦୁଷ୍ଟ ଉଚ୍ଚାରଣ ସତ୍ୱେ ଏବଂ ନିଜ ଗୁଣ୍ଡାମାନଙ୍କ ଦ୍ୱାରା ଗଠିତ ହିନ୍ଦୁ ଯୁବାବାହିନୀ ମାଧ୍ୟମରେ ବିଭେଦ ସୃଷ୍ଟିକାରୀ ଘଟଣାମାନ ଭିଆଇ, ନରମପନ୍ଥୀ ଭାବେ ତୋଳା ଯାଇଥିବା ମୋଦୀଙ୍କର ଭାବମୂର୍ତିକୁ କ୍ଷତି ପହଂଚାଇ ପାରିଥାନ୍ତେ କି? ଅତୀତରେ ଯୋଗୀ ଦେଇଥିବା ଉତେଜନାପୂର୍ଣ୍ଣ ବକ୍ତବ୍ୟଗୁଡ଼ିକ ସହ କେମିତି ମୋଦୀଙ୍କର ଲୋଭିଲା ପ୍ରତିଶ୍ରୁତି ସମୂହ ସମସ୍ତଙ୍କ ସହ, ସମସ୍ତଙ୍କ ବିକାଶ ତାଳ ଦେଇ ଯାଇପାରିବ?

ଏହି ଦୁଇଟି ଭିତରେ ଥିବା ଅସଙ୍ଗତି ସ୍ପଷ୍ଟ ହୋଇଯାଉଛି ଶପଥ ନେବାର ଦିନକ ଭିତରେ ଆଦିତ୍ୟନାଥ ଘୋଷଣା କରିସାରିଲେଣି ତାଙ୍କ ପ୍ରାଥମିକତା ତାଲିକାରେ ରହିଛି ବେଆଇନ କଂସେଇଖାନାଗୁଡ଼ିକୁ ବନ୍ଦ କରିବାର ଯୋଜନା -ଯେଉଁମାନଙ୍କୁ ଗୋମାଂସ ପ୍ରସ୍ତୁତି କରିବାରେ କୌଣସି ପ୍ରମାଣ ନଥାଇ ବି ସନ୍ଦେହ କରାଯାଉଛି । ଠିକ୍ ଦିନକ ପରେ ବାତ୍ରୋସ୍ ଜିଲ୍ଲାରେ ତିନୋଟି ମାଂସ ଦୋକାନକୁ ପୋଡ଼ି ଦିଆଗଲା, ଗାଜିଆବାଦର ୧୪ଟି ‘ବେଆଇନ’ କଂସେଇଖାନାକୁ ସିଲ୍ କରିଦିଆଗଲା ଏବଂ କାନପୁର, ମିରଟ୍ ଓ ଆଜମ୍ଗଡ଼ରେ ସେଭଳି ଅନେକ କଂସେଇଖାନାକୁ କାର୍ଯ୍ୟାନୁଷ୍ଠାନ ତାଲିକାରେ ରଖାଗଲା । ଯେହେତୁ ଏସବୁର ମାଲିକମାନେ ମୁସଲମାନ ସମ୍ପ୍ରଦାୟର, ଏଭଳି ଏକ କାମକୁ କାହିଁକି ପ୍ରାଥମିକତା ଦିଆଯାଉଛି, ଉଦ୍ଦେଶ୍ୟଟି ଲୁଚିକି ଅଛି । ରାସ୍ତାରେ ଯୁବତୀ ଝିଅମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଲୋକମାନଙ୍କୁ କାବୁ କରିବା ପାଇଁ ‘ରୋମିଓ ବିରୋଧୀ ସ୍କ୍ୱାଡ଼’ ଗଠନ କରିବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀଙ୍କ ପାଇଁ ଅଧିକ ବଡ଼ ଆହ୍ୱାନ ଦେଉଛି ସେ କିଭଳି ଏକଦା ବାବ୍ରୀ ମସଜିଦ୍ ଠିଆ ହେଇଥିବା ବିବାଦୀୟ ଜମି ଉପରେ ରାମ ମନ୍ଦିର ପ୍ରତିଷ୍ଠା କରିବା କାମକୁ ପୁଣିଥରେ କେମିତି ଆଗକୁ ନେବେ । ମାମଲାଟି ଅଦାଲତରେ ବେଶୀ ଦିନ ଚାଲିଥିଲା କିନ୍ତୁ ହଠାତ୍ ଏହି ମାମଲାର କୌଣସି ପକ୍ଷରେ ନଥିବା ଭାଜପା ସାଂସଦ ସୁବ୍ରମନିୟମ ସ୍ୱାମୀ ମାମଲାର ଦ୍ରୁତ ଶୁଣାଣୀ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ଆବେଦନ କରିବା ଏବଂ ଏହାର ମୁଖ୍ୟ ବିଚାରପତି ଅଦାଲତ ବାହାରେ ମାମଲାଟିକୁ ବୁଝାସୁଝା ମାଧ୍ୟମରେ ସମାଧାନ କରିବା ପାଇଁ ପରାମର୍ଶ ଦେବାପରେ ହଠାତ୍ ପୁଣିଥରେ ଅଯୋଧ୍ୟା ପ୍ରସଙ୍ଗ ସାମ୍ନାକୁ ଆସିଛି ।

ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ପାଇଁ ଯୋଗୀଙ୍କୁ ପସନ୍ଦ କରିବା ମୋଦୀଙ୍କ ଭାବମୂର୍ତି ଉପରେ ଆଂଚ ଆଣିବ କି ନାହିଁ ଯଦି ପଚରାଯାଏ, ତେବେ ହିନ୍ଦୁରାଷ୍ଟ୍ରର ପ୍ରତିଶ୍ରୁତି ଓ କମଳା ରଙ୍ଗ ସହ ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଭିତରେ କ’ଣ ଦ୍ୱନ୍ଦ୍ୱ ଅଛି ବୁଝିବାକୁ ପଡ଼ିବ । ଲୋକେ କେତେ ଶୀଘ୍ର ଭୁଲିଗଲେ ମୋଦୀ ଗୁଜୁରାଟରେ କରିଥିବା କାମର ବିବରଣୀଟି, ଯେଉଁଠି ସିଏ ୨୦୦୨ରେ ମୁସଲମାନବିରୋଧୀ କାର୍ଯ୍ୟକ୍ରମରୁ ନଜର ହଟାଇବା ପାଇଁ ‘ଗୁଜୁରାଟ ଢାଂଚା’ର ବିକାଶ କଥାର ପରିକଳ୍ପନା କରିଥିଲେ । ଆଜିଭଳି ସେଦିନ ବି ମୋଦୀଙ୍କ ବାର୍ତାଟି ଚତୁର ଥିଲା । ସେ ବାସ୍ତବତାଟିକୁ ଅସ୍ପଷ୍ଟ କରିଦେବାରେ ସଫଳ ହୋଇଥିଲେ ଯେ, ଏଭଳି ଏକ ବିକାଶ ଦରିଦମାନଙ୍କୁ ବାଦ୍ ଦେଇ କିଛି ବଛା ବଛା ପୁଞ୍ଜିପତିଙ୍କ ଲାଭପାଇଁ ହିଁ କାମ କରିବ । ଏଭଳି ଏକ ବିକାଶ ମୁସଲମାନମାନଙ୍କୁ ଏମିତି ଏକ ଅସହାୟ ଅବସ୍ଥାକୁ ନେଇ ଆସିଥିଲା ଯେ ସେମାନେ ସେମାନଙ୍କ ସ୍ୱର ଉଠାଇ ପାରୁନାହାନ୍ତି । ମୋଦୀମାର୍କା ବିକାଶ, ବିକାଶ ଖାଦ୍ୟର ଲୋଭ ଦେଖାଇ ଭୋଟରମାନଙ୍କୁ ହିନ୍ଦୁ ରାଷ୍ଟ୍ର ଆଡ଼କୁ ଟାଣିବା ଛଡ଼ା ଅନ୍ୟ କିଛି ନୁହେଁ ।

୨୦୧୫ରେ ଦିଲ୍ଲୀ ଓ ବିହାରରେ ନିର୍ବାଚନୀ ପରାଜୟ ପରେ ଆଶା କରାଯାଉଥିଲା ଯେ ଭାଜପା ତା’ର କୌଶଳ ବଦଳାଇବ । ଦଳ ମଧ୍ୟ ତାହା କଲା । ୨୦୧୪ରେ ମୋଦି ଦେଇଥିବା ବିକାଶର ଉଚ୍ଚାରଣଗୁଡ଼ିକୁ ବଳବତର ରଖି, ଦଳ ଏକା ସାଙ୍ଗରେ ମୁସଲମାନ ବିରୋଧୀ ଘୃଣା ଓ ସନ୍ଦେହର ପ୍ରସାର କଲା ଯଦ୍ୱାରା କି ହିନ୍ଦୁ ଭୋଟଗୁଡ଼ିକୁ ଏକାଠି କରିହେବ । ଏହି ହିନ୍ଦୁ ଭୋଟକୁ ଏକାଠି କରିବା କାମରେ ଉତରପ୍ରଦେଶରେ ଜଣେ ଉପଯୋଗୀ ପ୍ରସାରକ । ଉତରପ୍ରଦେଶକୁ ପକେଟ୍ରେ ଧରି ଭାଜପା ‘ବିକାଶ ଓ ହିନ୍ଦୁତ୍ୱ’କୁ ନେଇ ଭଲ ଯୁଗଳବନ୍ଦୀ କରିପାରିବ । ଦଳଟି ସମସ୍ତଙ୍କ ପାଇଁ କାମ କରିବ; ଏଭଳି ଛଳନାଟିଏ କରି ନିଜର ସଂକୀର୍ଣ୍ଣ କାର୍ଯ୍ୟସୂଚୀକୁ କାମରେ ଲଗାଇବ । ଏଭଳି ଏକ ବିଭାଜନକାରୀ କାମ ପାଇଁ ଉତରପ୍ରଦେଶରେ ଜଣେ ଯୋଗୀ ଏବଂ ଦିଲ୍ଲୀରେ ଜଣେ ମୋଦୀ ସମ୍ପୂର୍ଣ୍ଣଭାବେ ଯୋଗ୍ୟ ବ୍ୟକ୍ତିତ୍ୱ ।

 

Back to Top